କୋମଲରୁ କବୀର୍ ! ଲିଙ୍ଗ ପରିବର୍ତ୍ତନ କରି ଭଗବାନଙ୍କ ଭୁଲକୁ ଠିକ୍ କଲେ ଇନ୍ଦୋରର ଯୁବତୀ

69

ସମାଜ କିମ୍ବା ପରିବାର ବିରୋଧରେ ଯାଇ ନିଜ ମନମୂତାବକ ଜୀବନ ଜିଇଁବା ପାଇଁ ସାହସ ସମସ୍ତଙ୍କ ପାଖରେ ନଥାଏ । ହେଲେ ଏସବୁକୁ ଖାତିର୍ ନକରି ନିଜ ଇଚ୍ଛାରେ ଡେଣା ଲଗାଇଛନ୍ତି ଇନ୍ଦୋରର କୋମଲ୍ ନମକ ଜଣେ ଯୁବତୀ । ଭଗବାନ ଦେଇଥିବା ରୂପକୁୁ ଗ୍ରହଣ ନକରି ନିଜ ପାଇଁ ବାଛିଛନ୍ତି ଆଉ ଏକ ଶରୀର  । ଆଉ ଜନ୍ମର ୨୭ ବର୍ଷ ପରେ ଲିଙ୍ଗ ଓ ଶରୀର ପରିବର୍ତ୍ତନ କରି କୋମଲରୁ ବନି ଯାଇଛନ୍ତି କବୀର୍ ।

କୋମଲ ଝିଅ ହୋଇ ଜନ୍ମ ହୋଇଥିଲେ ହେଁ ପିଲାବେଳୁ ପୁଅପିଲାଙ୍କ ପରି ଚାଲିଚଳନ ଓ ପୁଅ ପିଲାଙ୍କ ପୋଷାକ ପିନ୍ଧିବାକୁ ଭଲ ପାଉଥିଲେ । ମନରେ ପୁଅ ହେବାର ପ୍ରବଳ ଆଗ୍ରହ ଓ ଇଚ୍ଛାଥିଲେ ମଧ୍ୟ ସମାଜ ଓ ପରିବାର ଡରରେ କିଛି କହିପାରୁନଥିଲେ । ଆଉ ଦୀର୍ଘ ୨୭ ବର୍ଷ ଧରି ମନର ଇଚ୍ଛାକୁ ମନରେ ହିଁ ମାରି ଦେଇଥିଲେ ।

ଇଂଜିନିୟରିଂ ପାସ୍ କରିବା ପରେ ଟିସିଏସରେ ଚାକିରି କରିଥିଲେ କୋମଲ୍ । ଆଉ ଚାକିରିରେ ଯୋଗ ଦେବା ପରେ ଧୀରେ ଧୀରେ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଆସିଥିଲା । ହେଲେ କୌଣସି ପୁଅଙ୍କୁ ବିବାହ କରିବାକୁ ଚାହୁଁନଥିଲେ କୋମଲ୍ । ତେଣୁ ସମୟ ଆସିଲା ଯେତେବେଳ ସେ ଘରେ ସବୁକଥା କହିବା ପାଇଁ ସ୍ଥିର କଲେ । ଏହା ସହ ଇଣ୍ଟରନେଟ୍ ମାଧ୍ୟମରେ କୋମଲ୍ ନିଜର ଏହି ସମସ୍ୟାର ସମାଧାନ ମଧ୍ୟ ପାଇସାରିଥିଲେ ।

ଘର ଲୋକଙ୍କ ସହମତି ଓ ସହଯୋଗରେ ନିଜ ଲିଙ୍ଗ ପରିବର୍ତ୍ତନ ପାଇଁ ୨୦୧୫ ସେପ୍ଟେମ୍ବରରେ ସେ ସେକ୍ସ ରିଆସାଇନମେଂଟ ସର୍ଜରୀ କରାଇଥିଲେ । ଆଉ ୧୦ ମାସରେ ୪ ଟି ସର୍ଜରୀ ପରେ କୋମଲରୁ ବନିଗଲେ କବୀର । ଏବେ ସପୂର୍ଣ୍ଣ ରୂପେ କବୀର ହୋଇ କୋମଲ୍ ନିଜ ଜୀବନର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିସାରିଛନ୍ତି  ।

ଦେଖନ୍ତୁ ଏହି ଭିଡିଓ :