ବିକ୍ରି କରିଥିବା ସାମଗ୍ରୀକୁ ଫେରାଇନେବା ପାଇଁ ମନା କରିପାରିବେ ନାହିଁ ଦୋକାନୀ ! ଦେବାକୁ ପଡ଼ିବ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା

87

ଅନେକ ଥର ଆପଣ ଦେଖିଥିବେ ଦୋକାନ ବାହାରେ ଲେଖା ହୋଇଥାଏ, ବିକ୍ରି ହୋଇଥିବା ସାମଗ୍ରୀ ଫେରାଇ ହେବ ନାହିଁ । ଆଉ ଏନେଇ ଲୋକମାନେ ବହୁତ ହଇରାଣରେ ପଡ଼ନ୍ତି । ଆଉ କିଛି ଦୋକାନୀ ଫେରାଇବା ସାମଗ୍ରୀ ପ୍ରତିବଦଳରେ ଟଙ୍କା ଫେରସ୍ତ ନକରି ତା’ବଦଳରେ କିଛି ନୂଆ ସାମଗ୍ରୀ ନେବା ପାଇଁ ଜୋର କରନ୍ତି । ଏହି ପ୍ରକାର ମାମଲାରେ କଞ୍ଜ୍ୟୁମର ଫୋରମ, ଗ୍ରାହକଙ୍କ ପକ୍ଷରୁ ନିଷ୍ପତ୍ତି ଶୁଣାଇ ସାରିଛନ୍ତି ।

ମହାରାଷ୍ଟ୍ର କଞ୍ଜ୍ୟୁମର ଫୋରମ ଏହି ପ୍ରକାର ମାମଲା ପାଇଁ ଉପଭୋକ୍ତାଙ୍କ ପକ୍ଷରେ ରାୟ ଦେଇଛନ୍ତି । ଏହାବ୍ୟତୀତ ଦୋକାନୀଙ୍କୁ ସାମଗ୍ରୀ ଫେରାଇବା ପାଇଁ ଉପଭୋକ୍ତାଙ୍କ ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ଆଦେଶ ମଧ୍ୟ ଦେଇଛନ୍ତି । ଏହି ନିୟମ ଅବମାନନା କଲେ ବିକ୍ରେତା ୧୦୦୦ ଟଙ୍କାର ଜୋରିମାନା ପ୍ରଦାନ କରିବେ ବୋଲି ମଧ୍ୟ ଆଦେଶ ମଧ୍ୟ ଦେଇଛନ୍ତି । ଜଣେ ଉପଭୋକ୍ତାଙ୍କୁ ଅନେକ ପ୍ରକାର ଅଧିକାର ମିଳେ । ଏନେଇ ଅନେଲ ଲୋକ ଅଜ୍ଞ ଥାଆନ୍ତି । ଆଜି ଆସନ୍ତୁ ଉପଭୋକ୍ତାଙ୍କ ଅଧିକାର ନେଇ ଆଲେଚନା କରିବା । ଏ ବିଷୟରେ ଭବିଷ୍ୟତରେ ଅସୁବିଧାୀର ସମ୍ମୁଖୀନ ହେଲେ ଆପଣ ଜାଣିବପାରିବେ, କେଉଁଠି ଅଭିଯୋଗ କରିବା ଉଚିିତ ।

 

– ଭାରତରେ ଅଛି ତିନି ପ୍ରକାର କଞ୍ଜ୍ୟୁମର କୋର୍ଟ । ଜିଲ୍ଲା ସ୍ତରୀୟ ସମସ୍ୟା ବୁଝାସୁଝା କରିବା ପାଇଁ ଗୋଟିଏ । ସମସ୍ତ ଜିଲ୍ଲାରେ ଏହି ପ୍ରକାର କୋର୍ଟ ଥାଏ । ଏହି କୋର୍ଟ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାମଲାର ଶୁଣାଣି କରନ୍ତି ।

– ଆଉ ଏକ ଥାଏ ରାଜ୍ୟ କଞ୍ଜ୍ୟୁମର କୋର୍ଟ । ଏହା ରାଜ୍ୟସ୍ତରୀୟ ମାମାଲାର ଶୁଣାଣି କରନ୍ତି । ଏହି କୋର୍ଟ ୧ କୋଟି ଟଙ୍କା ପର୍ଯ୍ୟନ୍ତ ମାମଲାର ଶୁଣାଣି କରନ୍ତି ।

– ତୃତୀୟ ସ୍ଥାନରେ ଥାଏ ଜାତୀୟ ସ୍ତରୀୟ କୋର୍ଟ । ଏହି କୋର୍ଟ ସାରା ଦେଶର ମାମଲାର ଶୁଣାଣି କରୁଛନ୍ତି । ଏଠାରେ ୧ କୋଟିରୁ ଅଧିକ ଟଙ୍କାର ମାମଲା ଉପରେ ଶୁଣାଣି କରାଯାଏ । ତେବେ ଏହି କୋର୍ଟରେ ଶୁଣାଣି ପାଇଁ ଓକିଲ ଦରକାର ପଡ଼ନ୍ତି ନାହିଁ । ଆପଣ ନିଜେ ଅଭିଯୋଗ କରିପାରିବେ ।

ଜାଣନ୍ତୁ କିପରି କରିବେ ଅଭିଯୋଗ ?
– ଯଉଁ ଫୋରମରେ ଆପଣ ଅଭିଯୋଗ କରିବା ପାଇଁ ଚାହୁଁଛନ୍ତି, ପ୍ରଥମେ ଉକ୍ତ ଅଂଚଳ ବିଷୟରେ ପତ୍ତା କରନ୍ତୁ । ଆପଣ ଯେଉଁ ଅଂଚଳରେ ରହୁଛନ୍ତି, ସେହି ଅଂଚଳର ହିଁ ଅଭିଯୋଗ କରିପାରିବେ ।

– ଆପଣଙ୍କ ଅଭିଯୋଗ କରିବା ପାଇଁ କିଛି ଡକ୍ୟୁମେଣ୍ଟ ଯୋଡ଼ନ୍ତୁ । ଏଥିରେ ଆପଣ ସମ୍ମନ୍ଧିତ ସାମଗ୍ରୀ କିଣିଥିବା ବିଲ ଓ ୱାରେଣ୍ଟି, ଗ୍ୟାରେଣ୍ଟି ଡକ୍ୟୁମେଂଟ ଲଗାଇ ପାରିବେ । ଏହାସହ ଆପଣଙ୍କୁ ଏକ ଆଫିଡ଼େଭିଟ୍ ମଧ୍ୟ ଲଗାଇବା ପାଇଁ ପଡ଼ିବ ।

– ଆପଣ ନିଜେ ଅଭିଯୋଗ କିରପାରିବେ । ରେଜିଷ୍ଟ୍ରେଡ଼୍ ପୋଷ୍ଟ ଜରିଆରେ ଅଭିଯୋଗ କରାଯାଇପାରିବ । ଅଭିଯୋଗର ଅତିରିକ୍ତ କପିର ନିଜ ପାଖରେ ରଖିବା ପାଇଁ ପଡ଼ିବ । କାରଣ ଏହା ଅନେକ ସ୍ଥାନରେ କାମ ଆସେ । ଆପଣ କଞ୍ଜ୍ୟୁମର କମ୍ଲେଣ୍ଟ ୱେବସାଇଟ http://ccrc.in ଯାଇ ଅନଲାଇନ୍ ଅଭିଯୋଗ କରିପାରିବେ ।