ପେଟ୍ରୋଲ ପମ୍ପରେ ସାଧାରଣ ଲୋକଙ୍କୁ ମିଳେ ୯ଟି ଅଧିକାର ! ପେଟ୍ରୋଲ ଭରିବାକୁ କଲେ କରନ୍ତୁ ବ୍ୟବହାର

99

ସାଧାରଣ ଲୋକଙ୍କ ସୁବିଧା ପାଇଁ ରହିଛି ଅନେକ ଅଧିକାର । ସ୍ଵାଧୀନତା ଉପରେ ଆଧାରିତ ହେଉଛି ଅଧିକାର । ମୌଳିକ ଅଧିକାର, ମହିଳାଙ୍କ ପାଇଁ ଅଧିକାର, ଶିକ୍ଷା ସମ୍ମନ୍ଧୀୟ ଅଧିକାର ଓ ଶିଶୁ ମାନଙ୍କ ପାଇଁ ଥାଏ ଅନେକ ଅଧକାର । ଆପଣ ଯେ କୌଣସି ବି ମୁହର୍ତ୍ତରେ ଏହି ଅଧିକାର ଗୁଡ଼ିକର ଲାଭ ଉଠାଇ ପାରିବେ । ତେବେ ଆପଣ ଜାଣନ୍ତି କି ପେଟ୍ରୋଲ ପମ୍ପରେ ବି ସାଧାରଣ ଲୋକଙ୍କୁ ମିଳେ କିଛି ସ୍ୱତନ୍ତ୍ର ଅଧିକାର । ପେଟ୍ରୋଲ ପମ୍ପକୁ ପେଟ୍ରୋଲ ଭରିବା ପାଇଁ ଆପଣ ଯାଉଥିବେ । ତେବେ ପେଟ୍ରୋଲ ପମ୍ପରେ ମଧ୍ୟ ଅଛି କିଛି ଅଧିକାର, ଯାହା ବିଷୟରେ ଅପାଣ ଅଜ୍ଞ ଥିବେ । ଆପଣ ଜାଣନ୍ତି କି ଜାରରୁୀକାଳୀନ ପରିସ୍ଥିିତିରେ ଆପଣ ପେଟ୍ରୋଲ ପମ୍ପରୁ ଏକ ଫୋନ୍ କରିପାରିବେ । ଆଉ ଏଥିପାଇଁ ପମ୍ପ ସଂଚାଳକ ଆପଣଙ୍କ ଠାରୁ ଏହାର କୌଣସି ଚାର୍ଜ ଆଦାୟ କରିପାରିବେ ନାହିଁ । ଏମତି ଅଛି ଅନେକ ଅଧିକାର, ଯାହା ସାଧାରଣ ଲୋକଙ୍କୁ ମିଳେ । କିନ୍ତୁ ପ୍ରାୟ ଲୋକ ଏହି ଅଧିକାର ନେଇ ଅବଗତ ନଥାନ୍ତି । ଆଜି ଆମେ ଏହି ଅଧିକାର ବିଷୟରେ ଆଲେଚନା କରିବା ।

ତଥ୍ୟ ଅନୁସାରେ ସାରା ଦେଶରେ ୫୮ ହଜାରରୁ ମଧ୍ୟ ଅଧିକ ପେଟ୍ରୋଲ ପମ୍ପ ରହିଛି । ଏଥିରେ ୯୦ ପ୍ରତିଶତରୁ ଅଧିକ ସରକାରୀ ତୈଳ କମ୍ପାନୀ ଚଳାଉଛନ୍ତିି । ଆଉ ଏଥିରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, ଭାରତ ପେଟ୍ରୋଲିୟକ୍, ହିନ୍ଦୁସ୍ତାନ ପେଟ୍ରାଲିୟମ୍ ଆଦି ବଡ଼ ବଡ଼ ନାମ ସାମିଲ ରହିଛି । ତେବେ ଜାଣନ୍ତୁ ଆପଣଙ୍କୁ ପେଟ୍ରୋଲ ପମ୍ପରେ କେଉଁ କେଉଁଅଧିକାର ମିଳେ ? ଯଦି ଆପଣଙ୍କୁ କେହି ଏହି ସୁବିଧା ଦେବା ପାଇଁ ମନା କରନ୍ତି , ତବେ ତାଙ୍କ ବିରୋଧରେ ଆପଣ ଅଭିଯୋଗ କରିପାରିବେ ।

 

 

– ପେଟ୍ରୋଲ ପମମ୍ପରେ ଗ୍ରାହକଙ୍କୁ ବିଲ ନେବାର ପୁରା ଅଧିକାର ରହିଛି । କୌଣସି ପେଟ୍ରୋଲ ପମ୍ପ ସଂଚାଳକ ବିଲ ବିଲ ଦେବା ପାଇଁ ମନା କରିପାରିବେ ନାହିଁ ।

– ଗ୍ରାହକଙ୍କୁ ପେଟ୍ରୋଲର ମାନ ଯାଂଚ କରିବାର ପୁରା ଅଧିକାର ରହିଛି । ଗ୍ରାହକ ଚାହିଁଲେ ପେଟ୍ରୋଲର ମାନ ଯାଂଚ କରିପାରିବେ ଆଉ ତାଙ୍କୁ ଏହି ଅଧିକାରରୁ କେହି ବଞ୍ଚିତ କରିପାରିବେ ନାହିଁ ।

– ସମସ୍ତ ପେଟ୍ରୋଲ ପମ୍ପରେ ୱାସରୁମ ବ୍ୟବସ୍ଥା ରହିବା ଜରୁରୀ । ଆଉ ଏହାର କୌଣସି ଚାର୍ଜ ନେବେ ନାହିଁ ।

– ପେଟ୍ରୋଲ ପମପରେ ମାଗଣାରେ ପ୍ରେଶର ଦେଇପାରିବେ ।

– ସବୁ ପେଟ୍ରୋଲ ପମ୍ପରେ ଫାୟାର ଫାଇଟର ରହିବା ଜରରୁୀ ।

– ଦୁର୍ଘଟଣାରେ ଆଘାତ ବ୍ୟକ୍ତିଙ୍କୁ ପେଟ୍ରୋଲ ପମ୍ପରୁ ଫାଷ୍ଟଏଡ଼୍ ବକ୍ସ ମିଳିପାରିବ ।

– ଗ୍ରାହକଙ୍କୁ ପେଟ୍ରୋଲ ପମ୍ପ ବିରୋଧରେ ଅଭିଯୋଗ କରିବା ପାଇଁ ରେଜିଷ୍ଟର ରହିବା ଜରୁରୀ ।

– ତେଲର ମାନ ଯାଂଚ ପାଇଁ ୫ ଲିଟରର ମାପକ ରହିବା ଜରୁରୀ ।

– ସମସ୍ତ ପେଟ୍ରୋଲ ପମ୍ପରେ ପିଇବା ପାଣି ସୁବିଧା ରହିବା ଜରୁରୀ ।

ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ଉପରୋକ୍ତ ସୁବିଧା ନମିଳିଲେ ସେମାନେ ପେଟ୍ରୋଲ ପମ୍ପର ଆସିଷ୍ଟାଂଟ ସେଲସ୍ ମ୍ୟାନେଜର କିମ୍ବା ଡିଭିଜିନାଲ ମ୍ୟାନେଜରରୁଙ୍କ ପାଖରେ ଅଭିଯୋଗ କରିପାରିବେ । ତାଙ୍କର ନମ୍ବର ସମସ୍ତ ପେଟ୍ରୋଲ ପମ୍ପରେ ଲେଖାଥାଏ ।