ଦେଖିବାକୁ ଏକା ଭଳି ବେଶଭୂଷା, କିନ୍ତୁ ଅନ୍ତର ଅନେକ । ଜାଣନ୍ତୁ ନାଗା ସାଧୁ ଓ ଅଘୋରୀ ବାବାଙ୍କ ମଧ୍ୟରେ ପାର୍ଥକ୍ୟ

332

ହିନ୍ଦୁ ଧର୍ମରେ ଅନେକ ପ୍ରକାରର ସାଧୁ ଥାଆନ୍ତି । ଏମାନଙ୍କ ମଧ୍ୟରୁ ଜଣେ ନାଗା ସାଧୁ ଓ ଅଘୋରୀ ବାବା । ଦେଖିବାକୁ ଏମାନଙ୍କ ବେଶଭୂଷା ଏକା ଭଳି । କିନ୍ତୁ ତାଙ୍କର ସାଧୁ ବନିବାର ପ୍ରକ୍ରିୟା ଓ ରହଣି-ସହଣି ଓ ତପ-ସାଧନାରେ ବହୁତ ପାର୍ଥକ୍ୟ ଅଛି । ନାଗା ସାଧୁ କୁମ୍ଭରେ ବହୁତ ସଂଖ୍ୟାରେ ଭାଗ ନିଅନ୍ତି, କିନ୍ତୁ ଅଘୋରୀ ବାବା କୁମ୍ଭକୁ ଯାଆନ୍ତିନି । ଆସନ୍ତୁ ଜାଣିବା ଅଘୋରୀ ଓ ନାଗା ସାଧୁଙ୍କ ମଧ୍ୟରେ କ’ଣ କ’ଣ ମୁଖ୍ୟ ପାର୍ଥକ୍ୟ…

ଶ୍ମଶାନରେ ହୁଅନ୍ତି ଅଘୋରୀ : ନାଗା ଓ ଅଘୋରୀ ସାଧୁ ହେବା ପାଇଁ ବହୁତ କଠିନ ପରୀକ୍ଷା ଦେଇ ଆସିବାକୁ ପଡେ । ଉଭୟ ପ୍ରକାରର ସାଧୁ ବନିବାର ପ୍ରକ୍ରିୟାରେ ପାଖାପାଖି ୧୨ ବର୍ଷ ସମୟ ଲାଗେ । କିନ୍ତୁ ଏହାର ପ୍ରକ୍ରିୟା ବହୁତ ଭିନ୍ନ ହୋଇଥାଏ । ନାଗା ସାଧୁ ବନିବା ପାଇଁ ଅଖାଡାରୁ ଦୀକ୍ଷା ନେବାକୁ ପଡେ, ଯେବେକି ଅଘୋରୀ ହେବା ପାଇଁ ଜୀବନର ଅନେକ ବର୍ଷ ଶ୍ମଶାନରେ କଠିନରେ ବିତାଇବାକୁ ପଡେ ।

ନାଗା ସାଧୁଙ୍କ ଗୁରୁ ଥାନ୍ତି : ନାଗା ସାଧୁ ବନିବାର ପ୍ରକ୍ରିୟାରେ ଅଖାଡାର ପ୍ରମୁଖଙ୍କୁ ନିଜଗର ଗୁରୁ ମାନିବାକୁ ପଡେ ଓ ପୁଣି ତାଙ୍କର ଶିକ୍ଷା-ଦିକ୍ଷାରେ ନାଗା ସାଧୁ ହେବାର ପ୍ରକ୍ରିୟା ସମ୍ପନ୍ନ ହୋଇଥାଏ । ସେଇଠି ଅଘୋରୀଙ୍କ ଗୁରୁ ସ୍ୱଂୟ ଶିବ ହୋଇଥାନ୍ତି । ଅଘୋରୀଙ୍କୁ ଶିବଙ୍କ ପଂଚମ ଅବତାର କୁହାଯାଏ । ଅଘୋରୀ ଶ୍ମଶାନରେ ଶବ ପାଖରେ ବସି ତପସ୍ୟା କରନ୍ତି । ମାନ୍ୟତା ଅଛି ଯେ, ଏମିତି କରିବା ଦ୍ୱାରା ତାଙ୍କୁ ଦୈବୀ ଶକ୍ତି ପ୍ରାପ୍ତ ହୁଏ ।

ପଶୁଙ୍କ ଚମଡାକୁ ପରିଧାନ କରନ୍ତି ଅଘୋରୀ : ନାଗା ଓ ଅଘୋରୀ ବାବାଙ୍କ ପରିଧାନରେ ମଧ୍ୟ ଅନେକ ପାର୍ଥକ୍ୟ ଥାଏ । ନାଗା ସାଧୁ ବିନା କପଡାରେ ରହନ୍ତି । ଯେବେକି ଅଘୋରୀ ଏମିତି ରହନ୍ତିନି । ଭଗବାନ ଶିବଙ୍କ ପ୍ରକୃତ ଭକ୍ତ, ତାଙ୍କ ଭଳି ପଶୁଙ୍କ ଚମଡାରେ ନିଜର ଶରୀର ଆବୃତ କରନ୍ତି ।

ନାଗା ଓ ଅଘୋରୀ କରନ୍ତି ଏମିତି ଭୋଜନ : ନାଗା ଓ ଅଘୋରୀ ଉଭୟେ ମାଂସାହାରୀ ହୋଇଥାଆନ୍ତି । ହେଲେ ନାଗା ସାଧୁଙ୍କ ମଧ୍ୟରେ କିଛି ଶାକାହାରୀ ବି ଥାଆନ୍ତି । କିନ୍ତୁ ଅଘୋରୀ ଶାକାହାରୀ ହୋଇନଥାନ୍ତି । କୁହାଯାଏ କି, ନା କେବଳ ପଶୁଙ୍କ ମାଂସ ଖାଆନ୍ତି, ବରଂ ଏମାନେ ମଣିଷର ମାଂସ ବି ଭକ୍ଷଣ କରନ୍ତି । ଏମାନେ ଶ୍ମଶାନରେ ଶବ ର ମାଂସ ଭକ୍ଷଣ କରନ୍ତି ।

ଜୀବିତ ଥାଉ ଥାଉ କରିଦିଅନ୍ତି ନିଜର ଶ୍ରାଦ୍ଧ : ନାଗା ଓ ଅଘୋରୀ ଉଭୟେ ସଂପୂର୍ଣ୍ଣ ରୂପେ ପରିବାର ଠାରୁ ଦୂରରେ ରହି ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟର ପାଳନ କରନ୍ତି । ଉଭୟଙ୍କୁ ହିଁ ସାଧୁ ବନିବାର ପ୍ରକ୍ରିୟାରେ ନିଜର ଶ୍ରାଦ୍ଧ କରିବାକୁ ପଡେ । ଏବଂ ନିଜର ପରିବାର ତ୍ୟାଗ କରିବାର ପ୍ରତିଜ୍ଞା ବି ନିଅନ୍ତି । ପରିଜନ ଓ ବାକି ଦୁନିଆ ପାଇଁ ଏମାନେ ମୃତ ହୋଇଯାଆନ୍ତି । ନିଜର ତପସ୍ୟା ପାଇଁ କେବେ ବି ନିଜର ପରିଜନଙ୍କୁ ଭେଟନ୍ତି ନାହିଁ ।
ଉଭୟଙ୍କ ଅଦ୍ଭୁତ ଶକ୍ତି : ନାଗା ଓ ଅଘୋରୀ ଉଭୟଙ୍କ ପାଖରେ ଅଦ୍ଭୁତ ଶକ୍ତି ଥାଏ । ନାଗା ସାଧୁ ଇଶ୍ୱରଙ୍କ ବିଶେଷ କୃପା ସହିତ ମନୁଷ୍ୟଙ୍କୁ ଜ୍ଞାନ ବାଣ୍ଟନ୍ତି । ଯେବେକି ଅଘୋରୀ ବାବା ନିଜର ତାନ୍ତ୍ରିକ ସିଦ୍ଧି ଦ୍ୱାରା ମନୁଷ୍ୟଙ୍କ ସମସ୍ୟାର ନିବାରଣ କରନ୍ତି ।