ପଥର ତଳୁ ଠାବ ପରେ ବି ଉଦ୍ଧାର ହୋଇପାରିଲାନି ମୃତଦେହ, ଫେରିଗଲା କଫିନ୍ ! ଆହୁରି ବ୍ଲାଷ୍ଟିଂ ପାଇଁ ଅନୁମତି ମାଗିଲା ସେନା

34

କନକ ବ୍ୟୁରୋ : ସଫଳତା ପରେ ବି ବିଫଳତା, ଚିହ୍ନଟ ପରେ ବି ଉଦ୍ଧାର ହୋଇପାରିଲାନି ମୃତଦେହ । ଫେରିଗଲା କଫିନ । ୧୧ ଦିନରେ ପ୍ରଥମ ଜେସିବି ଅପରେଟରକୁ ଠାବ କଲା ସେନା । ହେଲେ ଏବେ ବି ଆହୁରି ପଥର ପଡି ରହିଥିବାରୁ ପୁଣି ବ୍ଳାଷ୍ଟ ପାଇଁ ଅନୁମତି ସେନା । ଉପରମହଲକୁ ଜଣାଇଲା ଜିଲ୍ଲା ପ୍ରଶାସନ ।

ରାଣିଗଡ଼ ଗୁମା ପାହାଡ଼ ବିରାଟ ବିରାଟ ପଥର ଚାପି ହୋଇଯାଇଛି ଜୀବନ । ୧୨ ଦିନ ହେଲାଣି ପଥର ତଳେ ଚାପି ହୋଇ ରହିଛନ୍ତି ଦୁଇ ଜେସିବି ଅପରେଟର ଦେବଗଡର ଘନଶ୍ୟାମ ଗୁରୁ ଓ ଆଠଗଡର ସଞ୍ଜୟ ଦାସ୍ । ତେବେ ଘଟଣାର ୧୧ ଦିନ ପରେ ୮ଟି ବ୍ଲଷ୍ଟ କରିବା କରି ଫସିଥିବା ଜେସିବି ଓ ଘନଶ୍ୟାମ ଗୁରୁଙ୍କ ଶବକୁ ଚିହ୍ନଟ କରିଛି ସେନା । ହେଲେ ଜେସିବି ଭିତରେ ଥିବା ଘନଶ୍ୟାମ ଗୁରୁଙ୍କ ମୃତଦେହ ଉଦ୍ଧାର କରା ଯାଇପାରୁନାହିଁ । କାରଣ ଆହୁରି ୩ଟି ବଡ ବଡ ପଥର ତାଙ୍କ ମୃତଦେହ ଉପରେ ରହିଥିବାରୁ ପୁଣି ବ୍ଲାଷ୍ଟ ପାଇଁ ଅନୁମତି ମାଗିଛି ସେନା । କିନ୍ତୁ ବ୍ଲାଷ୍ଟ କଲେ ମୃତଦେହ କ୍ଷତ ବିକ୍ଷତ ହେବାର ସମ୍ଭାବନା ଥିବାରୁ ବ୍ଲାଷ୍ଟିଂ ପାଇଁ ଉପରମହାଲାର ଅନୁମତି ଲୋଡିଛି ଜିଲ୍ଲା ପ୍ରଶାସନ ।

ସେପଟେ ଉଦ୍ଧାରରେ ବିଳମ୍ବକୁ ନେଇ ଫସିଥିବା ଅପରେଟରଙ୍କ ପରିବାର ଲୋକଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧିଲାଣି । ଉଦ୍ଧାର କାମରେ ଜିଲ୍ଳା ପ୍ରଶାସନ, ଓଡ୍ରାଫ ଟିମ୍, ଏନଡ଼ିଆରଏଫ ଟିମ୍ ବିଫଳ ହେବା ପରେ ସେନାର ସହାୟତା ଲୋଡା ହୋଇଥିଲା । ପାହାଡ ଧସିବା ଘଟଣାକୁ ୧୨ ଦିନ ବିତି ଥିବା ବେଳେ ବେଆଇନ ଖନନ କରୁଥିବା ଠିକା ସଂସ୍ଥା କର୍ତ୍ତୃପକ୍ଷଙ୍କ ଗିରଫ ଦାବି କରିଛନ୍ତି ମୃତ ଘନଶ୍ୟାମଙ୍କ ଭାଇ ।

୧୪୪ ଧାରା ଭିତରେ ସେନାର ଅପରେସନ ଶୃଙ୍ଖଳାଗତ ଭାବେ କରାଯାଉଛି । ଆଶା କରାଯାଉଛି ଅତି୍ ଶୀଘ୍ର ଉଦ୍ଧାର କାର୍ଯ୍ୟ ସରିବ । ସେପଟେ ମୃତହେବ ପଥର ତଳୁ ବାହାରି ପାରିନଥିବା ବେଳେ ମୃତଦେହ ନେବା ପାଇଁ ଆସିଥିବା କଫିନ୍ ଫେରିଯାଇଛି ।