ନକ୍ସଲଙ୍କ ସହରୀ ନେଟୱର୍କ ! ସୁଙ୍କିରେ ପୋଲିସ୍ ଗାଡିକୁ ଉଡାଇବାକୁ କୋରାପୁଟରୁ କରାଯାଉଥିଲା ଟ୍ରାକ୍

38

କନକ ବ୍ୟୁରୋ : ସୁଙ୍କିରେ ସମରସଜ୍ଜା । ଲାଣ୍ଡମାଇନ୍ ଲଗାଇ ମାଓବାଦୀ ଉଡାଇ ଦେଲେ ନିରସ୍ତ୍ର ପୋଲିସ କନେଷ୍ଟବଳଙ୍କୁ । କୋରାପୁଟ୍ ଜିଲ୍ଲାର ଏହି ମାଓ ହମଲାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ପ୍ରଶ୍ନ ଉଠିଛି, କୋରାପୁଟ୍ରୁ ବାହାରିଥିବା ଏହି ପୋଲିସ୍ ବାହିନୀର ଗତିବିଧି ସଂପର୍କରେ କେମିତି ଖବର ପାଇଲେ ନକ୍ସଲବାହିନୀ

ପୋଲିସ ବାହୀନିର ୧୩ଜଣ ଆସିଷ୍ଟାଣ୍ଟ ଡ୍ରାଇଭରକୁ ନେଇ କୋରାପୁଟ ହେଡକ୍ୱାଟରକୁ ଏକ ମିନି ବସ ବାହାରିଥିଲା କଟକ ଅଭିମୁଖେ । ଲକ୍ଷ୍ୟ ଥିଲା କଟକରେ ପହଞ୍ଚିବା ପରେ ବକ୍ସିବଜାର ସ୍ଥିତ ପୋର ପୋଲିସ ମୋଟର ଟ୍ରାନସପୋର୍ଟସରେ ଆରମ୍ଭ ହେବ ତାଲିମ । ତେବେ ସମୟ ପ୍ରାୟ ୫.୩୦ ,୨୬ ନମ୍ବର ଜାତୀୟ ରାଜପଥର ଶୁଙ୍କି ଘାଇି ଅତିକ୍ରମ କରୁଥିଲା ବସ୍ । ହଠାତ୍ ଏକ କଲଭର୍ଟ ଉପରେ ପ୍ରଚଣ୍ଡ ବିସ୍ଫୋରଣରେ ଛିନଛତ୍ର ହୋଇଗଲା ମିନିବସ୍ । ଛିନଛତ୍ର ହୋଇଗଲେ ବସରେ ବସିଥିବା ପୋଲିସ କନଷ୍ଟେବଳ ।

ପାଖାପାଖି ୧୦୦ ଫୁଟ ଉପରକୁ ଉଠି କଚାଡି ହୋଇ ପଡିଲା ବସ । ୧୩ ଜଣଙ୍କ ମଧ୍ୟରୁ ଘଟଣାସ୍ଥଳରେ ୮ଜଣ ପ୍ରାଣ ହରାଇ ଥିବାବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଆଉ ୫ । ବିସ୍ଫୋରଣର ମାତ୍ରାକୁ ବୟାନ କରୁଥିଲା ଗଛ ଡାଳରେ ଝୁଲି ରହିଛି ଯବାନଙ୍କ ପୋଷାକ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଜଣେ ଜବାନଙ୍କ ମୃତଦେବ ଖୋଜିବାକୁ ଲାଗି ଯାଇଥିଲା ରାତିଟିଏ ।

ପ୍ରଶ୍ନ ଉଠୁଛି ଏହି ନିରସ୍ତ୍ର ପୋଲିସ ବାହୀନିଙ୍କ ଗଚ୍ଛିବିଧିକୁ କେମିତି ଜାଣିଲେ ମାଓବାଦୀ । ସନ୍ଦେହ ହେଉଛି,ମାଓବାଦୀ ବିଛାଇଛନ୍ତି କିସହରୀ ନେଟୱର୍କ । ଅର୍ଥାତ୍ କୋରାପୁଟ ସହରରେ ଅଛନ୍ତି କି ଛଦ୍ମବେଶୀ ମାଓବାଦୀ ।ଏବେ ଏହିସମ୍ବେଦନଶୀଳ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡିବ ରାଜ୍ୟ ପୋଲିସ ବିଭାଗକୁ ।

ସେପଟେ ଶକ୍ତିିଶାଳୀ ଲ୍ୟାଣ୍ଡମାଇନ ବିସ୍ଫୋରଣ ପରେ ସୁଙ୍କି ଘାଟିରେ ଆରମ୍ଭ ହୋଇଯାଇଛି ବଡଧରଣର କୁମ୍ବିଂ ଅପରେସନ । ମାଳମାଳ ସଶସ୍ତ୍ର ସୁରକ୍ଷାକର୍ମୀ ମୁଙ୍ଗଭୂମି ଜଙ୍ଗଲରେ ଆରମ୍ଭ କରିଛନ୍ତି ଖାନତଲାସି । କୁହାଯାଉଛି ସୁରକ୍ଷାକର୍ମୀଙ୍କ ପଣସପୁଟ ଏନକାଉଣ୍ଟର ବଦଲା ନେଲା ନକ୍ସଲବାହୀନି । ହେଲେ ନିରସ୍ତ୍ର ପୋଲିସଙ୍କ ଜୀବନ ନେଇଥିବା ମାଓବାଦୀଙ୍କୁ ଜବାବ ଦିଆଦିବ ବୋଲି ପୋଲିସ କହିଛି ।

ଫେଲ ମାରିଲା ଗୁଇନ୍ଦା । ଅକାଳରେ ପ୍ରାଣ ହରାଇଲେ ୮ ଜଣ ଜବାନ । ପ୍ରଶ୍ନ ଉଠୁଛି,ପୋଲିସ ସଠିକ ଭାବେ ପାଳନ କରିଛି କି ଏସଓପି ବା ଷ୍ଟାଣ୍ଡାର୍ଡ ଅପରେସନ ପ୍ରୋସିଡିୟର । କାରଣ ନିୟକ ରହିଛି ବିନା ସୁରକ୍ଷାରେ ସଂଧ୍ୟାରେ ଯାତାୟତ କରି ପାରିବନି ପୋଲିସ ବାହୀନି । ହେଲେ ସଂଧ୍ୟାରେ ମାଓ ଅଧ୍ୟୁଷିତ ରାସ୍ତାରେ ଯିବାକୁ କିଏ ଦେଇଥିଲା ଅନୁମତି ।ଏହା ଦୁଃସାହସିକ ନା ଆତ୍ମଘାତୀ ନିଷ୍ପତି । ସହିଦ ଜବାନଙ୍କ ପରିବାରକୁ ଏବେ ଏ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ଓଡିଶା ପୋଲିସକୁ ।