ବର୍ଷ ୨୦୧୮ର ପ୍ରଥମ ଛଅ ମାସରେ ରିଲିଜ୍ ହୋଇଯାଇଛି ୧୫ଟି ଓଡିଆ ସିନେମା : ଜାଣନ୍ତୁ ହିଟ୍ ଓ ଫ୍ଲପ୍ ଫିଲ୍ମ ବିଷୟରେ

65

୨୦୧୮ର ପ୍ରଥମ ଛଅ ମାସରେ ପନ୍ଦରଟି ଓଡ଼ିଆ ସିନେମା ମୁକ୍ତିଲାଭ କରିଥିବା ଜଣାଯାଇଛି । ଏଥିମଧ୍ୟରୁ କେବଳ ଦୁଇଟି ସିନେମା ହିଟ୍ ହୋଇଥିବା କୁହାଯାଉଛି। ଏ ଦୁଇ ସିନେମା ହେଲା ‘ଓଲେ ଓଲେ ଦିଲବୋଲେ’ ଏବଂ ‘ଦିଓ୍ଵାନା ହେଲି ତୋ’ ପାଇଁ’। ଏପ୍ରିଲ୍ ୧୩ ତାରିଖରେ ଏହି ଦୁଇଟି ଓଡ଼ିଆ ସିନେମା ପରଦାକୁ ଆସିଥିଲା।

ଏ ବର୍ଷର ପ୍ରଥମ ସିନେମା ହେଲା ଓନଲି ପ୍ୟାର୍ । ଏଥିରେ ବାବୁସାନ୍, ସୁପ୍ରିୟା, ମିହିର ଦାସ , ଅପରାଜିତା ଓ ପ୍ରଜ୍ଞା ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତାପରେ ରିଲିଜ୍ ହେଲା ‘ହାପି ଲକି’।ଏହି ସିନେମାରେ ସମ୍ବିତ , ନବାଗତା ସସ୍ମିତା, ଜ୍ୟୋତି , ଏଲିନା ଓ ବବି ମିଶ୍ର ପ୍ରମୁଖ ଲିଡ ରୋଲରେ ଥିଲେ ।

ଫେବୃଆରୀ ମାସରେ କେବଳ ଗୋଟିଏ ସିନେମା ଗୁଡୁ ଆଣ୍ଡ୍ ଗୁଡି ରିଲିଜ୍ ହୋଇଥିଲା। ଏଥିରେ ସୂର୍ଯ୍ୟକାନ୍ତ, ହିମିକା, ସଲିଲ ମିତ୍ର, ମିହିରଦାସ ଓ ମାମୁନି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ । ମାର୍ଚ୍ଚ ମାସରେ ତିନିଟି ସିନେମା ପରଦାକୁ ଆସିଥିଲା । ଏଥିମଧ୍ୟରୁ ମାର୍ଚ୍ଚ ୧ ତାରିଖରେ ରିଲିଜ୍ ହୋଇଥିଲା ‘ ମନର ମାନସୀ’ । ଏଥିରେ ବିଭାସ, ସୋନାଲୀ, ଅଜିତ ଦାସ ଓ କେକେ ପ୍ରମୁଖ ଅଭିନୟ କରିଥିଲେ । ମାର୍ଚ୍ଚ ୪ ତାରିଖରେ ମୁକ୍ତିଲାଭ କରିଥିଲା ଏ ବର୍ଷର ପଞ୍ଚମ ସିନେମା ‘ ଦୀପୁ ଦ ଡ୍ୟାନ୍ସ ବୟ ’ । ମନୋଜ ରାଉତଙ୍କ ପ୍ରଯୋଜିତ ଏହି ଫିଲ୍ମରେ ମନୋଜ ରାଉତ, ଏଲସା, କୋଏଲ, ବବି ମିଶ୍ର, ମୀନକେତନ ଓ ଅଜିତ ଦାସ ଅଭିନୟ କରିଥିଲେ । ମାର୍ଚ୍ଚ ୯ ତାରିଖରେ ପରଦାକୁ ଆସିଥିଲା ‘ହତ୍ୟା’। ମାର୍ଚ୍ଚ ୨୩ ତାରିଖରେ ‘ଅଜାତଶତ୍ରୁ’ ରିଲିଜ୍ ହୋଇଥିଲା । ଏଥିରେ ସୋହମ୍ , ସାଧ୍ଭି ସିଂ, ଦେବଯାନୀ ଓ ମନୋଜ ମିଶ୍ର ଲିଡ ରୋଲରେ ନଜର ଆସିଥିଲେ ।

ଏପ୍ରିଲ୍ ୧୩ ତାରିଖରେ ଦୁଇଟି ଓଡ଼ିଆ ସିନେମା ପରଦାକୁ ଆସିଥିଲା। ଏଥିମଧ୍ୟରୁ ଗୋଟିଏ ହେଲା ‘ଦିଓ୍ଵାନା ହେଲି ତୋ’ପାଇଁ’ ଏବଂ ଅନ୍ୟଟି ‘ଓଲେ ଓଲେ ଦିଲବୋଲେ’। ପ୍ରଥମଟିର ସିଦ୍ଧାନ୍ତ, ମୁନ୍ନା, ରୀୟା ଦେ, ଶ୍ରୀତମ ଦାସ, ଉଷସୀ ମିଶ୍ର ଓ ପପୁ ପମପମ୍ ମୁଖ୍ୟ କଳାକାର। ‘ଓଲେ ଓଲେ ଦିଲ୍ ବୋଲେ’ରେ ସିଦ୍ଧାନ୍ତ, ଜ୍ୟୋତି, ଝିଲିକ୍ ଓ ମିହିର ଦାସ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହାପରେ ‘ଯୋଗୀ’ ହର ରଥ, ବିଜୟ ମହାନ୍ତି, ସ୍ମିତା ମହାନ୍ତି, ଆର୍ଯ୍ୟନ୍ ଦାଶ କୁମାର, ନିକିତା ମିଶ୍ର ଓ ମନୋଜ ମିଶ୍ର ପ୍ରମୁଖଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା।

ତାପରେ ଆସିଲା ‘ଶକ୍ତି’।ଏଥିରେ କରଣ୍ , ସୂରମୟୀ, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ଓ ପିଣ୍ଟୁ ନନ୍ଦ ପ୍ରମୁଖ ଅଭିନୟ କରିଥିଲେ। ଏହାପରେ ରିଲିଜ୍ ହୋଇଥିବା ଓଡ଼ିଆ ଛବି ହେଲା ‘ଲଭ ପ୍ରମିଜ’।ଏଥିରେ ରାକେଶ ଓ ଜୟା ଲିଡ ରୋଲରେ ଅଛନ୍ତି।

ଜୁନ୍ ମାସରେ ଦୁଇଟି ଓଡ଼ିଆ ଛବି ମୁକ୍ତିଲାଭ କରିଥିଲା। ଏହା ହେଲା ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଏବଂ ‘ଫୋର୍ ଇଡିଅଟସ୍’। ସୁନ୍ଦରଗଡ଼ର ସଲମାନ୍ ରେ ବାବୁସାନ୍, ନବାଗତା ଦିବ୍ୟା, ମିହିର ଦାସ, ସାତ୍ୟକୀ ମିଶ୍ର ଏବଂ ଉଷସୀ ମିଶ୍ର ପ୍ରମୁଖ ଅଭିନୟ କରିଥିଲେ। ଫୋର୍ ଇଡିଅଟସ୍ରେ ସବ୍ୟସାଚୀ, ଆକାଶ, କୁନା ତ୍ରିପାଠୀ, ଚିତ୍ତ ତ୍ରିପାଠୀ, ଏଲିନା ସାମନ୍ତରାୟ, ପୁନମ୍ ମିଶ୍ର, ଲିପ୍ସା ମିଶ୍ର ଓ ଚାନ୍ଦିନୀ ପ୍ରମୁଖ ମୁଖ୍ୟ ଭୂମିକାରେ ଥିଲେ।