କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅଶାନ୍ତି ! ଅନଶନରେ ବସିଥିବା ଛାତ୍ରୀ ଅସୁସ୍ଥ

35

କନକ ବ୍ୟୁରୋ : ଅଶାନ୍ତ ହୋଇଛି କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ୬୦ ଦଫା ଦାବିରେ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଚଳାଇଛନ୍ତି ଆନ୍ଦୋଳନ । ଗତମାସରେ ଛାତ୍ର ଅଶାନ୍ତି ପରେ ୧୯ ଦିନ ପାଇଁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ସାଇନ-ଏ-ଡାଏ ଘୋଷଣା କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ୫୪ଟିଦାବିକୁ ମାନିନେଇଥିବା ଓ ବାକି ଦାବିକୁ ସରକାରକୁ ଲେଖି ଜଣାଇଥିବା କଥା କହି କୁଳପତି ଗତ ୩ ତାରିଖରେ ସାଇନ-ଏ-ଡାଏ ହଟାଇଥିଲେ । ତଥାପି ବିଶ୍ୱବିଦ୍ୟାଳୟ ଅଶାନ୍ତ ହୋଇପଡିଛିା ଛାତ୍ରଛାତ୍ରୀନିଜଜିଦରେ ଅଟଳ ରହି ପିଲାଙ୍କୁ ଶ୍ରେଣୀଗୃହକୁ ପ୍ରବେଶକରାଇ ଦେଉନାହାନ୍ତି । କୁଳପତି ସିଧାସଳଖ କଥାବାର୍ତା ହେବାକୁ ଛାତ୍ରଛାତ୍ରୀ ଅଡିବସିଛନ୍ତି ।