ବିରାଟ କୋହଲିଙ୍କୁ ପୁଣି ଦୁନିଆ କରିବ ସଲାମ ! ଭାଙ୍ଗିବେ ସଚିନଙ୍କ ଆଉ ଏକ ରେକର୍ଡ ।

269

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଯେତେବେଳେ ପଡିଆକୁ ଓହ୍ଲାଇଥାନ୍ତି, ମୈଦାନ ଉପରେ ରେକର୍ଡ ସୃଷ୍ଟି କରିଥାନ୍ତି । ଆଉ କିଛି ଏଭଳି ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ସମୟରେ ହୋଇପାରେ । ବିରାଟ କୋହଲିଙ୍କ ଟାର୍ଗେଟରେ ଏବେ ସଚିନ ତେନ୍ଦୁଲକରଙ୍କର ଆଉ ଏକ ରେକର୍ଡ ରହିଛି । ତେବେ ପ୍ରକୃତ କଥା ହେଉଛି, ଅଷ୍ଟ୍ରେଲିଆ ବିପକ୍ଷରେ ଅଷ୍ଟ୍ରେଲିଆ ପିଚରେ ସଚିନ ତେନ୍ଦୁଲକର ୬ଟି ଶତକ ମାରିଛନ୍ତି । ବିରାଟ କୋହଲି ଅଷ୍ଟ୍ରେଲିଆ ପିଚରେ ୫ଟି ଶତକ ହାସଲ କରିସାରିଲେଣି । ଆଉ ଏହି କ୍ରମରେ ଯଦି ସେ ଅଷ୍ଟ୍ରେଲିଆ ବିପକ୍ଷରେ ଆଉ ଦୁଇଟି ଶତକ ହାସଲ କରୁଛନ୍ତି, ତେବେ ସେ ସଚିନଙ୍କୁ ପଛରେ ପକାଇଦେବେ ।

ବିରାଟ କୋହଲି ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ୪ଟି ଶତକ ହାସଲ କରିଥିଲେ । ତେବେ ଆଗ ଅପେକ୍ଷା ଏବେ ଅଷ୍ଟ୍ରେଲିଆ ଦଳ ଟିକିଏ ଦୁର୍ବଳ ଥିବାରୁ କୋହଲିଙ୍କ ଠାରୁ ଆହୁରି ଭଲ ପ୍ରଦର୍ଶନର ଆଶା କରାଯାଉଛି । ଚଳିତ ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ଟେଷ୍ଟ ମ୍ୟାଚ୍ ଆଡିଲେଡ୍ ଠାରେ ଖେଳାଯିବ । ଯେଉଁଠି କୋହଲି ୨୦୧୪ରେ ଆଡିଲେଡ୍ ଟେଷ୍ଟର ଦୁଇଟି ଇଂନିସରେ ଶତକ ହାସଲ କରିଥିଲେ । ଆଉ ସବୁଠାରୁ ବଡ କଥା ହେଉଛି, ଏହି ପିଚକୁ କୋହଲିଙ୍କ ମନପସନ୍ଦ ପିଚ୍ ବୋଲି କୁହାଯାଇଥାଏ । ବିରାଟ କୋହଲି ଆଉ ଦୁଇଟି ଶତକ ହାସଲ କଲେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇଦେବେ ।