ଅନେକ ସମାଧାନର ସୂତ୍ର ନେଲପେଂଟ ! ଜାଣନ୍ତୁ ଏହାର ଅନ୍ୟାନ୍ୟ ବ୍ୟବହାର ।

167

ଆମେ ପ୍ରାୟ ସମସ୍ତେ ଜାଣିଛୁ ନଖର ସୌନ୍ଦର୍ଯ୍ୟ ବଢାଇବା ପାଇଁ ନେଲପେଂଟ ବ୍ୟବହାର କରାଯାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି? ଏହି ନେଲପେଂଟକୁ ଅନ୍ୟ କାମରେ ମଧ୍ୟ ଉପଯୋଗ କରିପାରବେ । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧିତ କିଛି ଟିପ୍ସ ।

– ପ୍ରାୟ ଆପଣମାନେ ଘରର ଚାବି ପେନ୍ଥାକୁ ନେଇ ଅନେକେ ସମୟରେ ଦ୍ୱନ୍ଦରେ ପଡିଥାନ୍ତି । ସବୁ ରୁମର ଚାବି ପ୍ରାୟ ଏକା ପରି ଲାଗିଥାଏ । ନେଲପେଂଟ ଦ୍ୱାରା ଚାବିଗୁଡିକୁ ଅଲଗା ଅଲଗା ରଂଗରେ ଚିହ୍ନଟ କରନ୍ତୁ । ଯାହା ଫଳରେ ଆପଣ ସହଜରେ ରୁମର ଚାବି ଜାଣପାରିବେ ।

-ଧଣିଆପାଉଡର,ଜୀରାପାଉଡର ଏବଂ ପେସା ସାଇଥିବା ଗରମ ମସଲା । ସମସ୍ତ ଏକା ପ୍ରକାର ଦେଖାଯାଇଥାଏ । ନେଲପେଟଂରେ ଏହାର ନାମ ଲେଖିଦେଲେ ରୋଷେଇ ସମୟରେ ଆପଣ ଦ୍ୱନ୍ଦରେ ପଡିବେ ନାହିଁ । ଯାହା ଅତି ସହଜରେ ଖୋଜି ପାଇପାରିବେ ।

– ଯଦି ଆପଣ କୌଣସି ଲଫାପାକୁ ବନ୍ଦ କରୁଛନ୍ତି କିନ୍ତୁ ସେହି ସମୟରେ ଆପଣଙ୍କ ପାଖରେ ଅଠା ନାହିଁ । ତା’ହେଲେ ଆପଣ ନେଲପେଂଟ ମଧ୍ୟ ବ୍ୟବହାର କରିପାରିବେ । ଏହା ଅଠା ଭଳି କାମ କରିଥାଏ ।

– ସୂତାର ଅଗ ଭାଗରେ ସାମାନ୍ୟ ନେଲପେଂଟ ଲଗାଇଲେ ତାହା ଶକ୍ତ ହୋଇଯାଏ ଓ ସହଜରେ ଛୁଂଚି କଣାରେ ପଶିଥାଏ ।

– ଆଜିକାଲି ଆର୍ଟିଫିଶିୟାଲ ଗହଣା ମଧ୍ୟରେ ଷ୍ଟୋନର ଡିମାଣ୍ଡ ଅଧିକ । କୌଣସି ଜୁଏଲାରୀ ବା ଡ୍ରେସରେ ଲାଗିଥିବା ଷ୍ଟୋନ ଉପରେ ନେଲପେଂଟ ଲଗାନ୍ତୁ । ଏହା ସେଗୁଡିକର ଝଡିବା ରୋକିଦେବ । ବେଳେବେଳେ ଆର୍ଟିଫିଶିୟାଲ ଜୁଏଲାରୀ ପିନ୍ଧିଲେ ଚମ ନୀଳ ହୋଇଯାଏ । ତେଣୁ ଚର୍ମ ସଂସ୍ପର୍ଶରେ ଆସୁଥିବା ଗହଣାରେ ନେଲପେଂଟ ଲଗେଇ ଦିଅନ୍ତୁ । ଏ ସମସ୍ୟାରୁ ମୁକ୍ତି ପାଇଯିବେ ।

– ସାଧାରଣତଃ ଲଗାଯାଇଥିବା ‘ସ୍କୃ’କୁ ଜୋରରେ ଟାଇଟ କରିଥିଲେ ବି ତାହା କିଛିଦିନ ପରେ ଢିଲା ହୋଇଯାଏ । ତେଣୁ ସ୍କୃ ଟାଇଟ କରିବା ପରେ ଏହା ଉପରେ ନେଲପେଂଟ ଲଗାଇ ଦିଅନ୍ତୁ । ଦେଖିବେ ତାହା ଢିଲା ହେବ ନାହିଁ କି ଖସିବ ନାହିଁ ।