କୋରାପୁଟ ଲମତାପୁଟରେ ପ୍ରଧାନ ଶିକ୍ଷକଙ୍କ ଶିକ୍ଷାଦାନର ନୂଆ ଷ୍ଟାଇଲ୍ । ନାଚନ୍ତି ଗାଅନ୍ତି , ଏକାଙ୍କିକା ମାଧ୍ୟମରେ ପିଲାଙ୍କୁ ପଢାନ୍ତି ପାଠ

498

କନକ ବ୍ୟୁରୋ : ଏମିତି ଜଣେ ଶିକ୍ଷକ ଏବେ ଚର୍ଚ୍ଚାରେ ଅଛନ୍ତି ଯିଏ କି ସ୍କୁଲରେ ପିଲାମାନଙ୍କୁ ନାଚି ଗାଇ ପାଠ ପଢାଉଛନ୍ତି । ତେବେ କେବଳ ଚର୍ଚ୍ଚାରେ ଯେ, ଅଛନ୍ତି ତାହା ନୁହେଁ ବରଂ ସୋସିଆଲ ମିଡିଆରେ ତାଙ୍କ ପାଠ ପଢାଇବାର ଶୈଳୀ ମଧ୍ୟ ବେଶ ଚର୍ଚ୍ଚାରେ ରହିଛି । ସାଧାରଣତଃ ଘରୋଇ ସ୍କୁଲର ପ୍ଲେ ଗ୍ରୁପରେ ନାଚଗୀତ ମାଧ୍ୟମରେ ଛୋଟ ଛୋଟ ପିଲାଙ୍କୁ ପାଠପଢା ଆପଣ ଦେଖିଥିବେ । ହେଲେ ସରକାରୀ ସ୍କୁଲରେ ଏପରି ଦୃଶ୍ୟ କେବେ ଦେଖିବାକୁ ମିଳେନାହିଁ । କିନ୍ତୁ ଏହି ଘଟଣାଟି କୋରାପୁଟ ଜିଲ୍ଲାର ଉପାନ୍ତ ଅଂଚଳ ଲମତାପୁଟ ପ୍ରାଥମିକ ବିଦ୍ୟାଳୟର ।

ପିଲାମାନଙ୍କୁ ଏମିତି ନାଚି ଗାଇ ଏକାଙ୍କିକା ମାଧ୍ୟମରେ ପାଠ ପଢାଉଥିବା ଏହି ଶିକ୍ଷକ ହେଉଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ପାଠୀ । କୌଣସି କ୍ଲାସରେ ଯଦି ଶିକ୍ଷକ ଅନୁପସ୍ଥିତ ଥାଆନ୍ତି , ତେବେ ପ୍ରଧାନଶିକ୍ଷକ ପହଁଚି ଯାଅନ୍ତି । ନାଚ ଗୀତ ଏକାଙ୍କିକା ମାଧ୍ୟମରେ ପିଲାଙ୍କୁ ମନୋରଂଜନ ଜରିଆରେ ପାଠ ପଢାଇଥାଆନ୍ତି । ତେବେ ବଡ କଥା ହେଉଛି ଏହି ରୋଚକ ଚିତ୍ର ସାମ୍ନାକୁ ଆସିବା ପରେ ସେ ବେଶ ଚର୍ଚ୍ଚାରେ ରହିଛନ୍ତି । ଏପରି ପାଠ ପଢାକୁ ମଧ୍ୟ ସେ ପିଲାମାନେ ବେଶ ପସନ୍ଦ କରୁଛନ୍ତି । ସାଧାରଣ ଶିକ୍ଷକଙ୍କ ଅପେକ୍ଷା ତାଂକ ପାଠପଢାର ଶୈଳୀକୁ ମଧ୍ୟ ବେଶ ପିଲା ପସନ୍ଦ କରୁଥିବା ନେଇ ସୂଚନା ରହିଛି ।