ଆଜିକାଲିର ମହଙ୍ଗା ଦୁନିଆରେ ଘର ଚଳାଇବା କଷ୍ଟକର ବେଶ୍ ହୋଇ ପଡୁଛି । ଦିନକୁ ଦିନ ଦରଦାମ ବୃଦ୍ଧି ପାଇବରେ ଲାଗିଛି । ଚଢ଼ା ଦର ଯୋଗୁଁ ସାଧାରଣ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିରେ ଯଦି ଆପଣ ବେସରକାରୀ ଚାକିରୀ କରୁଛନ୍ତି, ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଯାଉଛି । ବର୍ତ୍ତମାନ ସମୟକୁ ଛାଡ଼ିଦେଲେ, ଭବିଷ୍ୟତରେ ଦାୟିତ୍ୱଭାର ବଢ଼ିବାକୁ ଯାଉଛି । ତେବେ ଆପଣ ଭବିଷ୍ୟତକୁ ଅଧିକ ଚିନ୍ତା କରୁଛନ୍ତି କି ?ବେ । ଯଦି ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ପରିମାରଣ ଜମା ରାଶି ନାହିଁ ଯେଉଁଥିରେ ଘର, ଗାଡି ବା ଅନ୍ୟ କିଛି ଆବଶ୍ୟକତା ପୂରଣ ହୋଇପାରିବ । ଅନ୍ୟ ପଟେ ଠକେଇର ଡର ଆପଣଙ୍କୁ କୌଣସି ସଂସ୍ଥାରେ ନିବେଶ କରିବାକୁ ରୋକିବ । ଆଜିକାଲି ଏସବୁ ଆପଣଙ୍କ ସାମନାରେ ବଡ ସମସ୍ୟା ରୂପେ ଉଭା ହୋଇଛି ।

ଆପଣଙ୍କ ଆୟ କମ ହେଲେ ମଧ୍ୟ ଯଦି ଆପଣ ବୁଝି ବିଚାରି ଆପଣଙ୍କ ଟଙ୍କା ଠିକ ଜାଗାରେ ନିବେଶ କଲେ, ଆପଣଙ୍କ ସ୍ୱଳ୍ପ ସଂଚୟ ରାଶି ବି ଆପଣଙ୍କୁ ଧନୀ କରିପାରିବ । ଠିକ ହେବ ଯଦି ଆପଣ ଏମିତି ସ୍କିମର ଚୟନ କରିବେ, ଯେଉଁଠି ସରକାରଙ୍କ ଗ୍ୟାରେଣ୍ଟି ମିଳୁଥିବ ଓ ନିବେଶ କରିଥିବା ଅର୍ଥରାଶି ଫେରି ପାଇବା ନିଶ୍ଚିତ ଥିବ । ଆମେ ଆପଣଙ୍କୁ ଏକ ସ୍କିମ ବିଷୟରେ ଜଣାଇବାକୁ ଯାଉଛୁ, ଯେଉଁଠି ପ୍ରତିଦିନର ଖର୍ଚ୍ଚରୁ ୧୦୦ ଟଙ୍କା ସଂଚୟ କରି ନିବେଶ କଲେ ୧୫ ବର୍ଷରେ ୧୧ ଲକ୍ଷ ଏବଂ ୨୦ ବର୍ଷରେ ୧୮ ଲକ୍ଷ ଟଙ୍କାର ମାଲିକ ହୋଇପାରିବେ ।

ଆସନ୍ତୁ ଜାଣିବା ଏହି ସହଜ ଉପାୟ ବିଷୟରେ :

୧୫ ବର୍ଷରେ ୧୧ ଲକ୍ଷ ଟଙ୍କାର ପାଣ୍ଠି :

ପ୍ରତିଦିନ ୧୦୦ ଟଙ୍କା ହିସାବରେ ଗୋଟିଏ ମାସର ଜମା ରାଶି ୩୦୦୦ ଟଙ୍କା, ଗୋଟିଏ ବର୍ଷର ୩୬,୦୦୦ ଟଙ୍କା ଓ ୧୫ ବର୍ଷର ଜମା ରାଶି ୫.୪୦ ଲକ୍ଷ ଟଙ୍କା । ଯଦି ଆପଣଙ୍କ ନିବେଶରେ ୮ ପ୍ରତିଶତର ଦରରେ କମ୍ପାଉଣ୍ଡିଙ୍ଗ ମିଳୁଛି, ତେବେ ୧୫ ବର୍ଷରେ ଆପଣଙ୍କ ନିବେଶ ୧୦.୫୫ ଲକ୍ଷ ଟଙ୍କା ହେବ । ଅର୍ଥାତ ପ୍ରତିଦିନ ୧୦୦ ଟଙ୍କା ଜମା କରି ୧୫ ବର୍ଷରେ ଆପଣ ପାଖାପାଖି ୧୧ ଲକ୍ଷ ଟଙ୍କାର ମାଲିକ ହୋଇଯିବେ ।

୨୦ ବର୍ଷରେ ୧୮ ଲକ୍ଷ ଟଙ୍କାର ପାଣ୍ଠି :

ପ୍ରତିଦିନ ୧୦୦ ଟଙ୍କା ହିସାବରେ ଗୋଟିଏ ମାସର ଜମା ରାଶି ୩୦୦୦ ଟଙ୍କା, ଗୋଟିଏ ବର୍ଷର ୩୬,୦୦୦ ଟଙ୍କା ଓ ୨୦ ବର୍ଷର ଜମା ରାଶି ୭.୨୦ ଲକ୍ଷ ଟଙ୍କା । ଯଦି ଆପଣଙ୍କ ନିବେଶରେ ୮ ପ୍ରତିଶତର ଦରରେ କମ୍ପାଉଣ୍ଡିଙ୍ଗ ମିଳୁଛି, ତେବେ ୨୦ ବର୍ଷରେ ଆପଣଙ୍କ ନିବେଶ ୧୭.୮୦ ଲକ୍ଷ ଟଙ୍କା ହେବ । ଅର୍ଥାତ ପ୍ରତିଦିନ ୧୦୦ ଟଙ୍କା ଜମା କରି ୨୦ ବର୍ଷରେ ଆପଣ ପାଖାପାଖି ୧୮ ଲକ୍ଷ ଟଙ୍କାର ମାଲିକ ହୋଇଯିବେ ।

ସୂତ୍ର :

 A=P (1+r/n)nt

A= ମୋଟ ପରିମାଣର ମୂଳଧନ
P= ମୂଳଧନ
r= ସୁଧ ହାର
n= ଗୋଟିଏ ବର୍ଷରେ କେତେ ଥର କମ୍ପାଉଣ୍ଡିଙ୍ଗ
nt= ମୋଟ ସମୟ

ଏହି ସରକାରୀ ସ୍କିମରେ କେମିତି କରିବେ ନିବେଶ :

ପୋଷ୍ଟ ଅଫିସ ପିପିଏଫ ଆକାଉଣ୍ଟ ଖୋଲିବା ପାଇଁ ସୁବଧା ଯୋଗାଇ ଦିଏ । ଏହି ଆକାଉଣ୍ଟ ୧୫ ବର୍ଷ ପାଇଁ ଖୋଲି ପାରିବେ, ଯାହାକୁ ଭବିଷ୍ୟତରେ ୫ ବର୍ଷ ପାଇଁ ୨ ଥର ବଢ଼ାଯାଇ ପାରିବ । ଏବେ ପିପିଏଫ ଉପରେ ୭.୬ ପ୍ରତିଶତ ସୁଧ ଦରରେ ବର୍ଷକୁ କମ୍ପାଉଣ୍ଡେଣ୍ଡ ଅଛି । ପିପିଏଫର ସୁଧ ଦରରେ ସରକାର ସମୟ ଅନୁଯାୟୀ ପରିବର୍ତ୍ତନ କରନ୍ତି । ପ୍ରଥମେ ଏଥିରେ ୭.୮ ପ୍ରତିଶତ ସୁଧ ଥିଲା । ପିପିଏଫରେ ସର୍ବନିମ୍ନ ୧୦୦ ଟଙ୍କାରୁ ଆକାଉଣ୍ଟ ଖୋଲିପାରିବେ । ଏଥିରେ ଗୋଟିଏ ଫାଇନାନ୍ସିଆଲରେ ରେ ଅତି କମରେ ୫୦୦ ଟଙ୍କା ନିବେଶ କରିବା ଜରୁରୀ ଥିବା ବେଳେ ଅଧିକରୁ ଅଧିକ ଆପଣ ଆକାଉଣ୍ଟରେ ଗୋଟିଏ ବର୍ଷରେ ୧୫ ଲକ୍ଷ ଟଙ୍କା ନିବେଶ କରିପାରିବେ ।

ଏମିତିରେ ଯଦି ଆପଣ ୧୦୦ ଟଙ୍କା ପ୍ରତିଦିନର ସଂଚୟ ହିସାବରେ ପିପିଏଫରେ ପ୍ରତି ମାସ ୩୦୦୦ ଟଙ୍କା ହେଲେ ବର୍ଷକୁ ୩୬,୦୦୦ ଟଙ୍କା ନିବେଶ କରିପାରିବେ । ସେମିତିରେ ୭.୬ ପ୍ରତିଶତ ବର୍ଷକୁ କମ୍ପାଉଣ୍ଡିଙ୍ଗ ହିସାବରେ ଏଥିରେ ଆପଣଙ୍କୁ ୧୫ ବର୍ଷରେ ୧୦ ଲକ୍ଷରୁ ଅଧିକ ଏବଂ ୨୦ ବର୍ଷରେ ପାଖାପାଖି ୧୮ ଲକ୍ଷ ଟଙ୍କା ମିଳିଯିବ । ସେମିତିରେ ପ୍ରତିଦିନ ୧୦୦ ଟଙ୍କା ଜମା କରିବା ମୁସ୍କିଲ ବି ନୁହେଁ । ଏହି ଆକାଉଣ୍ଟକୁ କେବଳ ୧୦୦ ଟଙ୍କାରେ ଖୋଲିପାରିବେ । ଜଏଣ୍ଟ ଆକାଉଣ୍ଟ ବି ଖୋଲିପାରିବେ । ଆକାଉଣ୍ଟ ଖୋଲିବା ସମୟରେ ହିଁ ଏଠି ନୋମିନେଶନ ସୁବିଧା ଥାଏ । ୧୫ ବର୍ଷର ମେଚ୍ୟୁରିଟି ପିରିଅଡ ପୂରା ହେବା ପରେ ଏହାକୁ ୨ ଥର ୫-୫ ବର୍ଷ ପାଇଁ ବଢ଼ାଇ ପାରିବେ । ଏଥିରେ ହେଉଥିବା ଆୟ ଟ୍ୟାକ୍ସ ଫ୍ରି ହୋଇଥାଏ । ଆକାଉଣ୍ଟରୁ ତୃତୀୟ ଆର୍ଥିକ ବର୍ଷରୁ ଋଣ ବି ନେଇପାରିବା ।