ସିନେମା ଶେଷ ହେବା ପରେ ନାୟକ-ନାୟିକାଙ୍କ ପୋଷାକ ଗୁଡିକ କ’ଣ କରାଯାଏ, ଜାଣନ୍ତି କି ?

49

ଆପଣ ଦେଖିଥିବେ ସିନେମାରେ ନାୟକ-ନାୟିକା ମାନେ ଖୁବ ସୁନ୍ଦର ସୁନ୍ଦର ପୋଷାକ ପିନ୍ଧିଥାନ୍ତି । କେବେ ନା କେବେ ଆପଣଙ୍କ ମନରେ ପ୍ରଶ୍ନ ଉଙ୍କିମାରିଥିବ କି ଏତେ ସୁନ୍ଦର ସୁନ୍ଦର ପୋଷାକ ଗୁଡିକ ସିନେମା ଶେଷ ହେବା ପରେ କୁଆଡେ ଯାଏ? ‘ମୁଗଲେ ଆଜମ’, ‘ହମ ଦିଲ ଦେ ଚୁୁକେ ସନମ’, ‘ଦେବଦାସ’ ପରି ସୁପରହିଟ ସିନେମା କଥା ଆପଣଙ୍କର ନିଶ୍ଚୟ ମନେଥିବ ।

ଭୁୁଲିବେ ବା କିପରି ? ଯଦି ଭୁଲିଯିବାକୁ ବି ଚାହାନ୍ତି, ତେବେ ବି ଏହି ସିନେମା ଗୁଡିକରେ ବ୍ୟବହାର ହୋଇଥିବା ସୁନ୍ଦର ଓ ଆକର୍ଷଣୀୟ ଡ୍ରେସ ଆପଣଙ୍କୁ ଭୁଲିବାକୁ ଦେବନି । ଆପଣ ଜାଣିବାକୁ ନିଶ୍ଚୟ ଚାହିଁବେ ସିନମା ଶେଷ ହେବା ପରେ ନାୟକ-ନାୟିକାଙ୍କ କଷ୍ଟ୍ୟୁମ ଗୁଡିକୁ କଣ କରାଯାଏ । ତେବେ ଆସନ୍ତୁ ଜାଣିବା ଉକ୍ତ ପୋଷାକ ଗୁଡିକ କ’ଣ କରାଯାଏ ?

୧. ରିିପୋର୍ଟ ଅନୁସାରେ ସବୁ ପୋଷାକ ଗୁଡିକୁ ପ୍ରଡକ୍ସନ ହାଉସରେ ଲେବଲ ଲଗାଇ ରଖି ଦିଆଯାଏ । ଲେବଲରୁ ଜଣାପଡେ ଏହି ପୋଷାକ କେଉଁ ସିନେମାରେ ବ୍ୟବହାର ହୋଇଛି ।

୨. ଅନେକ ଥର ପୋଷାକ ଗୁଡିକୁ ନିଲାମ କରିଦିଆଯାଏ । ନିଲାମରୁ ମିଳୁଥିବା ଟଙ୍କାକୁ ଦରିଦ୍ର ଲୋକଙ୍କୁ ଦାନ କରି ଦିଆଯାଏ ।

୩.ଅନେକ ତାରକା କିଛି ପୋଷାକକୁ ସଫଳତାର ଚିହ୍ନ ରୂପରେ ନିଜ ପାଖରେ ରଖନ୍ତି ।

୩. କିଛି ପୋଷାକକୁ ନୂଆ ସିନେମାର ସୁଟିଂ ପାଇଁ ବ୍ୟବହାର କାରାଯାଏ ।

୪. ନାମୀଦାମୀ ଡିଜାଇନର ସିନେମା ଶେଷ ହେବା ପରେ ନିଜ ପୋଷାକ ଫେରେଇ ନିଅନ୍ତି । ମନୀଷ ମଲହୋତ୍ରା, ଅଞ୍ଜୁ ମୋଦୀ ପରି ଲୋକପ୍ରିୟ ଡିଜାଇନର ସିନେମା ପାଇଁ ଡିଜାଇନ କରିଥିବା ପୋଷାକକୁ ଶେଶରେ ଫେରେଇ ନିଅନ୍ତିିି ।

୫. ଏହାସହ ଅନେକ ଥର ଉକ୍ତ ପୋଷାକ MêWòକୁ ସାମାନ୍ୟ କିଛି କିଛି ପରିବର୍ତ୍ତନ କରି ଜୁୟିୟର ଆଟିଷ୍ଟ ମାନଙ୍କୁ ପିନ୍ଧାଇ ଦିଆଯାଏ ।

                              ସୌଜନ୍ୟ- ଦ କ୍ୱିଣ୍ଟ