ଏକ ଛୋଟ ଭୁଲ ପାଇଁ ହ୍ୟାକ୍ ହୋଇପାରେ ଆପଣଙ୍କ ମୋବାଇଲ୍ ! କରନ୍ତୁ ଏହି କାମ, ସୁରକ୍ଷିତ ରହିବ ଆପଣଙ୍କ ସ୍ମାର୍ଟଫୋନ ।

55

ଦିନକୁ ଦିନ ସ୍ମାର୍ଟଫୋନ ବ୍ୟବହାରୀଙ୍କ ସଂଖ୍ୟା ବଢି ବଢି ଚାଲିଛି । ଏହା ସହ ଇଣ୍ଟରନେଟର ବହୁଳ ବ୍ୟବହାର ଫଳରେ ଫୋନ ହ୍ୟାକ ହେବା ଭଳି ଘଟଣା ମଧ୍ୟ ବଢି ବଢି ଚାଲିଛି । ଲୋକମାନେ କେବଳ କଥା ହେବା ପାଇଁ କିମ୍ବା ସୋସିଆଲ ମିଡିଆରେ ଚାଟିଂ କରିବା ପାଇଁ ମୋବାଇଲ ଫୋନର ବ୍ୟବହାର କରିନଥାନ୍ତି । ଏବେ ସମୟରେ ମୋବାଇଲ ଫୋନ ଲୋକମାନଙ୍କର ଆବଶ୍ୟକତା ପାଲଟିଯାଇଛି । ଲୋକମାନେ ବ୍ୟାଙ୍କିଙ୍ଗ, ଅନଲାଇନ ପେମେଣ୍ଟ ଏପରିକି କିଣାବିକା ମଧ୍ୟ ସ୍ମାର୍ଟଫୋନ ସାହାଯ୍ୟରେ କରୁଛନ୍ତି । ଏଭଳି ପରିସ୍ଥିତିରେ ମୋବାଇଲ ଫୋନ ହ୍ୟାକ ହେବା କିମ୍ବା ଡାଟା ଲିକ୍ ହେବା ଲୋକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେବେ ଆସନ୍ତୁ ଜାଣିବା ଫୋନକୁ ହ୍ୟାକ ହେବାରୁ ରକ୍ଷା କରିବାର କିଛି ଗୁରୁତ୍ୱପୂର୍ଣ୍ଣ ଉପାୟ ।

ଯେତେବେଳେ ଆପଣ ଆପଣଙ୍କ ସ୍ମାର୍ଟଫୋନରେ କୌଣସି ଆପ ଇନଷ୍ଟଲ କରୁଛନ୍ତି ତେବେ ପ୍ରଥମେ ଯାଞ୍ଚ କରିନିଅନ୍ତୁ ସେହି ଆପଟି ଗୁଗୁଲ ପ୍ଲେ ଷ୍ଟୋରରେ ଭେରିଫାଏଡ ହୋଇଛି କି ନାହିଁ । ଏହା ସହ କୌଣସି ଆପକୁ ଆପଣ ବେଆଇନ ଅନୁମତି ଦିଅନ୍ତୁ ନାହିଁ । କାରଣ ଏହା ଫଳରେ ଆପମଙ୍କ ଲୋକେସନ, କଣ୍ଟାକ୍ଟ, ଏବଂ ଆପଣଙ୍କର ସମସ୍ତ ତଥ୍ୟ ହ୍ୟାକ ହେବାର ସମ୍ଭାବନା ରହିଥାଏ । ପ୍ରଥମତଃ ଆପଣ ଆପଣଙ୍କ ସ୍ମାର୍ଟଫୋନରେ କୌଣସି ଥାର୍ଡ ପାର୍ଟି ଆପ ଇନଷ୍ଟଲ କରନ୍ତୁ ନାହିଁ । ଥାର୍ଡ ପାର୍ଟି ଆପ୍ ଜରିଆରେ ହ୍ୟାକର୍ସ ମାନେ ଅତି ସହଜରେ ଆପଣଙ୍କ ସ୍ମାର୍ଟଫୋନର ଡାଟା ଚୋରି କରିପାରିବେ । ତେବେ ସ୍ମାର୍ଟଫୋନକୁ ସୁରକ୍ଷିତ ରଖିବା ପାଇଁ କିଛି ଉପାୟ ବିଷୟରେ ଜାଣିନିଅନ୍ତୁ ।

ପ୍ରଥମେ ଆପଣ ଆପଣଙ୍କ ସ୍ମାର୍ଟଫୋନର ସେଟିଙ୍ଗସ ଆଇକନ୍ ଉପରେ ଟଚ୍ କରନ୍ତୁ । ସ୍କ୍ରୋଲ କରିବା ପରେ ଆପଣଙ୍କୁ ମୋର୍ ସେଟିଙ୍ଗସ ଆଇକନ୍ ଦେଖାଯିବ । ସେ ଥିରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କୁ ସିକ୍ୟୋରିଟି ଅପସନ ନଜର ଆସିବ । ଏବେ ଆପଣ ଏଥିରେ କ୍ଲିକ୍ କରନ୍ତୁ । ଏହାକୁ ଓପନ କରିବା ପରେ ଆପଣଙ୍କୁ ସବୁଠୁ ଉପରେ ଗୁଗୁଲ ପ୍ଲେ ପ୍ରୋଟେକ୍ଟ ଅପସନ ଦେଖାଯିବ । ଏଥିରେ କ୍ଲିକ୍ କରନ୍ତୁ । ଏଠାରେ ଆପଣଙ୍କୁ ସ୍କାନ ଡିଭାଇସ ଫର୍ ସିକ୍ୟୋରିଟି ଅପସନ୍ ଦେଖାଯିବ । ଏହାକୁ ଏନାବୁଲ୍ କରିବା ପରେ ଆପଣଙ୍କ ଡିଭାଇସର ସିକ୍ୟୋରିଟି ବଢିଯାଇଥାଏ ଏବଂ ଭାଇରସ୍ ଆଟାକର ବିପଦ କମିଯାଇଥାଏ ।