କୋହିନୁର ରାଜନୀତି ରେ ମୁହଁ ଖୋଲିଲେ ପୁରୀ ଗୋବର୍ଦ୍ଧନ ପୀଠ ମୁଖ୍ୟ ଶଙ୍କରାଚାର୍ଯ୍ୟ

27

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ :  ଶ୍ରୀମନ୍ଦିରକୁ କୋହିନୁର ହୀରା ଆଣିବା ପ୍ରସଙ୍ଗରେ ମତ ଦେଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଶଙ୍କରାଚାର୍ଯ୍ୟ କହିଛନ୍ତି ପ୍ରମାଣ ସହ ଦାବି ଉପସ୍ଥାପନ କରନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ମହାରାଜା ରଣଜୀତ ସିଂହ ଏହି ହୀରାକୁ ମହାପ୍ରଭୁଙ୍କୁ ଦାନ କରିଥିବା ନେଇ ପୁରୀ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ଥିବା ପ୍ରାମାଣିକ ରେକର୍ଡକୁ ସଂଗ୍ରହ କରାଯାଉ । ଏସବୁ ନଥିପତ୍ର ଆଧାରରେ ଦାବି ଉପସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଶଙ୍କରାଚାର୍ଯ୍ୟ । ଏହି ଅଭିଯାନରେ କେନ୍ଦ୍ର ସରକାରରେ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ଦୁଇ କେନ୍ଦ୍ର ମନ୍ତ୍ରୀ ଏବଂ ଓଡିଶାର ସାଂସଦମାନେ ବୈଦେଶିକ ମନ୍ତ୍ରାଳୟ ଓ ସଂସ୍କୃତି ମନ୍ତ୍ରାଳୟରେ ପ୍ରମାଣ ସହ ଦାବି ଉପସ୍ଥାପନ କରିବାକୁ ସେ ଜୋର ଦେଇଛନ୍ତି । ନିର୍ଭୂଲ ରଣନୀତି ହେଲେ ଆମେ କୋହିନୁର  ହୀରା ଫେରି ପାଇବାରେ କୌଣସି ସମସ୍ୟ ହେବନାହିଁ ବୋଲି ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି ।