କୋଲକାତା ପୋଲିସ କମିସନରଙ୍କୁ ଆଜି ବି ହେବ ଜେରା ! ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଲେ ରାଜୀବ କୁମାର । 

80

କନକ ବ୍ୟୁରୋ : ସାରଦା ଚିଟଫଣ୍ଡ ମାମଲାରେ ଛନ୍ଦି ହୋଇପଡିଥିବା କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କ ଠାରୁ ସଠିକ ତଥ୍ୟ ପାଇନଥିବା ବେଳେ ଆଜି ମଧ୍ୟ ତାଙ୍କୁ ଜେରା କରିବ ସିବିଆଇ । ଏଥିପାଇଁ ସିଲଙ୍ଗ ସ୍ଥିତ ସିବିଆଇ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ରାଜୀବ କୁମାର । ତେବେ ଗତକାଲି ମଧ୍ୟ କୋଲକାତା ପୁଲିସ୍ କମିସନର୍ ରାଜୀବ କୁମାରଙ୍କୁ ଜେରା କରିଥିଲା ସିବିଆଇ । ରାଜୀବଙ୍କ ସମେତ ଟିଏମସି ନେତା କୃର୍ଣ୍ଣାଲ ଘୋଷଙ୍କୁ ବି ପଚରାଉଚରା କରିଥିଲେ ସିବିଆଇ ଅଧିକାରୀ । କୃର୍ଣ୍ଣାଲ ସିଲଂ ସ୍ଥିତ ସିବିଆଇରେ ହାଜର ହେବା ପରେ ତାଙ୍କୁ ପଚରାଉଚରା କରାଯାଇଥିବା ଜଣାପଡିଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସିଲଂରେ ଜେରା କରୁଛି ସିବିଆଇ । ସାରଦା ଚିଟଫଣ୍ଡ ମାମଲାରେ ତଥ୍ୟ ଲୁଚାଇଥିବା ଅଭିଯୋଗରେ ସିବିଆଇ ରାଜୀବ କୁମାରଙ୍କୁ ଜେରା କରୁଛି । ସାରଦା ଚିଟଫଣ୍ଡ ମାମଲାର ଯାଂଚ ପାଇଁ ମମତା ବାନାର୍ଜୀ ସରକାର ଏସଆଇଟି ଗଠନ କରିଥିଲେ । ଯାହାର ଅଧ୍ୟକ୍ଷ ରହିଥିଲେ ରାଜବୀ କୁମାର । ତେବେ ରାଜୀବ କୁମାର ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ତଥ୍ୟ ଲୁଚାଇଥିବା ଅଭିଯୋଗ କରିଛି ସିବିଆଇ । ଶୁଣାଣି ସମୟରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ ସିବିଆଇ ପଚରାଉଚରା ବେଳେ, ରାଜୀବ କୁମାରଙ୍କୁ ପଚରାଉଚରା କରିପାରିବ କିନ୍ତୁ ଗିରଫ କରିପାରିବନାହିଁ ।