ଓଡ଼ିଶୀ ଏବଂ ଭାରତନାଟ୍ୟମରେ ଝୁମିଲେ ଦର୍ଶକ : କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ମନ ମୋହିଲା ଶାସ୍ତ୍ରୀୟ ନୃତ୍ୟ

64

କୋଣାର୍କ ଉତ୍ସବର ତୃତୀୟ ସନ୍ଧ୍ୟାରେ ପରିବେଷଣ ହୋଇଥିବା ଓଡ଼ିଶୀ ଏବଂ ଭାରତନାଟ୍ୟମ ଦର୍ଶକଙ୍କୁ ବେଶ ବିମୋହିତ କରିଥିଲା । ରେକର୍ଡ ସଂଖ୍ୟକ ବିଦେଶି ଏବଂ ଦେଶୀ ପର୍ଯ୍ୟଟକ ଏହି କାର୍ଯ୍ୟକ୍ରମର ମଜାନେଇଥିଲେ । ମହାପ୍ରଭୁଙ୍କ ପଦସେବାରେ ମିଳୁଥିବା ମୁକ୍ତି ଏବଂ ସନ୍ତୋଷର କଥାକୁ ନୃତ୍ୟ ମାଧ୍ୟମରେ ପରିବେଶଷ କରିଥିଲେ କଳାକାର ।
ସେପଟେ ବେଳାଭୂମୀରେ ଜମୁଛି ଆନ୍ତର୍ଜାତୀୟ ବାଳୁକା କଳା ପ୍ରତିଯୋଗିତା । ଭାରତର ସବୁଠାରୁ ବଡ଼ ଏହି ବାଳୁକାକଳା ପ୍ରତିଯୋଗିତାରେ ୬ଟି ଦେଶର ପ୍ରତିଯୋଗି ଏଥିରେ ଅଂଶଗ୍ରହଣ କରିଛନ୍ତି । ଉଭୟ ଦେଶୀ ଏବଂ ବିଦେଶୀ ଶିଳ୍ପୀଙ୍କୁ ମିଶାଇ ମୋଟ୍ ୬୮ ଜଣ ପ୍ରତିଯୋଗି ଏଥିରେ ସାମିଲ ହୋଇଛନ୍ତି । ପ୍ରତିଦିିନ ଥିମ୍ ଅନୁଯାଇ ଶିଳ୍ପୀମାନେ ବାଳୁକା କଳା ପ୍ରସ୍ତୁତ କରୁଛନ୍ତି ।