ଭୁବନେଶ୍ୱରରେ ଏବେ ବିଶ୍ୱର ସୌଖିନ ବାଇକ୍ କମ୍ପାନୀ : ହାର୍ଲିଡେଭିଡସନର ସୋ’ରୁମକୁ ନେଇ ଚର୍ଚ୍ଚା

21

କନକ ବ୍ୟୁରୋ : ବିଶ୍ୱର ସୌଖିନ ବାଇକ କମ୍ପାନୀ ହାର୍ଲିଡେଭିଡସନର ସୋ’ରୁମ ଏବେ ଭୁବନେଶ୍ୱରରେ ଖୋଲିଛି । ଭୁବନେଶ୍ୱର ଫୁଲନଖରା ନିକଟରେ ବିଶ୍ୱର ସବୁଠାରୁ ଦାମୀ ବାଇକର ସୋ’ରୁମ ଉଦଘାଟିତ ହେବାକୁ ଯାଉଛି ।

ଏନେଇ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି କୋଣାର୍କ ହାର୍ଲି ଡେଭିଡସନର ଡିଲର ପ୍ରିନ୍ସିପାଲ ଦେବଜ୍ୟୋତି ପଟ୍ଟନାୟକ । କୋଣାର୍କ ହାର୍ଲି ଡେଭିଡସନ ଓଡିଶାରେ ପ୍ରଥମ ତଥା ଭାରତରେ ୨୮ତମ ସୋ’ରୁମ୍ । ଏଠାରେ କମ୍ପାନୀର ସମସ୍ତ ୧୪ଟି ମଡେଲ ଉପଲବ୍ଧ ହେବ ବୋଲି କହିଛନ୍ତି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପିଟର ମ୍ୟାକେଞ୍ଜି ।