ଏସସିବି ଛାଡିଲା ‘ଶ୍ରେୟା’ ! କୋରାପୁଟ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଶିଶୁକୁ କଟକ ବଡ଼ ମେଡିକାଲରୁ ଡିସଚାର୍ଜ କରାଗଲା

35

କନକ ବ୍ୟୁରୋ: ଏସସିବି ଛାଡିଛି ଘଂଚ ଜଙ୍ଗଲ ଭିତରୁ ମା’ ମୃତ ଦେହ ନିକଟରୁ ଉଦ୍ଧାର ଶିଶୁ କନ୍ୟା । କୋରାପୁଟ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଶିଶୁକୁ କଟକ ବଡ଼ ମେଡିକାଲରୁ ଡିସଚାର୍ଜ କରାଯାଇଛି । କୋରାପୁଟରେ ଥିବା ସ୍ୱତନ୍ତ୍ର ପୋଷ୍ୟସନ୍ତାନ ଗୃହରେ ଏହି ଶିଶୁକୁ ରଖାଯିବ । ଏଯାଏଁ ଶିଶୁର କେହି ଦାବିଦାର ନାହାଁନ୍ତି ।

ମାସେ ଅପେକ୍ଷା କରିବା ପରେ ଗଣମାଧ୍ୟମରେ ସଂପୃକ୍ତ ଶିଶୁ ସମ୍ପର୍କରେ ବିଜ୍ଞାପନ ଦିଆଯିବ । ଗତ ୧୧ ତାରିଖରେ କୋରାପୁଟ ବୋରିଗୁମ୍ମା ଥାନା ଅନ୍ତର୍ଗତ କୁମ୍ଭାରୀଗୁଡା ଜଙ୍ଗଲରୁ ଜଣେ ମୃତ ମହିଳାଙ୍କ ନିକଟରୁ ଏହି ଶିଶୁକୁ ଉଦ୍ଧାର କରାଯାଇଥିଲା । ଶିଶୁର ଚିକିତ୍ସା ଏସସିବିରେ ଚାଲିଥିବାବେଳେ ଏପର୍ଯ୍ୟନ୍ତ ତାର ପରିଚୟ ମିଳିନାହିଁ । ତେଣୁ ଚାଇଲ୍ଡ ଲାଇନ ପକ୍ଷରୁ ସଂପୃକ୍ତ ଶିଶୁର ନାଁ ‘ଶ୍ରେୟା’ ରଖାଯାଇଛି ।