କୋରାପୁଟରେ ଭାଲୁ ଭୟ ! ସଚେତନତା ପାଇଁ ଗାଁ ଗାଁରେ ବୁଲି ପୋଷ୍ଟର ଲଗାଇଲା ବନ ବିଭାଗ

31

କନକ ବ୍ୟୁରୋ : ଭାଲୁକୁ ମାରନି ତୁରନ୍ତ ଦେଖିଲେ ବନ ବିଭାଗକୁ ଖବର ଦିଅ । ଏଭଳି ପୋଷ୍ଟର ଏବେ କେରାପୁଟର ବିଭନ୍ନ ଗାଁରେ ଲାଗିଛି । ଭାଲୁ ଉତ୍ପାତ ଦେଖାଦେଇଥିବା ବେଳେ ଲୋକଙ୍କୁ ସଚେତନ କରାଇବା ପାଇଁ ଏଭଳି ପୋଷ୍ଟର ଲଗାଯାଇଛି । ଗତକିଛି ଦିନ ମଧ୍ୟରେ ଭାଲୁ ଆକ୍ରମଣରେ କେତେ ଜଣଙ୍କ ଜୀବନ ମଧ୍ୟ ଗଲାଣି । ବନ ବିଭାଗ ଭାଲୁକୁ କାବୁ କରି ଜଙ୍ଗଲରେ ଛାଡୁଥିଲେ ମଧ୍ୟ ଖାଦ୍ୟ ଅଭବାରୁ ଏମାନେ ଜନବସତି ମୁହାଁ ହେଉଛନ୍ତି ।

ଏପରିସ୍ଥଳେ ଲୋକଙ୍କୁ ସଚେତନ କରେଇବାକୁ ଏବେ ବନବିଭାଗ ପକ୍ଷରୁ କେବିଡି, ଜୟନ୍ତଗିରି, ଟାଙ୍କୁଆ କୋଟପାଡ, ନୂଆପୁଟ, ଛତର୍ଲା, କୋରାପୁଟରେ ପୋଷ୍ଟର ଲଗାଯାଇଛି । ଭାଲୁକୁ ଦେଖିଲେ ତୁରନ୍ତ ବନବିଭାଗକୁ ଖବର ଦେବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଭାଲୁ ଭୟରେ ରାତିରେ ଗାଁରେ ବାହାରିବା କଷ୍ଟକର ହୋଇପଡିଛି । ରାତି ହେଲେ ଗାଁ ଭିତରକୁ ପଶିଆସୁଛି ଭାଲୁ । ଜଙ୍ଗଲ ନିକଟବତୀ ଗାଁରେ ଭୋଜି ଭାତ ହେଲେ ତାର ବାସନାରେ ଭାଲୁ ଗାଁ ଭିତରକୁ ପଶିଆସୁଥିବା ଗ୍ରାମବାସୀ କହିଛନ୍ତି ।