କେପଟାଉନ ଦିନିକିଆରେ କୋହଲିଙ୍କ ବିରାଟ ଇନିଂସ : ଅପରାଜିତ ୧୬୦ ରନର ପାଳି

29

କନକ ବ୍ୟୁରୋ : ପୁଣି କମାଲ ଦେଖାଇଛନ୍ତି ବିରାଟ କୋହଲି । ଟିମ୍ ଇଣ୍ଡିଆର କ୍ୟାପଟେନ ଆଜି କେପଟାଉନରେ ଖେଳାଯାଉଥିବା ତୃତୀୟ ଦିନକିଆରେ ଅପରାଜିତ ୧୬୦ ରନ ସ୍କୋର କରିଛନ୍ତି । ଏହାସହ ସେ ନିଜ ଦିନିକିଆ କ୍ୟାରିଅରର ୩୪ତମ ଶତକ ହାସଲ କରିଛନ୍ତି । ଏହି ଇନିଂସରେ କୋହଲି ୧୨ଟି ଚୌକା ସହ ୨ଟି ଛକ୍କା ମାରିଛନ୍ତି ।

କୋହଲିଙ୍କ ୧୬୦ ରନ ଓ ଶିଖର ଧବନଙ୍କ ୭୬ ରନ ସହାୟତରେ ଟିମ୍ ଇଣ୍ଡିଆ ନିର୍ଧାରିତ ୫୦ ଓଭରରେ ୬ଉଇକେଟ ହରାଇ ୩୦୩ ରନ କରିଛି । ଘରୋଇ ଦକ୍ଷିଣ ଆଫ୍ରିକା ଆଗରେ ଦଳ ୩୦୪ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ଅଧିନାୟକ ଭାବେ କୋହଲିଙ୍କ ଏହା ୧୨ତମ ଶତକ । ଟସ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ଫିଲ୍ଡି ନିଷ୍ପତି ନେଇଥିଲା । ଆରମ୍ଭରେ ରୋହିତ ଶର୍ମାଙ୍କ ଉଇକେଟ ହରାଇଥିଲେ ମଧ୍ୟ ଧବନ ଓ କୋହଲି ପାଳିକୁ ସମ୍ଭାଳି ନେଇଥିଲେ । ୬ଟିକିଆ ଦିନିକିଆ ସିରିଜ୍ରେ ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଛି ।