ବକିଙ୍ଗହାମ୍ ପ୍ୟାଲେସରୁ ଆସିଲା ଚିଠି ! କୋହିନୂର ହୀରା ପ୍ରସଙ୍ଗରେ ହସ୍ତକ୍ଷେପ କରିବେନି ଇଂଲଣ୍ଡ ରାଣୀ

88

କୋହିନୂର ହୀରା ଫେରାଇବା ଲାଗି ଇଂଲଣ୍ଡର ରାଣୀ କୌଣସି ସହଯୋଗ କରିପାରିବେ ନାହିଁ । ଏହି ବ୍ୟାପାରରେ ରାଣୀ ହସ୍ତକ୍ଷେପ କରିପାରିବେ ନାହିଁ । ଏ ନେଇ ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ପାଖକୁ ବକିଙ୍ଗହାମ୍ ପ୍ୟାଲେସରୁ ଆସିଥିବା ଚିଠିରେ ପରାମର୍ଶ ଦିଆଯାଇଛି ।

ମହାପ୍ରଭୁଙ୍କୁ ଦାନରେ ମିଳିଥିବା କୋହିନୂର ହୀରା ଏବେ ବ୍ରିଟେନରେ ରହିଛି । ଏହି ହୀରାକୁ ଫେରାଇ ଦେବା ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବ୍ରିଟିଶ ମହାରାଣୀଙ୍କୁ ପତ୍ର ଲେଖାଯାଇଥିଲା, ଏହାମଧ୍ୟରେ ମହାରାଣୀଙ୍କ ପ୍ୟାଲେସରୁ ଏହି ପତ୍ରର ଉତର ଦିଆଯାଇଛି ।

ପତ୍ରରେ ଉଲ୍ଲେଖ କରାଯାଇଛି ଯେ, କୋହିନୂର ହୀରା ଏବେ ବ୍ରିଟିଶ ସରକାରଙ୍କ ଇଜଲାସରେ ରହିଛି । ମହାରାଣୀ ନିରପେକ୍ଷ ମତାମତ ରଖୁଥିବାରୁ କୋହିନୂର ସଂପର୍କରେ ସେ ହସ୍ତକ୍ଷେପ କରିପାରିବେ ନାହିଁ । ହୀରା ବାବଦରେ ତଥ୍ୟ ହାସଲ କରିବା ପାଇଁ ୟୁକେ ସରକାରଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବା ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ।

ରାଣୀ କେବଳ ସାମ୍ବିଧାନକ ମୁଖ୍ୟ ଓ ସେ ମନ୍ତ୍ରିମଣ୍ଡଳରେ ପରାମର୍ଶରେ କାର୍ଯ୍ୟ କରିଥାନ୍ତି ବୋଲି ବକିଙ୍ଗହାମ୍ ପ୍ୟାଲେସ ପକ୍ଷରୁ ଦର୍ଶାଯାଇଛି । ତେଣୁ ବ୍ରିଟିଶ ସରକାରଙ୍କୁ ଏ ନେଇ ଜଣାଇବାକୁ ଚିଠିରେ ପରାମର୍ଶ ଦିଆଯାଇଛି ।