କୋରାପୁଟ ଜିଲ୍ଳାରେ ସରୁନି ଜନନୀ ଯନ୍ତ୍ରଣା : ପହଂଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

52

କନକ ବ୍ୟୁରୋ : ଗାଁକୁ ରାସ୍ତା ମାଆକୁ ସମ୍ମାନ କେବଳ ନାରାରେ ରହିଗଲା । ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଓଲଟା । କୋରାପୁଟ ଜିଲ୍ଳାରେ ସରୁନି ଜନନୀ ଯନ୍ତ୍ରଣା । ପୁଣି ଭାରରେ ବୁହା ହେଲେ ଗର୍ଭବତୀ । ବାରମ୍ବାର ଏପରି ଘଟଣା ଘଟୁଥିଲେ ସୁଦ୍ଧା ପ୍ରଶାସନ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନେଉଥିବା ଭଳି ମନେ ହେଉନାହିଁ ।

କୋରାପୁଟ ଜିଲ୍ଳାରେ ଗୋଟିଏ ଦିନରେ ଘଟିଛି ଦୁଇଟି ଚିନ୍ତାଜନକ ଘଟଣା । ମାଆକୁ ମିଳିଲାନି ସମ୍ମାନ । ଗୋଟିଏ ସ୍ଥାନରେ ଲଗାଣ ବର୍ଷାରେ ରାସ୍ତାର ଅବସ୍ଥା ଠିକ୍ ନଥିବାରୁ ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ । ଫଳରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଲେ ଗର୍ଭବତୀ । ମାଆର ଯନ୍ତ୍ରଣା ଆଗରେ ବର୍ଷା ବି ସହଯୋଗ କଲାନାହିଁ । ଜଣେ ରାସ୍ତା କଡ଼ରେ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ବେଳେ ଆଉ ଜଣେ ହରାଇ ବସିଲେ ନିଜର ନବଜାତ ଶିଶୁପୁତ୍ର । ସବୁଠି ଗୋଟିଏ କାରଣ ରାସ୍ତା ଖରାପ ଯେଉଁଥି ପାଇଁ ପହଚିଂ ପାରିଲାନି ଆମ୍ବୁଲାନସ ।

କୋରାପୁଟ ଜିଲ୍ଳା ବୈପାରିଗୁଡ଼ା ବ୍ଳକର ଯୋଡ଼ିଆମ୍ବ ଗ୍ରାମର ଲକ୍ଷ୍ମୀ ହନ୍ତାଳଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ୧୦୨ଆମ୍ବୁଲାନସ୍ କୁ ଡ଼ାକିଥିଲେ, ବହୁ ସମୟ ଅପେକ୍ଷା ପରେ ବି ଆସି ପାରିଲାନି ଗାଡ଼ି,ରାସ୍ତା ଖରାପ ଯୋଗୁଁ ଗାଁକୁ ଆସିପାରୁନି ଗାଡ଼ି । ଶେଷରେ ଗାଁ ଲୋକଙ୍କ ସହାୟତାରେ ଭାରରେ ବୁହା ହୋଇ ବର୍ଷାରେ ଭିଜି ଭିଜି ୧୫ କିମି ଆସିବା ପରେ ଏକ ଅଟୋର ସାହ।।ଯ୍ୟ ମିଳିଲା । ସାଥିରେ ଥିଲା ଗୋଟିଏ ଖଣ୍ଡିଆ ଛତା ଓ ଖଣ୍ଡିଏ ଜରି, ତାହା ମଧ୍ୟ ପୁରା ଶରୀରକୁ ହେଉ ନଥିଲା । ଅଟୋ ପାଖକୁ ଆସିଲା ବେଳକୁ ଗର୍ଭବତୀ ଜଣକ ସମ୍ପୂର୍ଣ୍ଣ ରୂପେ ଭିଜି ଯାଇଥିଲେ । ଗୋଟିଏ ପଟେ ଗର୍ଭ ଯନ୍ତ୍ରଣା ଅନ୍ୟ ପଟେ ବର୍ଷାର ମାଡ଼ରେ ସନ୍ତୁଳି ହେଉଥିଲା ମାଆ । ସବୁ କଷ୍ଟ କୁ ସହି ବୈପାରିଗୁଡ଼ା ମେଡ଼ିକାଲକୁ ପହଚିଂଲା ବେଳକୁ ପେଟରେ ଥିବା ଶିଶୁ ପୁତ୍ର ଟିର ମୃତ ହୋଇଯାଇଥିଲା । ମେଡ଼ିକାଲରେ ଜନ୍ମ ହେଲା ମୃତ ଶିଶୁ ।

ଅନ୍ୟପକ୍ଷେ ଦଶମନ୍ତପୁର ବ୍ଳକର ବନ୍ଧଗୁଡ଼ା ଗ୍ରାମର ଆଶାଇ ମୁଦୁଲି ପ୍ରଶବ ବେଦନା ହେବାରୁ ୧୦୨ ଆମ୍ବୁଲାନଓ କୁ ଡ଼ାକିଥିଲେ କିନ୍ତୁ ଦଶମନ୍ତପୁରରେ ଥିବା ଆମ୍ବୁଲାନସ ଟି ଖରାପ ହୋଇଥିବା ଜଣିବାକୁ ପାଇଲେ ପରେ କୌଣସି ଉପାୟ ନ ପାଇ ଗର୍ଭ ଯନ୍ତ୍ରଣା ବଡ଼ିବାରୁ ଭାରରେ ବୁହା ହୋଇ ମେଡ଼ିକାଲ କୁ ଆସିବା ବାଟରେ ରାସ୍ତା ଉପରେ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ପରେ ଉଭୟ ମାଆ ଓ ନବଜାତ ଶିଶୁ ପୁତ୍ରକୁ ପୁଣି କାଉଡ଼ିରେ ବୁହା ହୋଇ ମେଡ଼ିକାଲକୁ ନିଆ ଯାଇଥିଲା । ମେଡ଼ିକାଲରେ ଉଭୟ ମାଆ ଓ ଶିଶୁ ର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବା ଜଣା ପଡ଼ିଛି ।