ଯାତ୍ରା ସମୟରେ ଟ୍ରେନ ଟିକେଟ୍ ହଜିଯାଇଛି କି ? ତେବେ ଆପଣଙ୍କ ପାଇଁ ଏହା ବଡ ଖବର, ଅତି ସହଜରେ ପାଇପାରିବେ ଡୁପ୍ଲିକେଟ୍ ଟିକେଟ୍ ।

23

ଯଦି ଯାତ୍ରା ସମୟରେ ଆପଣଙ୍କ ଟ୍ରେନ ଟିକେଟ୍ ହଜିଯାଇଛି, ତେବେ ଆପଣଙ୍କୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । ଟ୍ରେନରେ ଯିବା ସମୟରେ ଯଦି ଆପଣଙ୍କ ଟିକେଟ କେଉଁଠାରେ ହଜିଯାଉଛି, ତେବେ ଆପଣ ଟିକେଟର ଡୁପ୍ଲିକେଟ୍ ମଧ୍ୟ ବାହାର କରିପାରିବେ । ଆଉ ଏଥିପାଇଁ ଆପଣଙ୍କୁ ମାତ୍ର କିଛିଟା ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ । ଜାଣନ୍ତୁ ଟିକେଟ ହଜିଗଲେ କଣ କରିବେ ।

ଭାରତୀୟ ରାଳବାଇର ପୋର୍ଟାଲ ଅନୁଯାୟୀ, ଯଦି ଆପଣ କନଫର୍ମ କିମ୍ବା ଆରଏସସି ଟିକେଟର ଡୁପ୍ଲିକେଟ୍ ପାଇଁ ଚାର୍ଟ ପ୍ରସ୍ତୁତ ହେବାର ପୂର୍ବରୁ ଆବେଦନ କରୁଛନ୍ତି, ତେବେ ଆପଣଙ୍କୁ ୫୦ ଟଙ୍କାର ଫି ପରିବର୍ତ୍ତେ ଆଉ ଗୋଟିଏ ଟିକେଟ ମିଳିଯିବ । ଏହି ଫି କେବଳ ସ୍ଲିପର କ୍ଲାସ ପାଇଁ ଉଦ୍ଦିଷ୍ଟ ଅଟେ । ଅନ୍ୟ କୌଣସି କ୍ଲାସ ପାଇଁ ଆପଣଙ୍କୁ ୧୦୦ ଟଙ୍କା ଦେବା ପାଇଁ ପଡିବ । ସେହିପରି ଚାର୍ଟ ପ୍ରସ୍ତୁତ ହେବା ପରେ ଯଦି ଆପଣ କନଫର୍ମ ଟିକେଟର ଡୁପ୍ଲିକେଟ୍ ଟିକେଟ ପାଇଁ ଆବେଦନ କରୁଛନ୍ତି ତେବେ ଆପଣଙ୍କୁ ଆପଣଙ୍କ ଭଡାର ଅଧା ଟଙ୍କା ଦେବା ପାଇଁ ପଡିବ ।

ତେବେ ୱେଟିଙ୍ଗ ଲିଷ୍ଟ ଟିକେଟ ପାଇଁ ଡୁପ୍ଲିକେଟ୍ ଟିକେଟ ମିଳିପାରିବ ନାହିଁ । ଏହା ସହ ଯେଉଁ ଯାତ୍ରୀମାନଙ୍କର ଆରଏସସି ଟିକେଟ ରହିଥିବ, ସେମାନଙ୍କୁ ମଧ୍ୟ ଡୁପ୍ଲିକେଟ୍ ଟିକେଟ୍ ମିଳିପାରିବ ନାହିଁ । ତେବେ ଡୁପ୍ଲିକେଟ୍ ଟିକେଟ୍ ଆଣି ସାରିବା ପରେ ଯଦି ଆପଣଙ୍କୁ ଆପଣଙ୍କର ଅସଲି ଟିକେଟ୍ ମିଳିଯାଉଛି, ତେବେ ଆପଣ ଏହାକୁ ଆଉ ଥରେ ଦାଖଲ କରିପାରିବେ । ଟ୍ରେନ ଛାଡିବା ପୂର୍ବରୁ ଯାତ୍ରୀମାନେ ଏହି ଟିକେଟ୍ ଦାଖଲ କରି ସେମାନଙ୍କ ଫି ଫେରସ୍ତ ପାଇପାରିବେ । କିନ୍ତୁ ଫେରସ୍ତ ଟଙ୍କାରେ ୫ ପ୍ରତିଶତ ଟଙ୍କା କାଟି ରଖିଦିଆଯିବ ।