ଦେଶର ଚତୁର୍ଥ ବୃହତମ ସୁଡଙ୍ଗ କୋଟାପୁଟର ମାଳିଗୁଡ଼ା ଟନେଲ୍ ! ସୌନ୍ଦର୍ଯ୍ୟମୟ ପରିବେଶ ଯୋଗୁଁ ପାଲଟିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ

177

କନକ ବ୍ୟୁରୋ : କୋଟାପୁଟର ମାଳିଗୁଡ଼ା ଟନେଲ୍ ଭାରତର ଚତୁର୍ଥ ବୃହତମ ସୁଡଙ୍ଗ । ରେଳପଥରେ ସଂଯୋଗ କ୍ଷେତ୍ରରେ ଓଡିଶା ଓ ଛତିଶଗଡର ରାଜ୍ୟର ଏକ ମାତ୍ର ସାକ୍ଷୀ । ଏହି ସୁଡଙ୍ଗରେ ଭରି ରହିଛି ଅନେକ ଅକୁହା କଥା । ଯାତାୟାତ ସାଙ୍ଗକୁ ସୌନ୍ଦର୍ଯ୍ୟମୟ ପରିବେଶ ପାଲଟିଛି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ।

ଜାଡ଼ରେ ଥରୁଛି କୋରାପୁଟ । ଶୀତର ଚାଦର ଜିଲ୍ଳାକୁ ଘେରି ରହିଛି । ଏହାରି ଭିତରେ ପ୍ରାକୃତିକ ପରିବେଶ ହୋଇଛି ବେଶ ସୌନ୍ଦର୍ଯ୍ୟମୟ । ଜିଲ୍ଳାରେ ଥିବା ଏକମାତ୍ର ମାଳିଗୁଡ଼ା ସୁଡଙ୍ଗ ଦେଶର ଚତୁର୍ଥ ସର୍ବବୃହତମ ସୁଡଙ୍ଗ । ଏହାରି ମଧ୍ୟ ଦେଇ ଯାଇଥିବା ଜାତିୟ ରେଳପଥ ଛତିସଗଡ଼ ଓ ଓଡ଼ିଶାକୁ ସଂଯୋଗ କରୁଛି । ଏହି ସୁଡଙ୍ଗ ସାଙ୍ଗକୁ ବ୍ରିଜ ଓ ଏହାର ଚାରିପଟେ ଥିବା ଝରଣା ଜିଲ୍ଳା ତଥା ଜିଲ୍ଳା ବାହାରୁ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି । ଉପରେ ରେଳ ତଳେ ଭୋଜି ଭାତ ସାଙ୍ଗକୁ ନାଚଗୀତ, ପାହାଡ଼ ଚଡ଼ା ସହ ପ୍ରାକୃତିକ ଦୃଶ୍ୟ ସମସ୍ତଙ୍କୁ ଏକାଠି କରିଛି ।

୧୯୬୧ ମସିହାରେ ଜାପାନର ସହଯୋଗରେ ନିର୍ମାଣ ହୋଇଥିଲା ଏହି ସୁଡଙ୍ଗ । ମାଳିଗୁଡା ସୁଡଙ୍ଗ ଓ ଏଠାରେ ଥିବା ପୋଲ ଅନେକ ଅକୁହା କଥାକୁ ବର୍ଣ୍ଣନା କରୁଛି । ଜୟପୁର ଠାରୁ ୧୩ କିଲୋମିଟର ଏବଂ କୋରାପୁଟ ଠାରୁ ୨୭ କିଲୋମିଟର ଦୁରରେ ରହିଛି ମାଳିଗୁଡ଼ା ଟନେଲ । କୋରାପୁଟ ଜିଲ୍ଳାରେ ଭରି ରହିଛିି ପର୍ଯ୍ୟଟନ ସ୍ଥଳ । ଏଭଳି ପର୍ଯ୍ୟଟନ ସ୍ଥାନର ଉନ୍ନତି କରିବା ଦରକାର ବୋଲି ମତ ରଖିଛନ୍ତି ମାଳିଗୁଡା ବୁଲି ଆସିଥିବା ପର୍ଯ୍ୟଟକ ।