କୋଟିଆ ବୁଲିଲେ କୋରାପୁଟ ଜିଲ୍ଲାପାଳ ! ଫଗୁଣସିନେରୀ ଗାଁରେ ଜନ ସେଚତନତା ଶିବିର କରି ବୁଝିଲେ ଲୋକଙ୍କ ସମସ୍ୟା

80

କନକ ବ୍ୟୁରୋ : ବିବାଦୀୟ କୋଟିଆର ଫଗୁଣସିନେରୀ ଗାଁକୁ ଯାଇଥିଲେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତି । ଏକ ଜନ ସଚେତନତା ଶିବିର ଆୟୋଜନ କରି ସୀମାନ୍ତବର୍ତ୍ତି ଅଂଚଳର ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି ଜିଲ୍ଲାପାଳ । ପଟ୍ଟାଙ୍ଗୀ ବିଡିଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା ଏହି ଶିବିର ।

ବିବାଦୀୟ କୋଟିଆରେ ଓଡିଶାର ବିକାଶ ମୂଳକ କାମକୁ ବାଧା ଦେଉଛି ଆନ୍ଧ୍ର ପ୍ରଦେଶ । ସୀମାନ୍ତବର୍ତ୍ତୀ କୋରାପୁଟର କୋଟିଆକୁ ନିଜ ଅଧିନକୁ ନେବା ପାଇଁ ଚେଷ୍ଟା କରୁଛି ଆନ୍ଧ୍ର । ହେଲେ ଓଡିଶାର କୋଟିଆକୁ କୌଣସି ପ୍ରକାର ଆନ୍ଧ୍ରକୁ ଦିଆଯିବ ନାହିଁ ବୋଲି କହିବା ସହ କୋଟିଆର ଆଦିବାସୀଙ୍କ ବିକାଶ ପାଇଁ କାମ କରୁଛନ୍ତି ରାଜ୍ୟ ସରକାର । ଏହି କ୍ରମରେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତି କୋଟିଆର ଫଗୁଣସିନେରୀ ଗାଁକୁ ଯାଇଁ ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିଛନ୍ତି ।

ପଟ୍ଟାଙ୍ଗୀ ବିଡିଓ କରୁଣାକର ପ୍ରଧାନଙ୍କ ତତ୍ୱାବଧାନରେ ଫଗୁଣସିନେରୀ ଗାଁରେ ଆୟୋଜିତ ଜନ ସଚେତନତା ଶିବିରରେ ଗାଁର ସମସ୍ୟା ବାବଦରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ସ୍ଥାନୀୟ ବାସିନ୍ଦା । ରସ୍ତାଘାଟ ଓ ପିଇବା ପାଣିର ସମସ୍ୟା ବାବଦରେ ଲୋକେ କହିଥିଲେ । ସେହିପରି ଆନ୍ଧ୍ରର ଚିକାପାରୁ ଗ୍ରାମବାସି ଓଡିଶାରେ ମିଶିବାକୁ ଇଛା ପ୍ରକାଶ କରୁଥିବା ବାସିନ୍ଦା କହିଛନ୍ତି ।

କୋଟିଆରେ ବିକାଶଧାରା ଜାରି ରହିଛି । ବସ ସେବା ଆରମ୍ଭ ହୋଇଯାଇଥିବା ବେଳେ ବିଏସଏନଏଲ ଟାଓାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ହସପିଟାଲ ଓ କ୍ଲଷ୍ଟର ଗୃହ ନିର୍ମାଣ କାମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର, ଯାହାକୁ ଦେଖି ଆନ୍ଧ୍ର ପ୍ରଦେଶ ଛାତିରେ ଛନକା ପସିଛି ।