କୁନ୍ଦୁଲି ଗଣଦୁଷ୍କର୍ମ ନେଇ କୋରାପୁଟ ଏସପିଙ୍କ ବଡ ବୟାନ ! ଏସଓଜି, ବିଏସଏଫ ଓ କୋବ୍ରା ଯବାନ ସଂପୃକ୍ତ ଥିବା ତଥ୍ୟ ମିଳିନାହିଁ

40

କନକ ବ୍ୟୁରୋ : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ କେଉଁମାନେ ସାମିଲ ତାକୁ ନେଇ ସସପେନ୍ସ ଜାରି ରହିଛି । ଦୋଷୀଙ୍କୁ ଏଯାଏଁ ପୋଲିସ ଧରିପାରିନାହିଁ । ଗତକାଲି ବିଜେଡି ବିଜେଡି ଅନୁସୂଚିତ ଜାତି ସେଲ ଆବାହକ ବିଷ୍ଣୁ ଦାସ କହିଥିଲେ, ଏସଓଜି ଯବାନଙ୍କ ବିରୋଧରେ ପୀଡିତା ନାବାଳିକା କରିଥିବା ଗଣଦୁଷ୍କର୍ମ ଅଭିଯୋଗ ସତ । ପରେ କହିଥିଲେ ତାଙ୍କ ବୟାନକୁ ଭୁଲ ଭାବେ ଉପସ୍ଥାପିତ କରାଯାଇଛି ।

ଏହା ପରେ ଆଜି ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଏସପି ଡକ୍ଟର କନୱର ବିଶାଲ ସିଂ । ସେ କହିଛନ୍ତି, କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଏସଓଡି, ବିଏସଏଫ ଓ କୋବ୍ରା ଯବାନ ସଂପୃକ୍ତ ଥିବା କୌଣସି ତଥ୍ୟ ମିଳିନାହିଁ । ବିଶେଷଜ୍ଞଙ୍କୁ ନେଇ ତଦନ୍ତ ଚାଲିଛି । ପୀଡିତାଙ୍କୁ କାଉନସେଲିଂ କରିବା ପାଇଁ କଟକରୁ ଦୁଇଜଣ ବିଶେଷଜ୍ଞ କୋରାପୁଟ ଯାଉଛନ୍ତି । ତଦନ୍ତରେ କୌଣସି ଫୋର୍ସର ଗତିବିଧି ଆସିନାହିଁ । ଏବେ ବି ତଦନ୍ତ ଚାଲିଛି ।