ଜାଣନ୍ତୁ କ୍ୟାଲସିୟମ ଅଭାବରୁ ହୋଇଥାଏ କେଉଁଭଳି ରୋଗ ଏବଂ ଏହାର ଉପଚାର ।

157

ସାଧାରଣତଃ କ୍ୟାଲସିୟମ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳିଥାଏ । ଶରୀରରେ କ୍ୟାଲସିମ ଅଭାବ ହେଲେ ହାଡ ଦୁର୍ବଳ ହେବା ସହିତ ଅନ୍ୟାନ୍ୟ ରୋଗ ମଧ୍ୟ ହୋଇଥାଏ । ତେଣୁ ଶରୀରରେ କ୍ୟାଲସିୟମର ମାତ୍ରା ବଜାଇ ରଖିବା ପାଇଁ ପ୍ରତିଦିନ ପୃଷ୍ଟିକର ଖାଦ୍ୟ ଖାଇବାକୁ ପଡିଥାଏ । ଯେପରିକି କ୍ଷୀର ଦହି ଏବଂ ମାଂସ ଭଳି ଅନୟାନୟ ପୃଷ୍ଟିକର ଖାଦ୍ୟ ଖାଇବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଶରୀରରେ କ୍ୟାଲସିୟ ଅଭାବରୁ କେଉଁ କେଉଁ ରୋଗ ହୋଇଥାଏ ଏବଂ ଏଥିରୁ କିଭଳି ମୁକ୍ତି ପାଇବା ।

କ୍ୟାଲସିୟମ ଅଭାବ ଜନିତ ରୋଗ

• ମାଂସପେଶୀ ଟାଇଟ୍ ସହ ଦରଜ ହେବା
• ନଖ ବାରମ୍ବାର ଛିଣ୍ଡିବା
• ଅଣ୍ଟା ଦରଜ ଲାଗି ରହିବା
• ନିଦ ନ ହେବା
• ଷ୍ଟ୍ରେସ୍ ରହିବା
• କ୍ୟାଲ୍ସିୟମ୍ର ମାତ୍ରା କମ୍ ହେବାରୁ ଶରୀରରେ ରକ୍ତ ସଞ୍ଚାଳନ ଠିକ୍ ଭାବେ ହୋଇ ନ ଥାଏ। ଏହା ଯୋଗୁଁ ହୃଦ୍ଘାତର ଆଶଙ୍କା ବଢ଼ିଯାଏ।
• ଏଥିରୁ ଶରୀରର ରୋଗପ୍ରତିରୋଧକ ଶକ୍ତି କମ୍ ହୋଇଯାଏ। ବାରମ୍ବାର ଥଣ୍ଡା, ଜ୍ୱର ଓ କାଶ ହୋଇପାରେ।
• କ୍ୟାଲ୍ସିୟମ୍ର ମାତ୍ରା କମ୍ ହେବାରୁ ଦାନ୍ତ, ହାଡ଼ ଦୂର୍ବଳ ହେବା ସହ ଗଣ୍ଠି ଦରଦ ହୋଇଥାଏ।

କ୍ୟାଲ୍ସିୟମ୍ର ମାତ୍ରା ଶରୀରରେ ବଢ଼େଇବେ କେମିତି

ପୃଷ୍ଟିକର ଖାଦ୍ୟ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମର ମାତ୍ରା ବୃଦ୍ଧି ପାଇଥାଏ । ଯେପରିକି ଡାଲି, ଛେନା, ସୋୟାବିନ୍, ବାଦାମ, ରାଜମା, କାବୁଲି ଚଣା, ଗହମ ଜାତୀୟ ଦ୍ରବ୍ୟ । ତେବେ ଆସନ୍ତୁ ଜାଣିବା କେଉଁଥିରେ କେତେ ମିଲିଗ୍ରାମ କ୍ୟାଲସିୟମ ରହିଛି ।

• ଡାଲି: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୯୭୫ ମି.ଗ୍ରା.
• ଛେନା: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୭୨୧ ମି.ଗ୍ରା.
• ସୋୟାବିନ: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୨୭୭ ମି.ଗ୍ରା.
• ବାଦାମ: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୨୬୪ ମି.ଗ୍ରା.
• ରାଜମା: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୧୪୩ ମି.ଗ୍ରା.
• କାବୁଲି ଚଣା: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୧୦୫ ମି.ଗ୍ରା.
• ଗହମ ଜାତୀୟ ଦ୍ରବ୍ୟ: କ୍ୟାଲ୍ସିମୟ୍ ମାତ୍ରା: ୧୦୦ ଗ୍ରାମ୍ରେ ୧୦୩ ମି.ଗ୍ରା.