ଆଜିଠୁ କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ! ୫ ଦିନ ଧରି ଚାଲିବାକୁ ଥିବା ଉତ୍ସବରେ ସାମିଲ ହେବେ ଦେଶ ବିଦେଶର ବାଲୁକା ଶିଳ୍ପୀ

42

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି କୋଣାର୍କ ମହୋତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ । ୫ ଦିନ ପାଇଁ ଚାଲିବାକୁ ଥିବା ଏହି ଉତ୍ସବରେ ଭାରତ ଓ ମାଲେସିଆରୁ ୧୦ ପ୍ରମୁଖ ନୃତ୍ୟଗୋଷ୍ଠି ଭାଗ ନେବେ । ସେହିପରି ୮ଟି ବାହାର ଦେଶର ବାଲୁକା ଶିଳ୍ପୀଙ୍କ ସମେତ ଦେଶ ଭିତରୁ ୬୨ ଜଣ ବାଲୁକା ଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରିବେ । ଉକ୍ରଳୀୟ କଳା ଓ ସଂସ୍କୃତିର ଅନନ୍ୟ ସୃଷ୍ଟି କୋଣାର୍କ ସୂର୍ଯ୍ୟ ମନ୍ଦିର । ଅତୀତର ଗୌରବକୁ ବଜାୟ ରଖିବା ପାଇଁ ୧୯୮୯ରୁ ଆରମ୍ଭ ହୋଇଥିଲା କୋଣାର୍କ ମହୋତ୍ସବ ।