କୋରାପୁଟ ଜିଲ୍ଲାପାଳଙ୍କ ଫତୁଆ : ଜିନ୍ ପ୍ୟାଂଟ ଓ ଟି-ସାର୍ଟ ପିନ୍ଧି ଆସିଲେ ମିଳିବନି ଜିଲ୍ଲାପାଳଙ୍କ ସାକ୍ଷାତ

37

କୋରାପୁଟ : କୋରାପୁଟ ଜିଲ୍ଲାପାଳ ଜାରିକଲେ ଫତୁଆ । ଜିନ୍ ପ୍ୟାଂଟ ଓ ଟି-ସାର୍ଟ ପିନ୍ଧି ଆସିଲେ ମିଳିବନି ଜିଲ୍ଲାପାଳଙ୍କ ସାକ୍ଷାତ । ଜିଲ୍ଲାପାଳ ଅଫିସ ଆଗରେ ଲଗାଇଲେ ନୋଟିସ । ସରକାରୀ ଅଧିକାରୀ ହୁଅନ୍ତୁ ବା ସାଧାରଣ ଜନତା ଜିଲ୍ଲାପାଳଙ୍କୁ ଭେଟିବାକୁ ହେଲେ କେତେକ ନିୟମ ମାନିବାକୁ ପଡିବ ଯେମିତି କି ଉପଯୁକ୍ତ ପୋଷାକ ପରିଧାନ କରିବା ।