କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆରମ୍ଭ ହେବ ପାଠପଢ଼ା ! ୧୦୦ସିଟ୍ ପାଇଁ ଏମସିଆଇର ସବୁଜ ସଂକେତ

31

କନକ ବ୍ୟୁରୋ : ଚଳିତ ବର୍ଷରୁ ଆରମ୍ଭ ହେବ କୋରାପୁଟ ମେଡିକାଲ କଲେଜରେ ପାଠପଢ଼ା । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ପାଠପଢ଼ା ନେଇ ସବୁଜ ସଂକେତ ଦେଇଛି ଏମସିଆଇ । ୨୦୧୭-୨୦୧୮ ବର୍ଷରୁ ଏହି ମେଡିକାଲ କଲେଜରେ ୧୦୦ଟି ଏମବିବିଏସ୍ ସିଟରେ ପାଠପଢ଼ା ହେବ । ଏ ନେଇ ମେଡିକାଲ କାଉଁସିଲ ଅଫ୍ ଇଣ୍ଡିଆର ଚିଠି ପହଁଚିଛି ।

ଏହି ସୂଚନା ଦେଇଛନ୍ତିି କଲେଜ ଅଧୀକ୍ଷକ ସୀତାରାମ ମହାପାତ୍ର । ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଏମସିଆଇର ଏକ ୩ଜଣିଆ ଟିମ ମେଡିକାଲ କଲେଜ ପରିଦର୍ଶନରେ ଆସିଥିଲେ । ସେମାନେ ମେଡିକାଲ କଲେଜ ବୁଲି ଦେଖିବା ସହ ଭିତିଭୂମିର ଯାଂଚ କରିଥିଲେ । ଏହା ସହ ବିଭିନ୍ନ ବିଭାଗର ମଧ୍ୟ ଅନୁଧ୍ୟାନ କରିଥିଲେ ।