ହ୍ୱାଟସଆପ୍ ଯୋଗୁଁ କିଛି ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ତେବେ ଏହି ଭାରତୀୟ ଅଫିସରଙ୍କୁ କରିପାରିବେ ସଂପର୍କ । ଜାଣନ୍ତୁ ପ୍ରକ୍ରିୟା

50

ହ୍ୱାଟସଆପରେ ମିଛ ଖବର ପ୍ରଚାର ପ୍ରସାର ଉପରେ ରୋକ୍ ଲଗାଇବା ପାଇଁ ସରକାରଙ୍କ ଚାପ ସହୁୂଥିବା ମେସେଜିଙ୍ଗ୍ ଆପ୍ ହ୍ୱାଟସଆପ୍ ଭାରତ ପାଇଁ ଅଭିଯୋଗ ଅଧିକାରୀଙ୍କୁ ନିଯୁକ୍ତ କରିଛନ୍ତି । ଅଧିକାରୀଙ୍କ ଉପରେ ୟୁଜର୍ସଙ୍କ ମିଛ ଖବର ସମେତ ଅନ୍ୟ ଅଭିଯୋଗ ଓ ଚିନ୍ତା ଦୂର କରିବାର ଦାୟିତ୍ୱ ରହିବ ।

ଉଲ୍ଲେଖଯୋଗ୍ୟ, ଦେଶର ଅନେକ ଅଂଚଳରୁ ଭିଡ ଦ୍ୱାରା ପିଟି ପିଟି ହତ୍ୟା କରିବା ଘଟଣା ଆସିବାପରେ ଭାରତ ହ୍ୱାଟସଆପ୍ କୁ ମିଛ ଖବର ପ୍ରଚାରକୁ ରୋକିବା ପାଇଁ ଜରୁରୀ ପଦକ୍ଷେପ ନେବାକୁ କହିଥିଲେ । ଫେସବୁକ୍ ମାଲିକାନାଭୁକ୍ତ ମେସେଜିଙ୍ଗ କମ୍ପାନୀ ନିଜ ୱେବସାଇଟ୍ ରେ ‘ଭାରତ ପାଇଁ ଅଭିଯୋଗ ଅଧିକାରୀ’ ନିଯୁକ୍ତ କରିବା ସୂଚନା ଦେଇଛନ୍ତି । ଏଥିରେ କୁହାଯାଇଛି କି ୟୁଜର୍ସ ମୋବାଇଲ ଆପ ମାଧ୍ୟମରେ କିମ୍ବା ଇ-ମେଲ ପଠାଇ କୋମଲ ଲାହିରୀଙ୍କ ସହାୟତା ନେଇପାରିବେ ।

ଭାରତ ପାଇଁ ନିଯୁକ୍ତ କରାଯାଇଥିବା ଅଧିକାରୀ ଆମେରିକାରେ ରହି କାମ ସମ୍ଭାଳିବେ । ଲାହିରୀଙ୍କ ଲିଙ୍କଡଇନ୍ ପ୍ରୋଫାଇଲ ଅନୁସାରେ, ସେ ହ୍ୱାଟସଆପ୍ ର ସାର୍ବଜନିକ ଗ୍ରାହକ ପରିଚାଳନା ଏବଂ ସ୍ଥାନୀୟକରଣ ବିଭାଗର ବରିଷ୍ଠ ନିର୍ଦ୍ଦେଶକ । କମ୍ପାନୀର ପ୍ରବକ୍ତା ଏହି ମାମଲା ଉପରେ ଟିପ୍ପଣୀ କରିବାକୁ ମନା କରିଛନ୍ତି । ସୂତ୍ର ଅନୁସାରେ, ଅଭିଯୋଗ ଅଧିକାରୀଙ୍କ ନିଯୁକ୍ତି ଅଗଷ୍ଟ ମାସ ଶେଷରେ କରାଯାଇଛି । ହ୍ୱାଟସଆପ ୱେବସାଇଟ୍ ମୁତାବକ, ୟୁଜର୍ସ ଆପର ‘ସେଟିଙ୍ଗସ୍’ ବିକଳ୍ପ ମାଧ୍ୟମରେ ସିଧା କମ୍ପାନୀର ସପୋର୍ଟ ଟିମକୁ ସଂପର୍କ କରିପାରିବେ । ଯଦି ସେ ଅଭିଯୋଗକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି ଯଦି ସିଧାସଳଖ ଅଭିଯୋଗ ଅଧିକାରୀଙ୍କୁ ସଂପର୍କ କରିପାରିବେ ।