ରେଳ ଯାତ୍ରା ପାଇଁ ଅନଲାଇନରେ ଅଧିକ ଟିକେଟ କାଟୁଛନ୍ତି କି? ସାବଧାନ ! ବ୍ଲକ ହୋଇଯିବ ଆଇଡି, ଆଇଆରସିଟିସିର ଚେତାବନୀ ।

58

ଅନଲାଇନ ଟିକେଟ ବୁକିଙ୍ଗ ପାଇଁ ଆଇଡିର ଦୂରୁପଯୋଗ କରୁଥିବା ବ୍ୟକ୍ତିଙ୍କ ଉପରେ ରେଲୱେର କଟକଣା । ଗୋଟିଏ ଆଇଡିରେ ଲାଗାତାର ଅଧିକ ଟିକେଟ କରାଯାଉଥିବାରୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ରେଲୱେ ପକ୍ଷରୁ ଏହାକୁ ବ୍ଲକ କରି ଦିଆଯିବ । ଆଇଆରସିଟିସି ଦୁଇ ମାସରେ ୧୫୦୦ରୁ ଅଧିକ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇଛି । ଏ ନେଇ ଆଇଆରସିଟିସି ନିୟମରେ ପରିବର୍ତ୍ତନ ଆଣିଛିି । ଗୋଟିଏ ମାସରେ ବୁକ କରାଯାଉଥିବା ଟିକେଟର ସଂଖ୍ୟା ୬ରୁ ବୃଦ୍ଧି କରି ୧୨ କରିଦିଆଯାଇଛି ।

ତେବେ ଏହାର ଦୂରୁପଯୋଗ ହେଉଥିବାରୁ ଏହା ଉପରେ କଡାକଡି କରାଯାଇଛି । ସଫ୍ଟୱେରରୁ ଚେକ କରି ଗୋଟିଏ ଆଇଡିରୁ ଲଗାତାର ଅଧିକ ଟିକେଟ ବନାଉଥିବା ବ୍ୟକ୍ତିଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି । ମିଳିଥିବା ସୂତ୍ର ଅନୁସାରେ ଯେତିକି ଟିକେଟ ହୋଇଛି, ତାହା ଗୋଟିଏ ପରିବାରର ନା ପ୍ରତି ଥର ଅନ୍ୟ ବ୍ୟକ୍ତିଙ୍କ ପାଇଁ ବୁକ ହେଉଥିବା ଉପରେ ତଦାରଖ କରାଯାଉଛି । ତା’ସହ କେଉଁ ଟିକେଟ ଦୂର ଯାତ୍ରା ପାଇଁ ଓ କେଉଁ ଟିକେଟ ତତ୍କାଳରେ କରାଯାଉଛି ତା’ ଉପରେ ଧ୍ୟାନ ଦିଆଯାଉଛି । ଏହି ଆଧାରରେ ଅନାବଶ୍ୟକ ଆଇଡିକୁ ବ୍ଲକ କରିଦିଆଯାଉଛି ।

ଛଅରୁ ଅଧିକ ଟିକେଟରେ ହେବ ଆଧାର ଭେରିଫିକେଶନ

ରେଲୱେର ନୂଆ ନିୟମ ଅନୁସାରେ ଏକ ମାସରେ ଗୋଟିଏ ଆଇଡିରୁ ଜେନରାଲ କୋଟାରୁ ୬ ଓ ତତ୍କାଳ କୋଟାରୁ ଦୁଇଟି ଟିକେଟ ବୁକ କରିପାରିବେ । ଯଦି ଆଇଆରସିଟିସି ଆକାଉଂଟକୁ ଆଧାର ସହ ଲିଂକ କରୁଛନ୍ତି, ତେବେ ଏକ ମାସରେ ୧୨ଟି ଟିକେଟ ବୁକ କରିପାରିବେ ।

ଏଭଳି କରନ୍ତୁ ଆଧାର ଲିଂକ

ଆପଣଙ୍କ ଆଧାରକୁ ଆଇଆରସିଟିସି ଆକାଉଂଟ ସହ ଲିଂକ କରିବା ନିମନ୍ତେ ମାଇଁ ପ୍ରୋଫାଇଲରେ ‘ଅପଡେଟ ୟୋର ଆଧାର’କୁ ଯାଆନ୍ତୁ । ସେଠି କ୍ଲିକ କରିବା ମାତ୍ରେ ଆଧାର ସହିତ ସଂଯୁକ୍ତ ଥିବା ମୋବାଇଲ ନମ୍ବରକୁ ଏକ ଓଟିପ( ୱାନ ଟାଇପ ପାସୱାର୍ଡ) ଆସିବ । ସେହି ଓଟିପିକୁ ଏଂଟ୍ରି କରାଇଲେ ଆପଣଙ୍କ ଖାତା ଆଧାର ସହ ଲିଙ୍କ ହୋଇଯିବ । ଯେଉଁ ଆଇଡିରେ ୧୨ରୁ ଅଧିକ ଇ-ଟିକଟ କରାଯାଇଛି, ତାଙ୍କୁ ଚିହ୍ନଟ କରାଯାଉଛି । ଦୁଇ ମାସରେ ୧୫୦୦ ଆଇଡି ବ୍ଲକ କରାଯାଇଛି । ଏହାଦ୍ୱାରା ଦଲାଲଙ୍କ ନେଟୱର୍କକୁ କମାଯାଇପାରିବ । ଏଜେଂଟକୁ ଏହି ନିୟମରୁ ମୁକ୍ତ ରଖାଯାଇଛି ।