ଆରବିଆଇର ପ୍ରତୀକ ଚିହ୍ନରେ କାହିଁକି ବାଘ ଥାଏ ? ଜାଣନ୍ତୁ ଏହାର ଇତିହାସ

ଆରବିଆଇର ମୂଳଦୂଆ ବ୍ରିଟିଶ ଭାରତ ସମୟରେ ବର୍ଷ ୧୯୨୬ରେ ରଖାଯାଇଥିଲା ।

807

କେବେ ଆପଣ ଧ୍ୟାନ ଦେଇଛନ୍ତି କି ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରତୀକ ଚିହ୍ନରେ ବାଘ ଓ ଖଜୁରୀ ଗଛ କାହିଁକି ଅଛି ? ଏମିତି କେବଳ ଏହାର ସରକାରୀ ସ୍ଥିତି, ଦେଶର ଏହା ସହିତ ସମ୍ବନ୍ଧ ପ୍ରଦର୍ଶନ କରିବା ପାଇଁ ହିଁ ନୁହେଁ ବରଂ ଏହାର ସ୍ୱାଧୀନ ଏବଂ ସରକାର ଠାରୁ ଆରବିଆଇର ମହତ୍ୱପୂର୍ଣ୍ଣ ଦୂରତାକୁ ବି ଦେଖାଏ । ଆରବିଆଇର ମୂଳଦୂଆ ବ୍ରିଟିଶ ଭାରତ ସମୟରେ ବର୍ଷ ୧୯୨୬ରେ ରଖାଯାଇଥିଲା । ଯେବେ ଭାରତୀୟ ମୁଦ୍ରା ଓ ବିତ୍ତ ପାଇଁ ରୟାଲ କମିଶନ ଏକ କେନ୍ଦ୍ରୀୟ ବ୍ୟାଙ୍କ ନିର୍ମାଣ କରିବାର ସୁପାରିଶ କରିଥିଲେ । ରୟାଲ କମିଶନକୁ ‘ହିଲଟନ୍ ୟଙ୍ଗ କମିଶନ’ ର ନାମ ଦ୍ୱାରା ବି ଜଣାଯାଏ । ବର୍ଷ ୧୯୩୪ର ଆରବିଆଇ ଅଧିନିୟମ ଅଧିନରେ ଏହାକୁ କେନ୍ଦ୍ର ସରକାରର ବ୍ୟାଙ୍କ କରାଗଲା ।

କେନ୍ଦ୍ରୀୟ ବ୍ୟାଙ୍କ, ମୁଦ୍ରା ଓ କ୍ରେଡିଟ୍ ର ନିୟନ୍ତ୍ରଣକୁ ଅଲଗା କରିବା ଓ ପୁରା ଦେଶରେ ବ୍ୟାଙ୍କିଙ୍ଗ ସୁବିଧାରେ ବୃଦ୍ଧି ପାଇଁ ନିର୍ମାଣ କରାଯାଇଛି । ଦେଶର ବ୍ୟାଙ୍କର ରାଜା କୁହାଯାଉଥିବା ଆରବିଆଇର ଅଫିସିଆଲ ପ୍ରତୀକ ଚିହ୍ନ- ଖଜୁରୀ ଗଛ ଓ ସିଂହ । ଏହି ଚିହ୍ନ ଔପନିବେଶକ ଅତୀତର ଚିହ୍ନ ଓ ଏହାକୁ ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରତୀକ ଚିହ୍ନରୁ ନିଆଯାଇଛି । ଇଷ୍ଟ ଇଣ୍ଡିଆ କମ୍ପାନୀର ପ୍ରତୀକ ଚିହ୍ନରେ ସିଂହ ଓ ଖଜୁରୀ ଗଛ ଥିଲା । ନୂଆ ପ୍ରତୀକ ଚିହ୍ନ ବି ଏହି ପ୍ରକାରର ହେବାର ଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ସରକାରୀ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ମୁତାବକ, ପ୍ରତୀକ ଚିହ୍ନ ତିଆରି କରିବା ସମୟରେ ଏହା ବିଚାର କରାଗଲା କି ଏହି ବ୍ୟାଙ୍କ ସରକାରୀ ହେବାର ପ୍ରତୀକ କିନ୍ତୁ ଏହାର ସରକାର ସହିତ ବେଶି ସମ୍ପର୍କ ନାହିଁ । ଏହା ସହିତ ଏହାର ଡିଜାଇନ୍ ବି ଭାରତୀୟ ହେବା ଜରୁରୀ ଥିଲା । ଏହା ପରେ ଫଇସଲା କରାଗଲା କି, ସିଂହ ସ୍ଥାନରେ ବାଘକୁ ବ୍ୟବହାର କରାଯିବ । ବାଘକୁ ଏଥିପାଇଁ ରଖାଗଲା କି ଏହା ସିଂହ ତୁଳନାରେ ଅଧିକ ଭାରତୀୟ ପଶୁ ଧରାଯାଏ । ସେତେବେଳେ ବାଘ ପୁରା ଦେଶରେ ଥିଲେ ଓ ସିଂହ ବିଲୁପ୍ତ ହେଉଥିଲେ ।