‘ବିରାଟ’ଙ୍କ ବିରାଟ ରେକର୍ଡ ! କ୍ୟାପଟେନ କୋହଲିଙ୍କ ଆଉ ଏକ ଶତକ, ଇଣ୍ଟରନ୍ୟାସନାଲ କ୍ରିକେଟରେ ସବୁଠୁ ଦ୍ରୁତ ୧୬ ହଜାର ରନ୍

25

ବିରାଟ୍ ଆଜି ବିଶ୍ୱ କ୍ରିକେଟ୍ ଆଗରେ ବିରାଟ୍ । ରନ୍ ଓ ସ୍କୋର ପାହାଡ଼ ଚଢୁଥିବା ଭାରତୀୟ କ୍ୟାପଟେନ୍ ଆଜି ପୁଣି ଥରେ ଦେଖାଇଛନ୍ତି ନିଜ ଦମ୍ । ଶ୍ରୀଲଙ୍କା ବିପକ୍ଷରେ ଶତକୀୟ ପାରି ଖେଳି, ଟେଷ୍ଟ କ୍ରିକେଟ ଇତିହାସରେ ଛୁଇଁଛନ୍ତି ଏକ ନୂଆ ମାଇଲଖୁଂଟ । ଯାହା ଅନେକ ରେକର୍ଡକୁ ପଛରେ ଛାଡ଼ି ଯାଇଛି ।

2017photo-sportzpics-prashant-stadium-celebrates-december-century_49d6cdaa-d742-11e7-8802-68a15924f886ଦିଲ୍ଲୀର ଫିରଜୋଶାହା କୋଟଲା ଗ୍ରାଉଣ୍ଡରେ ବିରାଟ୍ କୋହଲୀଙ୍କ ନୂଆ କୀର୍ତିମାନ । କ୍ୟାରିଅରର ୨୦ତମ ଶତକ ହାସଲ କରିବା ସହ ତିନିଟିକିଆ ଟେଷ୍ଟ ସିରିଜରେ ହାଟ୍ରିକ ସେଂଚୁରୀ କରିବାର ବିରଳ ରେକର୍ଡ ସ୍ଥାପନ କରିଛନ୍ତି ଭାରତୀୟ କ୍ରିକେଟ ଟିମର ଏହି ରନ୍ ମେସିନ୍ । ଶନିବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ଧୁଆଁଧାର ୧୮୬ ବଲରୁ ୧୫୬ ରନ୍ ସଂଗ୍ରହ କରି ଏହି ରେକର୍ଡ କରିଛନ୍ତି କୋହଲୀ । ତେବେ ତିନିଟିକିଆ ଟେଷ୍ଟ ସିରିଜରେ ଲଗାତର ତିନିଟି ଶତକ ହାସଲ କରିବାରେ ପ୍ରଥମ ଅଧିନାୟକ ବିରାଟ କୋହଲୀ । କାରଣ ଅଧିକାଂଶ ଅଧିନାୟକ ୫ଟିକିଆ ସିରିଜରେ ୩ କିମ୍ବା ତାଠାରୁ ଅଧିକ ସେଂଚୁରୀ କରିବାର ରେକର୍ଡ ରହିଛି । କୋଲକାତା ଟେଷ୍ଟରେ କୋହଲୀ ୧୦୪ ଓ ନାଗପୁର ଟେଷ୍ଟରେ ଶ୍ରୀଲଙ୍କା ବିପକ୍ଷରେ ୨୧୩ ରନ୍ ସ୍କୋର କରିଥିଲେ । କୋଟଲାରେ କୋହଲି ୧୧୦ ବଲରେ ସେଂଚୁରୀ ଓ ୫୨ ବଲରେ ହାଫସେଂଚୁରୀ ସ୍କୋର କରିଛନ୍ତି । ଯାହା ତାଙ୍କ ବ୍ୟକ୍ତିଗତ କ୍ୟାରିୟରରେ ସବୁଠାରୁ ଦୃତତମ ସ୍କୋର ।

ସେହିପରି ଗୋଟିଏ ସିଜିନରେ ମୋଟ ୧୧ଟି ଶତକ ହାସଲ କରିବାର ରେକର୍ଡ ମଧ୍ୟ କରିଛନ୍ତି କୋହଲି । କେବଳ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନାମରେ ଗୋଟିଏ ସିଜିନରେ ୧୨ଟି ସେଂଚୁରୀ କରିବାର ରେକର୍ଡ ରହିଛି । ଏଥିସହ ଟେଷ୍ଟ କ୍ରିକେଟରେ ୧୦୫ଟି ଇନିଂସରୁ ୫ହଜାର ରନ୍ ପୂରଣ କରିଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି । ଯାହା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ କ୍ଷେତ୍ରରେ ଚତୁର୍ଥ ସର୍ବାଧିକ ସ୍କୋର । ସୁନିଲ ଗାଭାସ୍କର ୯୫ ଇନିଂସରେ ୫ ହଜାର ସ୍କୋର କରିଥିବାବେଳେ ବୀରେନ୍ଦ୍ର ସେହୱାଗ ୯୮ ଇନିଂସରେ ୫ହଜାର ଓ ୧୦୩ ଇନିଂସରେ ସଚିନ ତେନ୍ଦୁଲକର ୫ ହଜାର ଟେଷ୍ଟ ସ୍କୋର ପୂରଣ କରିବାର ରେକର୍ଡ ରହିଛି ।