କୋରାପୁଟ : ସିଆରସିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଅର୍ଦ୍ଧଦଗ୍ଧ ଅବସ୍ଥାରେ ମୃତ ଦେବ ଠାବ

31

କନକ ବ୍ୟୁରୋ : ସିଆରସିଙ୍କୁ ଜାଳିଦେଲେ ଦୁର୍ବୃତ୍ତ । ଅର୍ଦ୍ଧଦଗ୍ଧ ଅବସ୍ଥାରେ କୋରାପୁଟ୍ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ ଟାଙ୍ଗରା ଜଙ୍ଗଲ ଭିତରୁ ସିଆରସିଙ୍କ ମୃତ ଦେହ ଠାବ କରାଯାଇଛି । ମୃତଦେହ ପଡିଥିବା ସ୍ଥାନଠାରୁ କିଛି ଦୂରରେ ସିଆରସିଙ୍କ ବାଇକ୍ ଥୁଆ ହୋଇଥିବା ଦେଖିବାକୁ ମିଳିଛି । ମୃତ ସିଆରସି ଆମ୍ବାଗୁଡାର ସନ୍ଦୀପ ସିଲ୍ ବୋଲି ଜଣାପଡିଛି । ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ତେବେ କିଭଳି ଓ କେମିତି ଏହା ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।

ସୂଚନାଯୋଗ୍ୟ ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥ ଠାରୁ ୪ କିଲୋମିଟର ଦୂରରେ ରାସ୍ତା କଡ଼ରେ ପଡିଛି ଜଣେ ସିଆରସିଙ୍କ ଦରପୋଡ଼ା ମୃତଦେହ । ବୋରିଗୁମ୍ମା ନିକଟସ୍ଥ ଡାଙ୍ଗେରା ପାହାଡ ନିକଟରେ ପଡିଛି ଏହି ମୃତଦେହ । ଶବ ନିକଟରେ ଗୋଟିଏ ବାଇକ୍ ଓ ମୋବାଇଲ ପଡି ରହିଛି। ସିଆରସିସି ଭାବେ କାର୍ୟ୍ୟରତ ସନ୍ଦୀପ ସିଆଲ ଗତକାଲି ସକାଳ ୯ଟାରେ ଡାଙ୍ଗରା ୟୁପି ସ୍କୁଲକୁ ଯିବା ପାଇଁ ଘରୁ ବାହାରି ଥିଲେ ।

ମାତ୍ର ଦିନ ୨ଟା ସୁଦ୍ଧା ତାଙ୍କର କୌଣସି ଖୋଜ ଖବର ମିଳି ନ ଥିଲା । ପରିବାର ଲୋକ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ତାଙ୍କ ମୋବାଇଲ୍କୁ ଯୋଗାଯୋଗ କରିବାରୁ କୌଣସି ଉତ୍ତର ମିଳି ନ ଥିଲା । ଶେଷରେ ପରିବାର ଲୋକ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ତେବେ ରାତି ପ୍ରାୟ୧୧ଟା ବେଳେ ବୋରିଗୁମ୍ମା ନିକଟସ୍ଥ ଡାଙ୍ଗେରା ପାହାଡ ନିକଟରେ ତାଙ୍କ ଅର୍ଧଦଗ୍ଧ ଶବ ପଡିଥିବା ଦେଖିବାକୁ ମିଳିଥିଲା ।