ଚିନ୍ତା ବଢ଼ାଉଛି କୋଲାବ ଜଳସ୍ତର । ଡ୍ୟାମ ଖୋଲିବା ଆଶଙ୍କାରେ ଲୋକେ ଭୟଭୀତ

87

କନକ ବ୍ୟୁରୋ: ବିପଦ ସଂକୁଳ ଅବସ୍ଥାରେ କୋଲାବ ଡ଼୍ୟାମ । ସତର୍କ ରହିବାକୁ ତଳିଆ ଅଚଂଳକୁ ସୁଚନା ଦେଲେ କୋଲାବ ବିଭାଗ । ଲଗାଣ ବର୍ଷାରେ ଫୁଲୁଛି କୋଲାବ ଡ଼୍ୟାମ । ଭୟଭୀତରେ ଜୀବନ ଯାପନ କରୁଛନ୍ତି ତଳିଆ ଅଚଂଳବାସୀ । ଲଗାଣ ବର୍ଷା କୋରାପୁଟ ଜିଲ୍ଳାକୁ ବେହାଲ କରିଥିବା ବେଳେ ଏବେ ଜିଲ୍ଳାରେ ଥିବା କୋଲାବ ଡ଼୍ୟାମ ବିପଦ ସଂକେତ ନିକଟତର ହୋଇଛି । ଘଂଟା ପ୍ରତି ୨ ଇଞ୍ଚ ବଡ଼ୁଛି ପାଣି । ସତର୍କପାଇଁ ଡ଼୍ୟାମ ନିକଟରେ ଡେରା ପକାଇ ବସିଛନ୍ତି ବିଭାଗୀୟ ଅଧିକାରୀ । ଜଳ ସ୍ତରର ବୃଦ୍ଧିକୁ ଘଂଟାକୁ ଘଂଟା ମାପିବା ସହ ସ୍ଥିତିକୁ ଆକଳନ କରୁଛନ୍ତି ଡ୍ୟାମ କର୍ତ୍ତୁପକ୍ଷ । ଜଳସ୍ତର ବୃଦ୍ଧି ରିପୋର୍ଟ ଜିଲ୍ଳାପାଳକୁ ଦେବା ସହ ତଳିଆ ଅଚଂଳକୁ ସତର୍କ ରହିବାକୁ ସୁଚନା ଦେଇଛନ୍ତି ।

ବର୍ତମାନ କୋଲାବ ଜଳ ଭଣ୍ଡାରର ଜଳସ୍ତର ୮୫୫.୯୦ରେ ପହଚିଂଥିବା ବେଳେ ଏହାର ବିପଦ ସଂକେତ ୮୫୮ ମିଟର ରହିଛି । ଉପର ମୁୁଣ୍ଡରେ ବର୍ଷା ହୋଇଥିବା ଯୋଗୁଁ ଜଳସ୍ତର ବଢ଼ିବାରେ ଲାଗିଛି । ବର୍ତମାନ ବର୍ଷାର ପରିମାଣ କମିଛି କିନ୍ତୁ ଡ଼୍ୟାମରେ ପାଣିର ବୃଦ୍ଧିକୁ ନେଇ ଚିନ୍ତାରେ ବିଭାଗୀୟ ଅଧିକାରୀ । ସୁଚନା ଥାଉକି ଡ଼୍ୟାମର ଉପର ମୁଣ୍ଡର ସୁରକ୍ଷାକୁ ନେଇ ଗତ ୨୦୧୪ ମସିହାରେ ୮୫୫.୩୪ ମିଟରରେ ଜଳସ୍ତର ପହଁଚିବାରେ ଗେଟ୍ ଖୋଲା ଯାଇଥିଲା । ସେହି ଅନୁପାତରେ ଏ ବର୍ଷର ଲଗାଣ ବର୍ଷା ଜଳସ୍ତରକୁ ବୃଦ୍ଧି କରିଛି । ବର୍ତମାନ ଯାଏଁ ୮୫୫.୯୦ କୁ ପାର କରିସାରିଲାଣି । ଏହା ପୂର୍ବରୁ ପୁର୍ବରୁ ୧୯୯୦, ୨୦୦୩ ଓ ୨୦୦୬ ମସିହାରେ କୋଲାବ ଡ଼୍ୟାମର ଗେଟ ଖୋଲା ଯାଇଥିଲା ।

ସେପଟେ ତଳିଆ ଅଚଂଳରେ ଜବର ଦଖଲ ଦିନକୁ ଦିନ ବଢ଼ିବାରେ ଲାଗିଛି, ଏଥି ପ୍ରତି ପ୍ରଶାସନ ସତର୍କ କରାଉଛନ୍ତି । ଯଦି ଡ୍ୟାମ ଗେଟ୍ ଖୋଲେ ତେବେ କିଛିଟା ତଳିଆ ଅଞ୍ଚଳ ପ୍ରଭାବିତ ହେବ । କିନ୍ତୁ ବର୍ତମାନ କୌଣସି ଭୟଭୀତ ହେବାର ନାହିଁ ପୁଣି ବର୍ଷା ହେଲେ ବା ଯେଉଁ ଅନୁପାତରେ ପାଣି ବଢ଼ୁଛି ସେହି ଆକାରରେ ବିପଦ ସଂକେତ ଛୁଇଁଲେ ଆମେ ପାଣି ଛାଡ଼ିବୁ, ସେଥିପାଇଁ ସମସ୍ତେ ସତର୍କ ରହିଛନ୍ତି ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।