ସକାଳୁ ଉଠିଲେ ଆବଶ୍ୟକ ପଡେ ଟୁଥବ୍ରସ୍ ! କିନ୍ତୁ ଜାଣିଛନ୍ତି କି କିଏ ତିଆରି କରିଥିଲେ ପ୍ରଥମ ଟୁଥବ୍ରସ୍ ?

35

ସକାଳୁ ଉଠିବା ମାତ୍ରେ ସମସ୍ତେ ପ୍ରଥମେ ଦାନ୍ତ ଘଷିଥାନ୍ତି । ଆଉ ଏହା ପରେ ଯାଇ ଦିନର ଶୁଭାରମ୍ଭ କରାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି, ଦାନ୍ତ ଘଷିବାର ଏହି ଅଭ୍ୟାସ, ଯାହାକି ଆମକୁ ଛୋଟ ବେଳୁ ଶିଖାଯାଇଥାଏ, ଏହାର ନିର୍ମାତା କିଏ । ତେବେ ଆମେ ଆପଣଙ୍କୁ କହୁଛୁ ଯେ, ସବୁଠାରୁ ପ୍ରଥମେ ଚାନର ସମ୍ରାଟ ୧୪୯୮ ମସିହାରେ ଟୁଥବ୍ରସ୍ ତିଆରି କରିଥିଲେ । ସେହି ସମୟରେ ଘୁଷୁରୀର ବେକରେ ଥିବା ଚୁଟିକୁ ବାଉଁଶରେ କଣା କରି ଟୁଥବ୍ରସ୍ ତିଆରି କରାଯାଉଥିଲା । କିନ୍ତୁ ଏହି ଟୁଥବ୍ରସ୍ ଅତ୍ୟନ୍ତ ମଜଭୁତ ରହୁଥିଲା । ଏହାପରେ ଟୁଥବ୍ରସ୍ ପ୍ରସ୍ତୁତି ଚୀନରୁ ଯାଇ ୟୁରୋପରେ ପହଞ୍ଚିଥିଲା । ଇଂଲଣ୍ଡ ଚୀନ ଠାରୁ ୨୦ ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଟୁଥବ୍ରସ୍ କିଣିଥିଲା ।

ତେବେ ଆଧୁନିକ ଯୁଗର ଟୁଥବ୍ରସର ଆବିଷ୍କାର ଇଂଲଣ୍ଡର ଜଣେ କଏଦୀ ବିଲିୟମ୍ ଏଡିଜ୍ ୧୭୮୦ ମସିହାରେ କରିଥିଲେ । ଖାଦ୍ୟରୁ ବାହାରୁଥିବା ହାଡରେ କଣା କରି ସେ ସେଥିରେ ଘୁଷୁରୀର ଚୁଟିକୁ ସେଥିରେ ଯୋଡି ଟୁଥବ୍ରସ୍ ତିଆରି କରୁଥିଲେ । ଜେଲରୁ ବାହାରିବା ପରେ ବିଲିୟମ୍ ବିସଡମ୍ ଟୁଥବ୍ରସ୍ ନାମରେ ଏକ କମ୍ପାନୀ ଆରମ୍ଭ କରିଥିଲେ । ଆଜି ଏହି କମ୍ପାନୀରେ ବାର୍ଷିକ ସାତ କୋଟି ଟୁଥବ୍ରସ୍ ଟିଆରି କରାଯାଉଛି । ୧୮୫୭ ମସିହାରେ ୟୁନାଇଟେଡ୍ ଷ୍ଟେଟ୍ସ ଏହି ଆବିଷ୍କାରର ପ୍ରଥମ ପେଟେଂଟ ନମ୍ବର ୧୮,୬୫୩, ଏଚ୍ ଏନ୍ ୱାର୍ଡସୱର୍ଥଙ୍କୁ ଦେଇଥିଲେ । ତେବେ ୧୮୮୫ ମସିହାରେ ଆମେରିକାରେ ଟୁଥବ୍ରସ୍ ଅଧିକ ମାତ୍ରାରେ ତିଆରି କରାଯିବା ଆରମ୍ଭ ହୋଇଯାଇଥିଲା ।