ଗ୍ୟାସ ସିଲିଣ୍ଡର ଉପରେ ଲେଖାଥିବା ଏହି ବିଶେଷ ନମ୍ବରର ଅର୍ଥ କ’ଣ ? ଜାଣନ୍ତୁ ଏବଂ ଗ୍ୟାସ ସିଲିଣ୍ଡର ଫାଟିବାରୁ ବା ଲିକ୍ ହେବା ଭଳି ଘଟଣାରୁ ବଂଚନ୍ତୁ

195

କ’ଣ ଆପଣଙ୍କ ଘରେ ଗ୍ୟାସରେ ଖାଦ୍ୟ ତିଆରି ହୁଏ ? ଯଦି ହଁ, ତେବେ ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ ଗ୍ୟାସ ସିଲିଣ୍ଡର ଉପରେ ଲେଖା ହୋଇଥିବା ଏକ ବିଶେଷ ନମ୍ବରର ସୂଚନା ଦେବୁ ।

 

ଆପଣ ଗ୍ୟାସ ସିଲିଣ୍ଡରରେ ଫଟୋରେ ଦେଖାଯାଉଥିବା ନମ୍ବର ଅବଶ୍ୟ ଦେଖିଥିବେ । କିନ୍ତୁ କ’ଣ ଆପଣଙ୍କୁ ଏହି ନମ୍ବରର ଅର୍ଥ ଜଣା ଅଛି । ପ୍ରକୃତରେ ଗ୍ୟାସ୍ ସିଲିଣ୍ଡର ଉପରେ ଲେଖାଯାଇଥିବା ଏହି ନମ୍ବର ସିଲିଣ୍ଡରର ଏକ୍ସପାୟରୀ ଡେଟ୍ । ରୋଷେଇ ଘରେ କାମରେ ଆସୁଥିବା ପ୍ରତି ଗ୍ୟାସ ସିଲିଣ୍ଡର ଉପରେ ଏଜେନ୍ସି ଦ୍ୱାରା ଏହି ନମ୍ବର ଚିତ୍ରଣ କରାଯାଇଥାଏ । ଏହାକୁ ଏଜେନ୍ସିର କର୍ମଚାରୀ ବା ସିଲିଣ୍ଡର ଡେଲିଭରୀ କରୁଥିବା ବ୍ୟକ୍ତି ଏହାକୁ ସହଜରେ ବୁଝିପାରିବେ । କିନ୍ତୁ ଏକ ସାଧାରଣ ଉପଭୋକ୍ତା ଏହାକୁ ବୁଝିବାକୁ ବହୁତ କଷ୍ଟ ହେବ ।

ରେଗୁଲେଟର୍ ପାଖରେ ତିନୋଟି ପଟ୍ଟି ଉପରେ ଥାଏ ଏହି ନମ୍ବର : ଏହା ବହୁତ ସହଜ । ଏହାକୁ ବୁଝିଯିବା ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ ବା ଲିକ୍ ହେବା ଭଳି କଥାରେ ଆପଣ ଚିନ୍ତା ମୁକ୍ତ ରହିବେ । ସିଲିଣ୍ଡର ସବୁଠାରୁ ଉପରେ ରେଗୁଲେଟର ପାଖରେ ଯେଉଁ ତିନୋଟିି ପଟ୍ଟି ଲାଗିଥାଏ, ତେବେ ଗ୍ୟାସ ସିଲିଣ୍ଡରରେ ସେଠି କିଛି ନମ୍ବର ଚିତ୍ରଣ ହୋଇଥାଏ । ସେଥିମଧ୍ୟରୁ କୈାଣସି ଗୋଟିଏ ଉପରେ A, B, C, D ଲେଖା ହୋଇଥାଏ । ଏହାର ଅର୍ଥ ଏହା ଯେ, ଗ୍ୟାସ କମ୍ପାନୀ ପ୍ରତ୍ୟେକ ଲେଟର୍ କୁ ୩ ମାସରେ ବାଣ୍ଟି ଦିଏ । A ଅର୍ଥ ଜାନୁୟାରୀରୁ ମାର୍ଚ୍ଚ, B, ଅର୍ଥ ଏପ୍ରିଲ ରୁ ଜୁନ୍ ପର୍ଯ୍ୟନ୍ତ ହେବ । C ଅର୍ଥ ଜୁଲାଇରୁ ସେପ୍ଟେମ୍ବର ଏବଂ D ଅର୍ଥ ଅକ୍ଟୋବର ରୁ ଡିସେମ୍ବର ପର୍ଯ୍ୟନ୍ତ ହେବ ।

A-17 ର ଅର୍ଥ : ଏହା ସହିତ ଏଥିରେ ବର୍ଷ ବି ଦିଆଯାଇଥାଏ । ଉଦାହରଣ ସ୍ୱରୂପ ଗ୍ୟାସ ସିଲିଣ୍ଡର ଉପରେ A-17 ର ଅର୍ଥ ଏହା ଯେ, ଗ୍ୟାସ ସିଲିଣ୍ଡରର ଏକ୍ସପାୟରୀ ଡେଟ୍ ଜାନୁୟାରୀ ରୁ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ଅଛି ଏବଂ ଏହାପରେ ସିଲିଣ୍ଡରର ବ୍ୟବହାର କରିବା ବିପଦଜନକ ହୋଇପାରେ । ଏବଂ ଏହି ବିପଦ ମଧ୍ୟରେ ସାମିଲ ଅଛି ଗ୍ୟାସ ଲିକ୍ ଠାରୁ ଆରମ୍ଭ କରି ସିଲିଣ୍ଡର ଫାଟିବା ପର୍ଯ୍ୟନ୍ତ ।

19ର ଅର୍ଥ 2019 : ଏହାପରେ ଲେଖାଯାଇଥିବା ନମ୍ବର ଏକ୍ସପାୟରୀ ବର୍ଷକୁ ଦର୍ଶାଇଥାଏ । ଯେମିତି କି ୧୯ର ଅର୍ଥ ୨୦୧୯, ସେହିଭଳି ୨୦ର ଅର୍ଥ ୨୦୨୦ । ଯଦି ଆପଣଙ୍କ ଘରେ ବର୍ତ୍ତମାନ ଉ୧୭ ପୂର୍ବର ସିଲିଣ୍ଡର ଅଛି, ତେବେ ସିଲିଣ୍ଡର ଏକ୍ସପାୟର୍ଡ ହୋଇଗଲାଣି ।