କାହିଁକି ଅଲଗା ଅଲଗା ରଙ୍ଗର ହୋଇଥାଏ ଟ୍ରେନ ! ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ ।

1

ଭାରତୀୟ ରେଳବାଇକୁ ୧୯୫୧ରେ ରାଷ୍ଟ୍ରୀୟକରଣ କରାଯାଇଥିଲା ଏବଂ ଏବେ ଏହା ଏସିଆର ସବୁଠାରୁ ବଡ ରେଳ ନେଟୱାର୍କ ଭାବରେ ପରିଗଣିତ । ସମୟ ବିତିବା ସହ ଭାରତୀୟ ରେଳବାଇରେ ଅନେକ ପ୍ରକାରର ପରିବର୍ତ୍ତନ ଆସିଛି ।  ରେଳବାଇର ଏହିସବୁ ପରିବର୍ତ୍ତନ ମଧ୍ୟରେ ଟ୍ରେନର ରଙ୍ଗକୁ ବେସ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ପ୍ରକାର ଟ୍ରେନକୁ ବିଭିନ୍ନ ପ୍ରକାର ରଙ୍ଗରେ ପରିଣତ କରାଯାଇଛି ଏବଂ ଏହି ରଙ୍ଗର ବିଭିନ୍ନ ଅର୍ଥ ମଧ୍ୟ ରହିଛି । ଏବେ ଅଧିକାଂଶ ଟ୍ରେନର ରଙ୍ଗ ନୀଳ, ଲାଲ ଏବଂ ଏପରି କିଛି ମିଶ୍ରିତ ରଙ୍ଗର ଟ୍ରେନ ରହିଛି । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ଯାତ୍ରୀମାନେ ଯାତାୟତ କରୁଥିବା ଟ୍ରେନ ଗୁଡିକର ରଙ୍ଗ ନୀଳ, ଲାଲ ଏବଂ ସବୁଜ କାହିଁକି ହୋଇଥାଏ ? ଯଦି ଜାଣିନାହାଁନ୍ତି ତେବେ ନିଶ୍ଚୟ ଜାଣିରଖନ୍ତୁ ।

ଟ୍ରେନର ରଙ୍ଗ ପରିବର୍ତ୍ତନ କରିବା ପଛରେ ଅନେକ କାରଣ ରହିଛି । କୋଚର ଡିଜାଇନ ଏବଂ ତାର ଅନ୍ୟାନ୍ୟ ବିଶେଷତ୍ତ୍ୱକୁ ଆଧାର କରି ଟ୍ରେନର ରଙ୍ଗ ନିର୍ଦ୍ଧାରିତ କରାଯାଇଥାଏ । ଦେଶରେ ଦୁଇ ପ୍ରକାରର କୋଚ ଟ୍ରେନ ଚାଲିଥାଏ । ଗୋଟିଏ ହେଉଛି ଆଇସିଏଫ କୋଚ ଯାହାର ଅର୍ଥ ହେଉଛି କୋଚ ଫ୍ୟାକ୍ଟ୍ରି । ଏହା ଏବେ ଚେନ୍ନାଇରେ ଅବସ୍ଥିତ । ଚେନାଇ ସ୍ଥିତ ଆଇସିଏଫର ସ୍ଥାପନା ୧୯୫୨ କରାଯାଇଥିଲା । ଆଇସିଏଫର ବେଗ ଘଣ୍ଟା ପ୍ରତି ୭୦ ରୁ ୧୪୦ କିଲୋମିଟର ହୋଇଥାଏ । ଏହାର ମେଲ କୋଚକୁ ଏକ୍ସପ୍ରେସ କିମ୍ବା ସୁପରଫାଷ୍ଟ ଟ୍ରେନରେ ଲଗାଇ ଦିଆଯାଇଥାଏ । ଏହି ଫ୍ୟାକ୍ଟ୍ରି ଭାରତୀୟ ରେଳବାଇ ଅଧୀନରେ କାମ କରିଆସୁଛି । ଏଠାରେ ସବୁ ପ୍ରକାରର କୋଚ ତିଆରି କରାଯାଇଥାଏ । ଯେପରିକି ଏସି, ସ୍ଲିପର, ଜେନେରାଲ, ଡେମୁ, ଏବଂ ମେମୁ କୋଚ ସାମିଲ ରହିଛି ।

ଦ୍ୱିତୀୟଟି ହେଉଛି ଏଲଏଚବି କୋଚ, ଯାହାର ଅର୍ଥ ହେଉଛି ଲିଙ୍କ ହୋପମ୍ୟାନ ବୁଶ । ଏହା ଆଇସିଏଫ କୋଚ ଠାରୁ ସମ୍ପୁର୍ଣ୍ଣ ଭାବରେ ଅଲଗା ହୋଇଥାଏ । ଦେଶର ସବୁଠାରୁ ତିବ୍ର ବେଗରେ ଗତି କରୁଥିବା ଟ୍ରେନ ଗତିମାନ ଏକ୍ସପ୍ରେସ, ଶତାବ୍ଦି ଏକ୍ସପ୍ରେସ ଏବଂ ରାଜଧାନୀ ଏକ୍ସପ୍ରେସରେ ଏଲଏଚବି (ହେଉଛି ଲିଙ୍କ ହୋପମ୍ୟାନ ବୁଶ) କୋଚର ପ୍ରୟୋଗ କରାଯାଇଥାଏ । ଏହାର ଘଣ୍ଟାପ୍ରତି ବେଗ ୧୬୦ ରୁ ୧୮୦ କିଲୋମିଟର ମଧ୍ୟରେ ରହିଥାଏ । ଆଇସିଏଫ କୋଚ ଅପେକ୍ଷା ଏଲଏଚବି କୋଚ ଖୁବ ଭିନ୍ନ ଅଟେ । ଏଲଏଚବିକୁ ଫାଷ୍ଟ ସ୍ପିଡ ଟ୍ରେନ ମାନଙ୍କ ପାଇଁ ତିଆରି କରାଯାଇଥାଏ ।

ଯାତ୍ରୀମାନେ ଯାତ୍ରା କରୁଥିବା ଅଧିକାଂଶ ଟ୍ରେନର ରଙ୍ଗ ନୀଳ ହୋଇଥାଏ । ପୂର୍ବରୁ ଚାଲୁଥିବା ଇଶତ ଲାଲ ରଙ୍ଗର ଟ୍ରେନକୁ ବଦଳାଇ ଏବେ ତାକୁ ନୀଳ ରଙ୍ଗରେ ପରିବର୍ତ୍ତନ କରିଦିଆଯାଇଛି । ସେହିପରି ଅଧିକାଂଶ ରାଜଧାନୀ ଟ୍ରେନ ଗୁଡିକର ରଙ୍ଗ ଲାଲ ହୋଇଥାଏ । ମିଶ୍ରିତ ରଙ୍ଗର କୋଚ ଗୁଡିକ ଭାରତୀୟ ରେଳବାଇର ବିଭିନ୍ନ ମହତ୍ୱପୂର୍ଣ୍ଣ ସିମ୍ବଲକୁ ଆଧାର କରି ତିଆରି କରାଯାଇଥାଏ ।

Comments are closed.