କୋରାପୁଟ : ବାପାର ହତ୍ୟା ପାଇଁ ସୁପାରୀ ଦେଲା ଝିଅ

34

କନକ ବ୍ୟୁରୋ : ପୁରୀରେ ସ୍ୱାମୀ ହତ୍ୟା ପାଇଁ ପତ୍ନୀ ସୁପାରୀ ଦେବା କଥା ମନରୁ ନଲିଭୁଣୁ ଏବେ ସେଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ବାପାର ହତ୍ୟା ପାଇଁ ସୁପାରୀ ଦେଇଛି ଝିଅ । କଥାଟି ବିଶ୍ୱାସ ନହେଲେ ବି ସତ । କୋରାପୁଟ ଜିଲ୍ଲା ବୋରିଗୁମା ଅଂଚଳରେ ଘଟିଛି ଏହି ଘଟଣା । ପିତାମ୍ବର ନାୟକଙ୍କୁ ହତ୍ୟା କରିବା ପାଇଁ ତାଙ୍କ ଝିଅ ଜମ୍ବୁବତୀ ଦେଇଥିଲା ସୁପାରୀ  ।

ବାପାଙ୍କ ୫ ଏକରରୁ ଅଧିକ ଜମିକୁ ହଡପ କରିବା ପାଇଁ ଏଭଳି ସୁପାରୀ ଦେଇଥିଲା ଥିଲା । ୪ ଜଣଙ୍କୁ ୮୦ ହଜାର ଟଙ୍କା ଦେଇ ବାପା ପିତାମ୍ବରକୁ ହତ୍ୟାକରିବା ପାଇଁ ସୁପାରୀ ଦେଇଥିଲା । ଏହି ଅଭିଯୁକ୍ତମାନେ କୌଶଳ କରି ପିତାମ୍ବରୁକୁ ଜଙ୍ଗଲକୁ ଡାକି ନେଇ ହତ୍ୟାକରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଜଣେ ନାବାଳକ ସମେତ ୪ ଜଣଙ୍କୁ ଗିରଫ କରିଛି ।

ପୀତାମ୍ବରଙ୍କ ୩ ପତ୍ନୀଙ୍କ ୫ ଜଣ ପୁଅଝିଅ ଥିଲେ । ସେମାନଙ୍କ ମଧ୍ୟରେ ଜମି ବଂଟାକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଝିଅ ଜମ୍ବୁବତୀ ସମସ୍ତ ଜମି ହାତେଇବା ପାଇଁ ବାପାଙ୍କୁ ହତ୍ୟା କରିଥିବା ଜଣାପଡିଛି ।