ମେମୋରି କାର୍ଡ ଖରାପ ହୋଇଯିବାକୁ ନେଇ ଚିନ୍ତାରେ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ପ୍ରକ୍ରିୟା, ତୁରନ୍ତ ଠିକ୍ ହୋଇଯିବ ଆପଣଙ୍କ କାର୍ଡ ।

51

ମୋବାଇଲ ବ୍ୟବହାରକାରୀଙ୍କ ପାଇଁ ମେମୋରି କାର୍ଡ ଏକ ମୂଲ୍ୟବାନ ଜିନିଷ ଅଟେ । ମେମୋରି କାର୍ଡରେ ବ୍ୟବହାରକାରୀଙ୍କ ଫଟୋ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଡକ୍ୟୁମେଣ୍ଟ୍ ରହିଥାଏ । ମେମୋରିକାର୍ଡ ଏକ ଇଲୋକ୍ଟ୍ରୋନିକ ଡିଭାଇସ୍ ହୋଇଥିବାରୁ ଏହା ବେଳେ ବେଳେ ଖରାପ(କରପ୍ଟ) ହୋଇଯାଇଥାଏ । ମେମୋରି କାର୍ଡ ଖରାପହେବା ପରେ ସେଥିରେ ଥିବା ସମସ୍ତ ଡାଟା ମଧ୍ୟ ନଷ୍ଟ ହୋଇଯାଇଥାଏ । ତେବେ ଆସନ୍ତୁ ଜାଣିବା, ଯଦି ଆପଣଙ୍କ ମେମୋରିକାର୍ଡ ଖରାପ ହୋଇଯାଏ ତେବେ ଆପଣ କେଉଁଭଳି ଭାବରେ ତାହାକୁ ପୂର୍ବଭଳି ଠିକ କରିପାରିବେ ।

ମେମୋରିକାର୍ଡ ଖରାପ ହେବାର ସବୁଠାରୁ ବଡ କାରଣ ହେଉଛି ମୋବାଇଲ ଫୋନ । ସ୍ମାର୍ଟଫୋନରେ ବ୍ରାଉଜିଂ କରିବା ସମୟରେ କିମ୍ବା କୌଣସି ଥାର୍ଡପାର୍ଟି ଆପ ଡାଉନଲୋଡ କରିବା ସମୟରେ ସିମକାର୍ଡକୁ ଭାଇରସ ଆସିଯାଇଥାଏ । ଯାହା ଦ୍ୱାରା ମେମୋରିକାର୍ଡ ସହିତ ମୋବାଇଲ ମଧ୍ୟ ଖରାପ ହୋଇଯାଇଥାଏ ।

କିପରି ଠିକ କରିବେ ମେମୋରି କାର୍ଡ :

ପ୍ରଥମେ ଖରାପ ହୋଇଯାଇଥିବା ମେମୋରିକାର୍ଡକୁ କାର୍ଡ ରିଡର ଜରିଆରେ କମ୍ପ୍ୟୁଟର କିମ୍ବା ଲାପଟପରେ କନେକ୍ଟ କରିବାକୁ ପଡିବ । ଏହା ପରେ Ctrl+R ପ୍ରେସ କରିବା ଦ୍ୱାରା ଯେଉଁ ୱିଣ୍ଡୋ ଓପନ ହେବ ସେଥିରେ “ସିଏମଡି” ଲେଖି ଏଣ୍ଟର କରିବେ । ପରେ ସେଥିରେ ମେମୋରି କାର୍ଡର ନାଁ ଲେଖିବାକୁ ପଡିବ । ଯଦି କାର୍ଡର ନାଁ  “L” ହୋଇଥିବ ତେବେ “L” ଟାଇପ କରି ଏଣ୍ଟର କରିବେ । ଏହା ପରେ ଫରମାର୍ଟ “L” ଟାଇପ କରି ଏଣ୍ଟର କରିବେ । ଏହା କରିବା ପରେ ଆପଣଙ୍କ ପାଖକୁ ଏକ କନଫର୍ମମେସନ ମେସେଜ ଆସିବ, ସେହି ମେସେଜରେ ହଁ କିମ୍ବା ନାଁର ଦୁଇଟି ଅପସନ ଆସିବ । ଏଥି ମଧ୍ୟରୁ ଗୋଟିଏକୁ ଚିହ୍ନଟ କରିବାକୁ ପଡିବ । ଏହାକୁ ଚିହ୍ନଟ କରିବା ପରେ ଆପଣଙ୍କ କାର୍ଡ ଫରମାଟ ହେବାକୁ ଲାଗିବ ଏବଂ କିଛି ସମୟ ପରେ ମେମୋରି କାର୍ଡ ଠିକ ହୋଇଯିବ । କିନ୍ତୁ ଧ୍ୟାନ ରଖନ୍ତୁ ମେମୋରି କାର୍ଡରେ ପୂର୍ବରୁ ଥିବା ଡାଟା ସମ୍ପୂର୍ଣ୍ଣ ଭାବେ ଡିଲିଟ୍ ହୋଇଯିବ ।