ମାତ୍ର ୫୦୦ ଟଙ୍କାରେ ଏସବିଆଇ ଖୋଲୁଛି ଏହି ବିଶେଷ ଖାତା, ଏଫଡି ଠାରୁ ଅଧିକ ସୁଧ ସହିତ ମିଳିବ ଏହି ଦୁଇଟି ଫାଇଦା

50

ସରକାରୀ ବ୍ୟାଙ୍କ ଏସବିଆଇ ନିଜ ଗ୍ରାହକଙ୍କୁ ଭଲ ସୁବିଧା ଦେବା ପାଇଁ ସବୁବେଳେ ପଦକ୍ଷେପ ନିଏ । ଏଥର ବ୍ୟାଙ୍କ ଏକ ବିଶେଷ ପ୍ରକାରର ଖାତା ଖୋଲୁଛି । ଏଥିରେ ସାମାନ୍ୟ ଖାତା ମୁକାବିଲାରେ ଅଧିକ ସୁଧ ମିଳେ । ଏହା ସହିତ ଟ୍ୟାକ୍ସରେ ରିହାତି ମିଳିବ । ଗ୍ରାହକ ଏଥିରେ ଖାତା ଖୋଲି କମ୍ପାଉଣ୍ଡ ର ଫାଇଦା ଉଠାଇପାରିବେ । ଆସନ୍ତୁ ଜାଣିବା ଏହା ବିଷୟରେ …

ଏସବିଆଇର ଏହି ସୁବିଧା ଅଧିନରେ ଆପଣ ବ୍ୟାଙ୍କ ସହିତ ପିପିଏଫ୍ ଖାତା ଖୋଲିପାରିବେ । ଏହାକୁ ଆପଣ ମାତ୍ର ୫୦୦ ଟଙ୍କା ସର୍ବନିମ୍ନ ଡିପୋଜିଟ୍ ସହିତ ଖୋଲିପାରିବେ । ଏହା ଉପରେ ଆପଣଙ୍କୁ ୮% ସୁଧ ବି ମିଳିବ । ଆପଣ ଯେତେବେଳେ ପିପିଏଫ୍ ଖାତା ଖୋଲନ୍ତି, ତେବେ ଏହା ୧୫ ବର୍ଷ ପାଇଁ ଖୋଲାଯାଏ । ଆପଣ ମେଚ୍ୟେରିଟି ପୂର୍ବରୁ ଏହାକୁ କାଢ଼ିପାରିବେ । କିନ୍ତୁ ଏହା କିଛି ବିଶେଷ ପରିସ୍ଥିତିରେ ହିଁ କରାଯାଇପାରିବ । ଏହି ଖାତାରେ ଆପଣ ଏକ ବର୍ଷରେ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରିପାରିବେ । ଦ୍ୱିତୀୟ କଥା, ଜଣେ ବ୍ୟକ୍ତିଙ୍କ ନାମରେ ଗୋଟିଏ ହିଁ ପିପିଏଫ ଖାତା ଖୋଲାଯାଇପାରିବ ।

ମିଳିବ ଏସବୁ ଫାଇଦା : ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ସହିତ ଆପରଙ୍କୁ ଅନେକ ଫାଇଦା ମିଳେ । ସର୍ବପ୍ରଥମେ ଆପଣ ମାତ୍ର ୫୦୦ ଟଙ୍କାରେ ଖାତା ଖୋଲିପାରିବେ । ଏହା ଉପରେ ଆପଣଙ୍କୁ ୮% ସୁଧ ମିିଳିବ । ଏହା ବ୍ୟତୀତ ଆପଣ ଯାହା ବି ଟଙ୍କା ରଖିବେ, ତା’ ଉପରେ ଟ୍ରିପଲ ଟ୍ୟାକ୍ସ ଲାଭ ମିଳିବ । ମେଚ୍ୟେରିଟିରେ ମିଳୁଥିବା ଟଙ୍କା ଉପରେ ବି ରିହାତି ଓ ମିଳୁଥିବା ସୁଧ ଉପରେ ବି କୌଣସି ପ୍ରକାରର ଟ୍ୟାକ୍ସ ଆପଣଙ୍କୁ ଦେବାକୁ ପଡିବ ନାହିଁ ।