ଋଣ ନେଉଛନ୍ତି କି ? ତେବେ ଏହି ଦିଗ ଉପରେ ଧ୍ୟାନ ଦିଅନ୍ତୁ,ଫାଇଦାରେ ରହିବେ ।

39

ସାଧାରଣତଃ ଲୋକମାନେ ନିଜର ବଡ଼ ବଡ଼ ଆଶା ତଥା ଆବଶ୍ୟକତାକୁ ପୂରଣ କରିବା ପାଇଁ ଋଣ ନିଅନ୍ତି । ଅଧିକାଂଶ ଲୋକ ଋଣ ନେବା ସମୟରେ ଏଜେଣ୍ଟ ଚକ୍କରରେ ପଡ଼ିଯାଆନ୍ତି । ଏବଂ ଏଜେଣ୍ଟ ଜରିଆରେ ହିଁ ଋଣ ସମ୍ମନ୍ଧିତ ସୂଚନା ଜାଣିବା ପାଇଁ ଚେଷ୍ଟା କରନ୍ତି । ଯାହାଦ୍ୱାରା ତାଙ୍କୁ ପଛରେ ପସ୍ତେଇବାକୁ ପଡ଼େ ଓ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼େ । ଆଉ ଅନେକ ଲୋକେ ଏହି ପରି ଭାବେ ଠକେଇର ଶିକାର ମଧ୍ୟ ହୁଅନ୍ତି । ତେବେ ଏଜେଣ୍ଟ ଚକ୍କରରେ ନପଡ଼ି କିପରି ଋଣ ନେବେ ନେବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ରଖିବେ ସେ ନେଇ ଆଜି ଆଲୋଚନା କରିବା ।

ବିଶେଷଜ୍ଞ କ’ଣ କହନ୍ତି – ଜଣେ ଫାଇନାନ୍ସସିଆଲ ପ୍ଲାନରଙ୍କ କହିବା ଅନୁସାରେ ଯଦି ଆପଣ ନିଜର କିଛି ଅସୁବିଧା ପାଇଁ ଋଣ ନେଉଛନ୍ତି, ତେବେ ବ୍ୟାଙ୍କ କର୍ମଚାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରନ୍ତୁ । ସନ୍ତୋଷଜନକ ଉତ୍ତର ପାଇବା ପରେ ହିଁ ବ୍ୟାଙ୍କରୁ ଋଣ ନିଅନ୍ତୁ । କାରଣ କିଛି ବ୍ୟାଙ୍କ୍ ଋଣ ରାଶିରେ କିଛି ଅତିରିକ୍ତ ଚାର୍ଜ ଓ ପ୍ରୋସେସିଙ୍ଗ ଫି ମିଶାଇ ଋଣ ଆଦାୟ କରନ୍ତି । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ରଖିବା ଜରୁୀରୀ ।

ସବୁ ଚାର୍ଜ ବିଷୟରେ ବିବରଣୀ ରଖନ୍ତୁ – ବ୍ୟକ୍ତିଗତ ଋଣ ନେବା ସମୟରେ ବିଭିନ୍ନ ବ୍ୟାଙ୍କର ସୁଧ ଦର ବିଷୟରେ ଜାଣିବା ଜରୁରୀ । ଏହାସହ ସୁଧ ଦର ବୁଝିବା ସହ ଇଏମଆଇ ବିୟରେ ଜାଣିବା ମଧ୍ୟ ଜରୁରୀ ।

ଅନ୍ୟ ବିକଳ୍ପ ବିଷୟରେ ଜାଣନ୍ତୁ – ସୁରକ୍ଷିତ ଋଣ ବିକଳ୍ପ ପାଇଁ ଅନେକ ଯୋଜାନା ରହିଛି । ସାଧାରଣତଃ ସୁନା ଦେଇ ମିଳୁଥିବା ଋଣ ଅନ୍ୟ ଋଣ ଅପେକ୍ଷା କମ ସୁଧରେ ମିଳେ । ଯଦି ଏପରି କିଛି ବିକଳ୍ପ ତାଏ ତା’ହେଲେ ଏପରି ଋଣ ନିଅନ୍ତୁ । କାରଣ ବ୍ୟକ୍ତିଗତ ଋଣ ଉପରେ ସୁଧ ଦର ଖୁବ୍ ଅଧିକ ଥାଏ ।

ଋଣ ସମ୍ବନ୍ଧିତ ଡକ୍ୟୁମେଂଟକୁ ଧ୍ୟାନ ସହକାରେ ପଢ଼ନ୍ତୁ – ବ୍ୟକ୍ତିଗତ ଋଣ ନେବା ସମୟରେ ପ୍ରଥମେ ଏଥି ସମ୍ମନ୍ଧୀୟ ଡକ୍ୟୁମେଂଟ ଉପରେ ଧ୍ୟାନ ଦିଅନ୍ତୁ । ନିଶ୍ଚିତ ରୁହନ୍ତୁ ସବୁ ନିୟମକୁ ଆପଣ ଭଲ ଭାବରେ ପଢ଼ିଛନ୍ତି । ପ୍ରାୟ ସବୁବେଳେ ଲୋକମାନେ ତରତରରେ ଋଣ ନେବା ପାଇଁ ମନ ସ୍ଥିର କରନ୍ତି । ଅଦରକାରୀ ଜିନିଷ କିଣିବା ପାଇଁ ଋଣ ନିଅନ୍ତି । ଯାହା ତାଙ୍କ ପାଇଁ ଜରୁରୀ ନୁହେଁ । ଏଥିପାଇଁ ବ୍ୟକ୍ତିଗତ ଋଣ ନେବାକୁ ପଡ଼େ । ତେବେ ଯଥାସମ୍ଭବ ଏଥିରୁ ଦୂରେଇ ରୁହନ୍ତୁ ।