“ଟାଇଟାନିକ” ବୁଡିବାର ପ୍ରକୃତ ରହସ୍ୟ ଉପରୁ ଉଠିଲା ପରଦା ! ଜାଣନ୍ତୁ କେବେ ନଡୁବିବା ଜାହାଜ କେମିତି ହେଲା ଦୁର୍ଘଟଣାଗ୍ରସ୍ତ

6

ଟାଇଟାନିକ ଜାହାଜ ୧୯୧୨ ଅପ୍ରେଲ ୧୫ରେ ବୁଡି ଯାଇଥିଲା । ଏହି ଜାହାଜ ବୁଡିଯିବା ଖବରରେ ପୁରା ବିଶ୍ୱ ଆଶ୍ଚର୍ଯ୍ୟ ଥିଲେ । ସେହି ସମୟରେ ଏହି ଜାହାଜ ବୁଡିବାର କାରଣ ବରଫ ଖଣ୍ଡରେ ଧକ୍କା ଯୋଗୁଁ ହୋଇଥିଲା ବୋଲି ସମସ୍ତେ ମନେ କରୁଥିଲେ । କିନ୍ତୁ ନିକଟରେ ଟାଇଟାନିକ ସହ ଯୋଡି ହୋଇଥିବା ଏକ ରହସ୍ୟ ଖୋଲିଛି । ଗବେଷଣାରୁ ଜଣାପଡିଛି ହିମଖଣ୍ଡରେ ଧକ୍କା ପାଇଁ ନୁହଁ ବରଂ ନିଆଁ ଲାଗିବା ଯୋଗୁଁ ବୁଡିଯାଇଥିଲା ଟାଇଟାନିକ ଜାହାଜ ।

source-inextlife

ନ୍ୟୟର୍କ ପାଇଁ ବାହାରିଥିବା ଟାଇଟାନିକ ଜାହାଜ ୧୫ ଅପ୍ରେଲ ୧୯୧୨ରେ ଆଟଲାଣ୍ଟିକ ମହାସାଗରରେ ବୁଡିଗଲା । ଟାଇଟାନିକ ବୁଡିବାର କାରଣ ବିଶାଳ ହିମଖଣ୍ଡ ବୋଲି କୁହାଯାଏ କିନ୍ତୁ ଏହି ଜାହାଜର ବୁଡିବା ନେଇ ଅନେକ ଗବେଷଣା ହୋଇଛି । ଏମିତିରେ ଗବେଷଣା କରୁଥବା ଟିମ ଅନୁୁସାରେ ଜାହାଜର ମୁଖ୍ୟ ଇଲେକ୍ଟ୍ରିକାଲ ଇଞ୍ଜିନିୟ ଦ୍ୱାରା ଉତ୍ତୋଳନ କରାଯାଇଥିବା ଫଟୋର ଅଧ୍ୟୟନ କରିଛନ୍ତି । ଯେଉଁଠି ଟାଇଟାନିକ ଜାହାଜ ବୁଡିବାର ପ୍ରକୃତ ରହସ୍ୟ ଜଣାପଡିଛି ।

ଟାଇଟାନିକ ହିମଖଣ୍ଡରେ ଧକ୍କା ପାଇଁ ନୁହଁ ବଏଲର କକ୍ଷରେ ନିଅାଁ ଲାଗିବା ଯୋଗୁଁ ଡୁବିଥିଲା । ବିଶେଷଜ୍ଞଙ୍କ ଅନୁସାରେ ଜାହାଜ ବରଫଖଣ୍ଡରେ ଧକ୍କା ହୋଇଥିଲା ସତ ଜାହାଜର ବୁଡିବାର କାରଣ କିନ୍ତୁ ଅଲଗା । ବଏଲର କକ୍ଷରେ ୩ ମାସ ପର୍ଯ୍ୟନ୍ତ ଲାଗି ରହିଥିଲା ନିଆଁ ଏବଂ କେହି ବି ଏହା ଉପରେ ଧ୍ୟାନ ଦେଇନଥିଲୋ ଏହି ନିଅାଁ ଯୋଗୁଁ ଯାହାଜ ବହୁତ କ୍ଷତିଗ୍ରସ୍ତ ହେଉଥିଲ । ଏହାପରେ ଯାତ୍ରା ସମୟରେ ବିଶାଳକାୟ ବରଫଖଣ୍ଡ ସହ ଧକ୍କା ହୋଇଥିଲା ।

ନିଅାଁ ଲାଗିବା ଯୋଗୁଁ ଜାହାଜ ଏତେ କ୍ଷତିଗ୍ରସ୍ତ ଓ ଦୁର୍ବଳ ହୋଇଯାଇଥିଲା ଯେ କେବେ ନଡୁବିବା ଜାହାଜ ବୁଡିଗଲା ।  ବିିଶେଷଜ୍ଞଙ୍କ କହିବା ଅନୁସାରେ ଉକ୍ତ ଫଟୋରେ ସ୍ପଷ୍ଟ ଦେଖାଯାଉଛି ୩୦ ଫୁଟର ପୋଡା ଚିହ୍ନ ନଜର ଆସୁଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଏହି ଚିହ୍ନ ଯାହାଜର ସେହି ଜାଗାର ଠିକ ଫଛ ଭାଗରେ ରହିଛି ଯେଉଁଠି ବରଫଖଣ୍ଡ ଧକ୍କା ହୋଇଥିଲା । ନିଅାଁ ଲାଗିଥିବା ହେତୁ ଉକ୍ତ ସ୍ଥାନ ଦୁର୍ବଳ ହୋଇଯାଇଥିଲା ।

13ବଶେଷଜ୍ଞ ଟିମ ଅନୁସାରେ ଏହି ନିଅାଁ ବଏଲର କୋଠରୀ ପଛଭାଗରେ ତିଆରି ହୋଇଥିବା ତିିନି ମହଲା ବିଶିଷ୍ଟ ସ୍ଥିତ ଇନ୍ଧନ ଷ୍ଟୋରରେ ଲାଗିଥିଲା । ଏହି କାରଣରୁ ଜାହାଜର ତାପମାନ ୧୮୦୦ ଡିଗ୍ରୀ ସେଲସିୟସରୁ ଅଧିକ ହେଇଯାଇଥିଲା । ଅନେକ ଲୋକ ଏହି ନିଅାଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ ସତ କିନ୍ତୁ କାବୁ କରିପାରିନିଲେ । ଏହ ଦୁର୍ଘଟଣାରେ ପ୍ରାୟ ୧୫୦୦ ଲୋକ ପ୍ରାଣ ହରାଇଥିଲେ । ସେହି ସମୟରେ ବୁଡିବାର କାରଣ ଏକ ପ୍ରାକୃତିକ ଦୁର୍ଘଟଣା କୁହାଗଲା ।

ଏହାସହ ଦେଖନ୍ତୁ- ସାବଧାନ ! ଚେଞ୍ଜିଂ ରୁମରେ ଲାଗିଥିବା ହେଙ୍ଗରରେ ହୋଇପାରେ ଗୁପ୍ତ କ୍ୟାମେରା, ଜାଣନ୍ତୁ କିପରି ଚିହ୍ନିବେ

Comments are closed.