କୋଣାର୍କ : ଗୋପ ଅଂଚଳରେ ସ୍କୁଲ ଶିକ୍ଷୟିତ୍ରୀ ଜଣେ ଛାତ୍ରୀଙ୍କୁ ପାଇଖାନା ସଫା କରିବାକୁ କହିବାରୁ ଉତ୍ତେଜନା

29

କନକ ବ୍ୟୁରୋ : କୋଣାର୍କ ଗୋପ ଅଂଚଳରେ ଉତ୍ତେଜନା । ସ୍କୁଲ ଶିକ୍ଷୟିତ୍ରୀ ଜଣେ ଛାତ୍ରୀଙ୍କୁ ପାଇଖାନା ସଫା କରିବାକୁ କହିବାରୁ ଉତ୍ତେଜନା ଦେଖା ଦେଇଛି । ଗୋପ କୁସୁପୁର ବ୍ରଜବନ୍ଧୁ ନୋଡାଲ ସ୍କୁଲରେ ଘଟିଛି ଏଭଳି ଘଟଣା । ଶିକ୍ଷୟିତ୍ରୀଙ୍କ ପରାମର୍ଶରେ ଛାତ୍ରୀ ଜଣକ ପାଇଖାନା ସଫା କରିଥିଲେ । ଆଉ ଘଟଣା ଜଣା ପଡିବା ପରେ ଅଭିଭାବକ ମହଲରେ ଉତ୍ତେଜନା ଦେଖା ଦେଇଥିବା ସୂଚନା ମିଳିଛି ।