କାହିଁକି ଥାଏ ପିଲାମାନଙ୍କ ସାର୍ଟର କଲରରେ ବଟନ, ଜାଣନ୍ତି କି ?

44

ସାର୍ଟ ପିନ୍ଧିବା ସମୟରେ ଆପଣ ଏହାର କଲରରେ ଲାଗିଥିବା ଦୁଇଟି ବଟନ ଓ ପଛରେ ଦିଆଯାଇଥିବା ଲୁପକୁ ନିଶ୍ଚୟ ଦେଖିଥିବେ । କିନ୍ତୁ ଏପରି କାହିଁକି ଦିଆଯାଏ ଆପଣ ଜାଣନ୍ତି କି ? ଆଜି ଜାଣନ୍ତୁ ଏହା ପଛରେ ଥିବା କାରଣ ।

ସାର୍ଟର କଲରରେ କାହିକି ଲାଗେ ଦୁଇଟି ବଟନ ?

ସାର୍ଟର ଦୁଇଟି ବଟନ ଲାଗିବାର ଟ୍ରେଣ୍ଡର ଆରମ୍ଭ ପୋଲୋ ଖେଳାଳିଙ୍କ ଦ୍ୱାରା ହୋଇଥିଲା । ସେମାନେ ଚାହୁଁଥିଲେ ଘୋଡାସବାରୀ କରିବା ସମୟରେ ତାଙ୍କର କଲର ମୁହଁରୁ ଦୂରରେ ରହୁ । ଏଥିପାଇଁ ସେମାନେ ଏପରି ସାର୍ଟ ପିନ୍ଧିବା ଆରମ୍ଭ କରି ଦେଇଥିଲେ । ଆସ୍ତେ ଆସ୍ତେ ଏହି ଟ୍ରେଣ୍ଡକୁ ଲୋକେ ବହୁତ ପସନ୍ଦ କଲେ ଏବଂ ଏହାର ପ୍ରଚଳନ ବହୁଳ ଭାବରେ ହେଲା ।

ସାର୍ଟର ପଛରେ କାହିଁକି ଦିଆଯାଏ ଲୁପ ?

ଆଗରୁ ଲୋକାମାନଙ୍କ ପାଖରେ ହ୍ୟାଙ୍ଗର, ଆଲମାରୀ ଓ ୱାଡରୋବ ପରି କୌଣସି ଜିନିଷ ନଥିଲା । ସାର୍ଟରେ ଲାଗିଥିବା ଏହି ଛୋଟ ଲୁପ ସାର୍ଟକୁ ଟାଙ୍ଗିବାରେ ସାହାଯ୍ୟ କରେ । ଏହାସହ କପଡା ଲୁଚାକୋଚା ହେବାର ସମ୍ଭାବନା ମଧ୍ୟ କମ ଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାର୍ଟରେ ଲାଗିଥିବା ଲୁପର ଆରମ୍ଭ ନାବିକମାନେ କରିଥିଲେ । ଯାହାଦ୍ୱାରା ସେମାନେ କପଡା ବଦଳାଇବା ସମୟରେ ଜାହାଜରେ ଥିବା ହୁକରେ ସାର୍ଟକୁ ସହଜରେ ଟାଙ୍ଗିପାରିବେ । ଏହା ଧୀରେ ଧୀରେ ଫ୍ୟାସନରେ ପରିଣତ ହୋଇଗଲା ।

                           ସୌଜନ୍ୟ-ଦୈନିକ ଭାସ୍କର