ପ୍ରଧାନମନ୍ତ୍ରୀଙ୍କୁ କୋହଲିଙ୍କ ଫିଟନେସ ଚ୍ୟାଲେଞ୍ଜ ! ଟ୍ୱିଟ କରି ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୋଦି

40

କନକ ବ୍ୟୁରୋ : କୋହଲି ଦେଲେ ଫିଟନେସ୍ ଚ୍ୟାଲେଞ୍ଜ । ପ୍ରଧାନମନ୍ତ୍ରୀ ମୋଦିଂକୁ ଫିଟନେସ୍ ଚ୍ୟାଲେଞ୍ଜ ଦେଲେ କୋହଲି । ଏହାସହ ଅନୁଷ୍କା ଶର୍ମା ଓ ମହେନ୍ଦ୍ର ସିଂ ଧୋନିଙ୍କୁ ସେ ଚ୍ୟାଲେଞ୍ଜ ଦେଇଛନ୍ତି । କୋହଲିଙ୍କ ଏକ ଏକସରସାଇଜ୍ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେ ଏଥିରେ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ଫିଟନେସ୍ ଚ୍ୟାଲେଞ୍ଜ ଗ୍ରହଣ କରି ଏକସରସାଇଜ୍ କରୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ କେନ୍ଦ୍ରମନ୍ତ୍ରୀ ତଥା ଅଲମ୍ପିକରେ ସିଲଭର ମେଡ଼ାଲ ହାସଲ କରିଥିବା ରାଜ୍ୟବର୍ଦ୍ଧନ ସିଂ ରାଠୋର ଟ୍ୱିଟରରେ ଏକ ଫିଟନେସ୍ ଚ୍ୟାଲେଞ୍ଜ ଆରମ୍ଭ କରିଥିଲେ । ରାଠୋର ଏଥିରେ ବିରାଟ କୋହଲିଙ୍କୁ ଚ୍ୟାଲେଞ୍ଜ କରିଥିଲେ । ତେବେ ରାଠୋରଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ବିରାଟ ଏକ ଭିଡ଼ିଓ ସେୟାର କରି କହିଥିଲେ ଶ୍ରୀଯୁକ୍ତ ରାଠୋର ମୁଁ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରୁଛି । ଆଉ ବିରାଟ ବ୍ୟାୟାମ କରି ରାଠୋରଙ୍କ ଚ୍ୟାଲେଞ୍ଜକୁ ପୂରଣ କରିଥିଲେ ।

କେବଳ ଚ୍ୟାଲେଞ୍ଜ ଗ୍ରହଣ କରିନଥିଲେ ବିରାଟ, ପ୍ରଧାନମନ୍ତ୍ରୀ ମୋଦି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଫିଟନେସ୍ ଛ୍ୟାଲେଞ୍ଜ ଦେଇଛନ୍ତି । ବୁଧବାର କ୍ରୀଡ଼ାମନ୍ତ୍ରୀ ନିଜର ଏକ ଏକସରସାଇଜ୍ ଭିଡିଓ ଜାରି କରିବା ସହ ଅନ୍ୟ ମାନଙ୍କୁ ଏପରି ଫିଟନେସ୍ ଭିଡିଓ ପାଇଁ ଆହ୍ୱାନ ଦେଇଥିଲେ । ଆଉ ଏହାକୁ ସ୍ୱୀକାର କରି ଫିଟନେସ ଭିଡିଓ ଜାରି କରିଛନ୍ତି ବିରାଟ କୋହଲି । ସେପଟେ କୋହଲିଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଖୁବ୍ ଶୀଘ୍ର ଏନେଇ ଏକ ଭିଡିଓ ଜାରି କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଟ୍ୱିଟ୍ କରି ମୋଦି ଏହି ସୂଚନା ଦେଇଛନ୍ତି ।