ଆନ୍ଦୋଳନରୁ ଓହରିଲା କୋଣାର୍କ ସୁରକ୍ଷା ସମିତି

58

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : କୋଣାର୍କ ସୂର୍ଯ୍ୟମନ୍ଦିର ବର୍ଦ୍ଧିତ ପ୍ରବେଶ ଶୁଳ୍କ ପୁନଃ ପ୍ରତିବାଦରେ ଚାଲୁଥିବା ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । କୋଣାର୍କ ସୁରକ୍ଷା ସମିତିର ଆନ୍ଦୋଳନ ୧୫ ଦିନ ପାଇଁ ସ୍ଥଗିତ ରହିଛି । ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନେଇଛି କୋଣାର୍କ ସୁରକ୍ଷା ସମିତି। ବର୍ତମାନ ପାଇଁ ଟିକେଟର ପୁରୁଣା ଦର ବଳବତର ରହିବ । ବର୍ଦ୍ଧିତ ପ୍ରବେଶ ଶୁଳ୍କ ପୁନଃ ଲାଗି ପ୍ରତିବାଦରେ ୩ ଦିନ ହେବ ସୂର୍ଯ୍ୟମନ୍ଦିର ଟିକେଟ କାଉଂଟରରେ ତାଲା ପକାଇ ଆନ୍ଦୋଳନରେ ବସିଥିଲେ । କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ପ୍ରତ୍ନତତ୍ୱ ବିଭାଗର ଅଧିନରେ ଥିବା ୩୨ଟି ବିଶ୍ୱ  ଐତିହ୍ୟ ସହ ୧୧୬ଟି ଐତିହ୍ୟ ସ୍ଥଳରେ ପ୍ରବେଶ ଶୁଳ୍କ ବୃଦ୍ଧି କରାଯାଇଛି । ଏହା ଯୋଗୁଁ କୋଣାର୍କ ମନ୍ଦିରରେ ପ୍ରବେଶ ଶୁଳ୍କ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ୧୦ ଟଙ୍କାରୁ ୩୦ ଟଙ୍କା ଭଡା ବଢାଯାଇଛି । ଯାହାକୁ କୋଣାର୍କ ସୁରକ୍ଷା ସମିତି ବିରୋଧ କରୁଛି ।