ଶେଷ ହୋଇଛି କୋଣାର୍କ ମହୋତ୍ସବ ! ମୋହିନୀ ଆଟ୍ଟମ ତାଳେ ତାଳେ ଝୁମିଲେ ଦର୍ଶକ

91

କନକ ବ୍ୟୁରୋ: ଶେଷ ହୋଇଛି କୋଣାର୍କ ମହୋତ୍ସବ । ଗତ ୫ଦିନ ଧରି ଚାଲିଥିବା କୋଣାର୍କ ଉତ୍ସବ ଗତକାଲି ଉଦଯାପିତ ହୋଇଛି । କୋଣାର୍କ ମହୋତ୍ସବରେ ଜମିଥିଲା ଶାସ୍ତ୍ରୀୟ ନୃତ୍ୟର ଆସର । ଓଡିଶୀ, ମଣିପୁରୀ, କୁଚୁପୁଡି ଏବଂ ଲୋକନୃତ୍ୟ ଛନ୍ଦରେ ଝଂକୃତ ହୋଇଥିଲା କୋଣାର୍କର ମୁକ୍ତାକାଶ ରଙ୍ଗମଂଚ । କୋଣାର୍କ ଉତ୍ସବର ପଂଚମ ତଥା ଶେଷ ସଂଧ୍ୟାରେ ଶାସ୍ତ୍ରୀୟ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ । ନୃତ୍ୟଶିଳ୍ପୀଙ୍କ ନୃତ୍ୟରେ ଝୁମି ଉଠିଥିଲେ ଦର୍ଶକ । ଏହି ମୁକ୍ତାକାଶ ରଂଗମଂଚରେ ବିଦେଶୀ ନୃତ୍ୟଶିଳ୍ପୀଙ୍କ ନୃତ୍ୟ ଦର୍ଶକଙ୍କ ମନ ଜିଣିଥିଲା ।

ମଙ୍ଗଳବାର ଉଦଯାପନୀ ସନ୍ଧ୍ୟାର ପ୍ରଥମ ପରିବେଷଣ ହୋଇଥିଲା ନାଳନ୍ଦା ଡ୍ୟାନ୍ସ ରିସର୍ଚ୍ଚ ସେଂଟର, ମୁମ୍ବାଇ ରଙ୍କକନକ ରାଲେ ଓ ସାଥିମାନଙ୍କ ଦ୍ୱାରା ମୋହିନୀ ଆଟ୍ଟମ । ଶିଳ୍ପୀମାନେ ନୃତ୍ୟ ମାଧ୍ୟମରେ ଅଗ୍ରପୂଜନ ଦେବତା ଗଣେଶ ମହାପ୍ରଭୁଙ୍କ ଆବହନୀସ୍ତବକ ପରେ ଶ୍ରୀ ଗୀତ ଗୋବିନ୍ଦ ଅଷ୍ଟପଦୀ କଳେବର ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ନାଟ୍ୟଶାସ୍ତ୍ର ଆଧାରିତ ଋତୁଚକ୍ରର ଆବର୍ତ୍ତନକୁ ନେଇ ମଂଚସ୍ଥ ହୋଇଥିଲା ‘ଋତୁ ଦୁରୁଭା’ । ମୋହିନୀ ଆଟ୍ଟମର ଅନ୍ତିମ ଉପସ୍ଥାପନା ରହିଥିଲା ‘ଜୀବ’ । ସନ୍ଧ୍ୟାରେ ଦି୍ୱତୀୟ ପର୍ବରେ ଗୁରୁ କେଳୁଚରଣ ମହାପାତ୍ରଙ୍କ ଓଡିଶା ଗବେଷଣା କେନ୍ଦ୍ରର ଶିଳ୍ପମାନଙ୍କ ଦ୍ୱାରା ପରିବେଷଣ ହୋଇଥିଲା ଓଡିଶା ନୃତ୍ୟ ।

ସଂଧ୍ୟାର ଅନ୍ତିମ ପ୍ରସ୍ତୁତି ରହିଥିଲା ପାଇକ ବିଦ୍ରୋହର ଦୁଇଶହ ପୂର୍ତ୍ତି ଅବସରରେ ନୃତ୍ୟନାଟାକା ‘ ପାଇକ ବୀର ଶ୍ରଦ୍ଧାଞ୍ଜଳି’ । ଅନ୍ୟପଟେ ବିଶ୍ୱଐତିହ୍ୟକୁ ନେଇ ବାଲୁକାଶିଳ୍ପୀମାନେ ଚନ୍ଦ୍ରଭାଗା ବେଳାଭୂମିରେ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶିତ କରିଥିଲେ । ଦେଶ ବିଦେଶରୁ ଆସିଥିବା ବାଲୁକା ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କୋଣାର୍କ ଅର୍ବାନ ହାଟରେ ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ମେଳାର ଉଦଯାପନ ଦିବସରେ ପ୍ରବଳ ଜନ ସମାଗମ ହୋଇଥିଲା ।

ଡେଲିପ୍ୟାଡରେ ମିନାବଜାରରେ ମଧ୍ୟ ଭିଡ ପରିଲକ୍ଷିତ ହୋଇଥିଲା । ଉଦଯାପନୀ ସନ୍ଧ୍ୟାକୁ ପ୍ରଦୀପ ପ୍ରଜ୍ଜ୍ୱଳନ ଉଦଘାଟନ କରିଥିଲେ । ଓଡିଶା ସରକାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗଗନ ଧଳ ପୂର୍ବତନ ପ୍ରଶାସନ ଅଶୋକ ତ୍ରିପାଠୀ, ପୂର୍ବତନ ରେଳପଥ ମହାପ୍ରବନ୍ଧକ ଉମେଶ ସିଂ, ପର୍ଯ୍ୟଟନ ବିଭାଗର ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ ।